ହରଡ଼ ଘଣାରେ ଅଭିନେତା ମନୋଜ ମିଶ୍ର: ତାଙ୍କ ବିରୋଧରେ ବାଲେଶ୍ଵର ଟାଉନ ଥାନାରେ ଏତଲା

0

ବାଲେଶ୍ଵର,ଭୁବନେଶ୍ୱର,//TATKAL ODISHA//EXCLUSIVE //
ଅଭିନେତାରୁ ରାତାରାତି ନେତା ହୋଇଯାଇଥିବା ମନୋଜ ମିଶ୍ର ଏବେ ହରଡ଼ ଘଣାରେ ପଡିଛନ୍ତି I ଗୋଟିଏ ପରେ ଗୋଟିଏ ଏତଲା ତାଙ୍କ ବିରୋଧରେ ଦାୟର ହୋଇଛି I

ଫକୀର ମୋହନଙ୍କ ସାହିତ୍ୟ ସର୍ଜନା ଉପରେ ବିବାଦୀୟ ମନ୍ତବ୍ୟ ପ୍ରଦାନ କରି ବିବାଦୀୟ ରହିଥିଲା ବେଳେ ରବିବାର ଅପରାହ୍ଣରେ ବାଲେଶ୍ଵରର ସାହିତ୍ୟ ଅନୁଷ୍ଠାନ’ସୃଜନାକ୍ଷର’ ପକ୍ଷରୁ ବାଲେଶ୍ୱରରେ ଏକ ଥାନାରେ ଏତଲା ଦିଆଯାଇଛି I

ସର୍ବଶ୍ରୀ ସାହିତ୍ୟ ଗବେଷକ ଡ. ରାଧାରଂଜନ ପଟ୍ଟନାୟକ, କବି ଡ. ବଂଶୀଧର ଚୌଧୁରୀ ,ପ୍ରଜ୍ଞାଶ୍ରୀ ତଥା ସମାଜସେବୀ ପ୍ରସନ୍ନ ପାତ୍ରଙ୍କ ସମେତ ବହୁ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ମିଳିତ ଭାବେ ବାଲେଶ୍ଵର ଟାଉନ ଥାନାରେ ମନୋଜ ମିଶ୍ରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହ ଗିରଫ କରିବା ପାଇଁ ଏତଲାରେ ଦାବି କରିଛନ୍ତି ।

ବାଲେଶ୍ଵରର ସାହିତ୍ୟ ଅନୁଷ୍ଠାନ ‘ସୃଜନାକ୍ଷର’ ପକ୍ଷରୁ ଏତଲା, ଗିରଫ ଦାବି..


ବିବାଦୀୟ ଚଳଚିତ୍ର ଅଭିନେତା ମନୋଜ ମିଶ୍ର ଫକୀର ମୋହନଙ୍କ କାଳଜୟୀ ସାହିତ୍ୟ ସର୍ଜନା ପ୍ରତି ବ୍ୟଙ୍ଗାତ୍ମକ ତାଛଲ୍ୟ କରିଛନ୍ତି ।ଫକୀର ମୋହନଙ୍କ ‘ରେବତୀ’ଗଳ୍ପକୁ ଭଲ ଭାବେ ଅନୁଶୀଳନ ନ କରି ଫକୀର ମୋହନ କୁଆଡେ ଜେଜିମା କଣ୍ଠରେ ‘ଲୋ ଗାତ’ ବୋଲି କହିଛନ୍ତି ।

ଏଇ ଶବ୍ଦଟି ମିଶ୍ର ମହାଶୟ କେଉଁଠୁ ଆଣିଲେ ,ତାହା ସଭିଁକୁ ଚକିତ କରିଛି ।ଉନବିଂଶ ଶତାବ୍ଦୀର ଶେଷ ଏବଂ ବିଂଶ ଶତାବ୍ଦୀର ଆରମ୍ଭରେ ତତ୍କାଳୀନ ମଣିଷ ତୁଣ୍ଡର ଏବଂ ଦାଣ୍ଡ ର ଭାଷାକୁ ଫକୀର ମୋହନ ତାଙ୍କ କଥା ସାହିତ୍ୟ ରେ ପ୍ରୟୋଗ କରି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ।ଠିକ ସେହି ପରି ରଣ୍ଡୀ ପୁଅ ଅନନ୍ତା ଶବ୍ଦଟି ଉପରେ ମଧ୍ୟ ପ୍ରଶ୍ନ ଉଠାଇ ଛନ୍ତି । ରଣ୍ଡୀପୁଅ ଅନନ୍ତା ଶବ୍ଦଟିକୁ ବାତିଲ କରି ଅନ୍ୟ ଏକ ନାମ ଦିଆ ଯାଉ ବୋଲି ସର୍ଵ ସାଧାରଣ ରେ ପ୍ରକାଶ କରିଛନ୍ତି ।ମନୋଜ ବାବୁ ଙ୍କୁ କିଏ ଅଧିକାର ଦେଲା ଜଣେ ପ୍ରଥିତ ଯଶା ଲେଖକ ପ୍ରୟୋଗ କରିଥିବା ଶବ୍ଦ ଟି କୁ ବାତିଲ କରିବା ପାଇଁ ଆହ୍ୱାନ ଦେବା ?

ଏହା ଫକୀର ମୋହନଙ୍କ ପ୍ରତି ସମ୍ମାନ ! ଅପମାନ । କେବଳ ସେତିକି ରେ ସେ ଅଟକି ନାହାନ୍ତି ,ଫକୀର ମୋହନ କୁଆଡ଼େ ସାହିତ୍ୟର ଚୌର୍ଯ୍ୟ ବୃତ୍ତି ଅବଲମ୍ବନ କରିଛନ୍ତି ବୋଲି କହି ନିଜ ଅଜ୍ଞତାର ପରିଚୟ ଦେବା ସହ କାଳଜୟୀ କଥାକାରଙ୍କୁ ହାଲ୍କା ରେ ନେଇଛନ୍ତି ।ମନୋଜ ବାବୁ ମନେ ରଖିବା ଉଚିତ ଯେଉଁ ସମୟରେ ଓଡ଼ିଆ ଭାଷାର ଅସ୍ତିତ୍ୱ ଉପରେ ପ୍ରଶ୍ନ ଚିହ୍ନ ଲାଗିଥିଲା ,ଏକ ମୁର୍ମୁଷୁ ଓଡ଼ିଆ ଭାଷାକୁ ବଞ୍ଚାଇବାରେ ସେ ନିଜେ ଭାଷା ସାହିତ୍ୟର କୁରୁକ୍ଷେତ୍ର ରେ ସବ୍ୟସାଚୀ ସାଜିଥିଲେ । ସେ ବି ରିଂ ଲିଡର ର ଅପବାଦ ମୁଣ୍ଡେଇ ଥିଲେ ।ଏ ସବୁ ସତ୍ତ୍ୱେ ତାଙ୍କରି ପାଇଁ ହିଁ ଆମେ ଓଡ଼ିଆ ବୋଲି ଗର୍ବ ଅନୁଭବ କରୁଛୁ ।


ବ୍ରଜମୋହନରୁ ଫକୀର ମୋହନ ,ଅଝାଲ ସିଲାଇରୁ ମେଟବୟ, ଶିକ୍ଷକ ଜୀବନରୁ ଦେୱାନ ,ମେନେଜର ଆଦି ପଦ ପଦବୀ ରେ ରହି ଓଡ଼ିଆ ସାହିତ୍ୟରେ ସମୃଦ୍ଧି ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ।କେବଳ ସେତିକି ନୁହେଁ,କଲିକତା ରୁ ପ୍ରେସ ଆଣିବା ,ପାଠ୍ୟ ପୁସ୍ତକ ରଚନା କରିବା ଆଦି ଅନେକ କାର୍ଯ୍ୟ କରି ଓଡ଼ିଆ ଭାଷା ସାହିତ୍ୟ କୁ ଏକ ସମ୍ମାନ ଜନକ ଆସନ ଦେଇଥିଲେ ।ଓଡ଼ିଆ ସାହିତ୍ୟରେ ଫକୀର ମୋହନଙ୍କ ପୂର୍ବରୁ ଯଦିଓ ହାତ ଗଣତିରେ ଖୁବ କମ ସଂଖ୍ୟକ ଗଳ୍ପ ରଚନା କରିବାର ପ୍ରୟାସ ହୋଇଥିଲା ,ତଥାପି ଫକୀର ମୋହନ ସର୍ଵ ପ୍ରଥମେ ସାର୍ଥକ ଗଳ୍ପ ଲେଖି ସଭିଁକୁ ଚମକାଇ ଦେଇଥିଲେ ।ଗଳ୍ପ ସାହିତ୍ୟର ଅନୁକୂଳ ବାତାବରଣ ନଥିବା ସତ୍ତ୍ୱେ ସେ ଲେଖିଚାଲିଲେ ଯୁଗଯୟୀ ଗଳ୍ପ ଓ ଉପନ୍ୟାସ ।

କବିତା ରଚନା କ୍ଷେତ୍ରରେ ମଧ୍ୟ ମଧ୍ୟ ବେଶ ପାରଦର୍ଶିତା ଲାଭ କରିଛନ୍ତି ।ଏତାଦୃଶ ମହାନ ବ୍ୟକ୍ତିଙ୍କ ପ୍ରତି ମନୋଜ ମିଶ୍ରଙ୍କ ଯେଉଁ ଭଳି କଟୁ ମନ୍ତବ୍ୟ ଦେଇଛନ୍ତି ,ସେଥିରେ ତମାମ ଓଡିଶା ବଦୀ ମର୍ମାହତ ।ତେଣୁ ଏତାଦୃଶ ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସୃଜନାକ୍ଷର ସାହିତ୍ୟ ସର୍ଜନାର ମହାମଞ୍ଚ ତରଫରୁ ବାଲେଶ୍ଵର ଟାଉନ ଥାନାରେ ଏତଲା ଦିଆ ଯାଇଛି ।

ଉଲ୍ଲେଖନୀୟ ଯେ, ମନୋଜ ମିଶ୍ରଙ୍କ ପୂର୍ବରୁ ଏମିତି ବିବାଦୀୟ ମନ୍ତବ୍ୟ ପାଇଁ ବିଶିଷ୍ଟ ଚଳଚିତ୍ର ନିର୍ଦେଶକ ଓ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର ଓ ତାଙ୍କ ସହଯୋଗୀ ଭୁବନେଶ୍ୱରରେ ଏକ ଥାନାରେ ଏତଲା ଦେଇଛନ୍ତି I ଏହାର ତଦନ୍ତ ଚାଲିଥିବାବେଳେ ପୁଣି ଏତଲା ଦାୟର ହେବା ପରେ ମନୋଜ ଅଡୁଆରେ ପଡ଼ିଥିବା ଜଣାପଡ଼ିଛି I

Leave A Reply

Your email address will not be published.