ହୀରାକୂଦ ବିସ୍ଥାପିତଙ୍କୁ ମିଳିବ ନ୍ୟାୟ: କାମ ଦେଲା କିଶୋରଙ୍କ ପ୍ରଚେଷ୍ଟା

0

  • ଝାରସୁଗୁଡା,ଭୁବନେଶ୍ୱର//TATKAL ODISHA//


ଦୀର୍ଘ ୭୨ ବର୍ଷର ପ୍ରତୀକ୍ଷା ପରେ ହୀରାକୂଦ ବିସ୍ଥାପିତଙ୍କୁ ମିଳିନି ନ୍ୟାୟ I ତାହା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ାରେ ଘୋଷଣା କରିଛନ୍ତି I ସେ କହିଛନ୍ତି ଯେ, ନିଜର ଭିଟାମାଟି, ଗାଁ ତଥା ଚାଷ ଜମି ହରାଇଥିବା ପ୍ରାୟ ୨ ହଜାର ପରିବାରଙ୍କୁ ମିଳିବ ଘର ଡିହ ।

  • ତାହା ସମ୍ଭବ ହେଲା କିପରି?
  • ସ୍ଥାନୀୟ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପ୍ରଚେଷ୍ଟା ବିନା ତାହା ହୁଏତ ସମ୍ଭବ ହୋଇ ନଥାନ୍ତା I  

ବିଗତ ଦୁଇ ବର୍ଷ ଭିତରେ ଶ୍ରୀ ମହାନ୍ତି କ୍ରମାଗତଃ ଭାବେ ‘ହୀରାକୁଦ ବିସ୍ଥାପିତଙ୍କ ସମସ୍ୟା ଉପରେ ବିଧାନସଭାରେ ପ୍ରସଙ୍ଗ ଉଠାଇ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ । ପ୍ରତିଥର ସରକାର ବିସ୍ଥାପିତଙ୍କ ସମସ୍ୟା ଖୁବ୍‌ଶୀଘ୍ର ସମାଧାନ ହେବ ବୋଲି ପ୍ରତିଶ୍ରୁତି ହେଇଥିଲେ । ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାହା ସାକାର କରିବାକୁ ଯାଉଛନ୍ତି ।   

ହୀରାକୁଦ ଡ୍ୟାମ

କିଶୋର ବାବୁ TATKAL ODISHAକୁ କହିଛନ୍ତି ଯେ, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା କ୍ଷେତ୍ର ଅଧୀନସ୍ଥ ଲଖନପୁର ବ୍ଲକ ଅନ୍ତର୍ଗତ ୧୯ ଗାଁ ଏବେ ବି ସ୍ଥାୟୀ ଜମି ପାଇନାହାଁନ୍ତି । ଜମି ନଥିବାରୁ ସରକାରୀ ସୁବିଧା ପାଇବାରୁ ସେମାନେ ବଞ୍ଚିତ ହୋଇଛନ୍ତି । ବନହରପାଲି ଓ ଲଖନପୁର ଓ ରେଙ୍ଗାଲି ପୁଲିସ ଷ୍ଟେସନ ଅଧୀନରେ ଥିବା ସେହି ଗାଁଗୁଡିକ ହେଉଛି, ବାରଙ୍ଗମାଳ, ଭଟଲି, ସରତଙ୍ଗ, ସତଲାଙ୍ଗ, ଭେଜିକୂଦ, ଚଦାରାମା, ବିନିକା, ଲିମିଟିକିରା, ବଲଣ୍ଡା, ପତ୍ରାପାଲି, ଦୁଆମୁଣ୍ଡା, ରାମପାଲୁଗା, ଲାଛିପାଲି, କପିଳପୁର, ଘୁଙ୍ଗୁତପଲ୍ଲୀ, ସାହସବାଗ, କୁସମଲ, ପୁଜାରିପଲ୍ଲୀ,ଗୁଡ଼ାମ ଓ ଅଧପଡ଼ା ।

 କିଶୋର ବାବୁ କହିଛନ୍ତି ଯେ, ହୀରାକୁଦ ଜାତୀୟ ପ୍ରକଳ୍ପ ଯୋଗୁଁ ୫୯୬ ବର୍ଗ କିମି ଅଞ୍ଚଳ ଜଳମଗ୍ନ ହୋଇଛି । ୧୪୭.୩୬୩ ଏକର ଜମି ହରାଇଥିଲେ ଲୋକେ । ଅଭିଭକ୍ତ ସମ୍ବଲପୁର ଜିଲ୍ଲାର ପ୍ରାୟ ଶତାଧିକ ଗାଁ, ମନ୍ଦିର, ଚାଷଜମି, ଖେଳ ପଡ଼ିଆ ସହ ହଜାର ହଜାର ଲୋକ ବିସ୍ଥାପିତ ହୋଇଥିଲେ । ରିପୋର୍ଟ ଭିତ୍ତିରେ ୨୦୦ ମନ୍ଦିର ଜଳରେ ବୁଡ଼ି ଯାଇଛି । କେବଳ ଖରାଦିନେ ମନ୍ଦିରର ଚୂଡ଼ା ଲୋକେ ଦେଖିପାରଥାନ୍ତି । ତେବେ ସେତେବେଳର ସରକାର ହୀରାକୂଦ ବିସ୍ଥାପିତ ଲୋକଙ୍କୁ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଥଇଥାନ କରିଥିଲେ । ହେଲେ ଜମିର ପଟ୍ଟା ଦେଇନଥିଲେ । ଦୀର୍ଘ ୭୨ ବର୍ଷ ପରେ ବି ବିସ୍ଥାପିତଙ୍କୁ ସେମାନେ ନ୍ୟାୟ ପାଇ ନଥିଲେ । କିଛି ସ୍ଥାନରେ ବିସ୍ଥାପିତଙ୍କୁ ପଟ୍ଟା ମିଳିଥିଲେ ହେଁ ଜମିର କିସମ ଜଙ୍ଗଲ ଥିବାରୁ ନିଜ ନାମକୁ ଆସି ପାରି ନଥିଲା । ସେଥିପାଇଁ ସେମାନେ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି I ମୁଖ୍ୟମନ୍ତ୍ରୀ ତାହା ପୂରଣ କରିବେ ବୋଲି ଘୋଷଣା କରିଛନ୍ତି I

  • ହୀରାକୁଦ ଜଲଭଣ୍ଡାରର ଇତିହାସ : 
     ସ୍ୱାଧୀନତା ପୂର୍ବରୁ ହୀରାକୁଦ ଜଳଭଣ୍ଡାର ପାଇଁ ପରିକଳ୍ପନା କରାଯାଇଛି । ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ହାଥ୍ରୋନ ଲୁଇସ୍ ୧୫ ମଇ ୧୯୪୬ରେ ପ୍ରଥମେ ଶିଳାନ୍ୟାସ କରିଥିଲେ । ପରେ ଜୁନ ୧୯୪୭ରେ ଭାରତ ସରକାରଙ୍କ ନିକଟରେ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ ହୋଇଥିଲା । ଉକ୍ତ ରିପୋର୍ଟ ଭିତ୍ତିରେ ୧୨ ଏପ୍ରିଲ ୧୯୪୮ରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ପୁଣି ଡ୍ୟାମ୍ ପାଇଁ ଶିଳାନ୍ୟାସ କଲେ । ଏହାର ଚାରି ବର୍ଷ ପରେ ଅର୍ଥାତ ୧୯୫୨ରେ ଗଠନ ହେଲା ମଜୁମ୍‌ଦାର ବୈଷୟିକ କମିଟି । ପ୍ରକଳ୍ପ ଯୋଗୁଁ ୫୪୫ ହଜାର ହେକ୍ଟର ଜମି ଜଳସେଚିତ ହେବ ଏବଂ ୪୮ ହଜାର ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହେବ ବୋଲି କମିଟି ଆକଳନ କଲା । ତଦନୁଯାୟୀ ୯୨.୮୦ କୋଟି ବ୍ୟୟରେ ଜୁନ ୧୯୫୫ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେଲା ।


 ଶିଳାନ୍ୟାସର ପ୍ରାୟ ନଅ ବର୍ଷ ପରେ ଅର୍ଥାତ ୧୩ ଜାନୁଆରୀ ୧୯୫୭ରେ ପ୍ରଧାନମନ୍ତ୍ରୀ ଶ୍ରୀ ନେହେରୁ ଦେଶବାସୀଙ୍କୁ ଦେଶର ସର୍ବ ବୃହତ୍ତ ‘ହୀରାକୂଦ ଜଳଭଣ୍ଡାର’କୁ ଉତ୍ସର୍ଗ କଲେ 

Leave A Reply

Your email address will not be published.