୨ କୋଟି ଲୋକଙ୍କୁ ମାଗଣା ଟିକା
- ହାତଯୋଡ଼ି କୋଭିଡ ନିୟମ ମାନିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର //ତତ୍କାଳ ଓଡିଶା// - “ହାତଯୋଡି ଅନୁରୋଧ କରୁଛି I ଆପଣମାନେ କୋଭିଡ୍ ନିୟମକୁ ଠିକ୍ ଭାବରେ ପାଳନ କରନ୍ତୁ । ଅତି ଆବଶ୍ୟକ ନହେଲେ ବାହାରକୁ ଯାଆନ୍ତୁ ନାହିଁ । କିଏ ଜାଣେ ଫେରିବା ବେଳେ କରୋନା ଆପଣଙ୍କ ସାଥୀରେ ଘରକୁ ଆସି ନ ଥିବ?- ସତର୍କ ରୁହନ୍ତୁ ।”
- ସବୁବେଳେ ମାସ୍କ ପିନ୍ଧନ୍ତୁ ।
- – ସାମାଜିକ ଦୂରତା ରକ୍ଷା କରନ୍ତୁ I
- – କୋଭିଡ୍ ନିୟମ ପାଳନ କରନ୍ତୁ ।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଢଙ୍ଗରେ ଓଡିଶାବାସୀଙ୍କୁ ଅନୁରୋଧ କରିଥିଲେ I ସେ କହିଥିଲେ, କୋଭିଡ ଭଳି ମହାମାରୀ ସମୟରେ ସାରା ଭାରତ ଏକ କଠିନ ପରିସ୍ଥିତି ମଧ୍ୟରେ ଗତ କରୁଛି । ଏହାକୁ ଏକ ଯୁଦ୍ଧକାଳୀନ ପରିସ୍ଥିତି ବୋଲି କହିଲେ ଭୁଲ ହେବନାହିଁ । କୋଭିଡ ସଂକ୍ରମଣରେ ଭାରତ ଆଜି ବିଶ୍ବରେ ସବୁଠୁ ଆଗରେ ଅଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମହାମାରୀରେ ସଂକ୍ରମିତ ହେଉଛନ୍ତି । ଅନେକ ଲୋକଙ୍କ ଜୀବନ ବି ଗଲାଣି । ତେଣୁ ଏଭଳି ଏକ କଠିନ ପରିସ୍ଥିତିରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ସମସ୍ତେ ମାନନ୍ତୁI ଲକଡାଉନ ଓ ସଟଡାଉନ ଏକ ମାତ୍ର ବିକଳ୍ପ ନୁହେଁ I ଏଥିଯୋଗୁଁ ଆର୍ଥିକ ସ୍ଥିତି ଦୋହଲି ଯାଉଛି I
- ମୁଖ୍ୟମନ୍ତ୍ରୀ କହିଥିଲେ,ରାଜ୍ୟବାସୀଙ୍କୁ ମାଗଣାରେ ଟିକା ଦିଆଯିବ I କୋଭିଡ୍ ଟିକା ବାବଦରେ ରାଜକୋଷରୁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୧୮ରୁ ୪୪ ବର୍ଷ ବୟସ ବର୍ଗର ୨ କୋଟି ଲୋକଙ୍କୁ ଟିକା ଦିଆଯିବ