ହକି ବିଶ୍ୱକପ ଆନ୍ଥେମ : 2018ରେ ଏ ଆର ରହମନ, 2023ରେ ପ୍ରେମ ଆନନ୍ଦ
ମୁମ୍ବାଇ, ରାଉରକେଲା, ଭୁବନେଶ୍ୱର//TATKAL ODISHA//EXCLUSIVE//
- -2018 ହକି ବିଶ୍ୱକପରେ ଆନ୍ଥେମ ପ୍ରସ୍ତୁତ କରିଥିଲେ ବଲିଉଡ କ୍ଷତାନାମା ସଂଗୀତ ନିର୍ଦେଶକ ଏ ଆର ରହମନ…
- – 2023 ହକି ବିଶ୍ୱକପରେ ଆନ୍ଥେମ କରିଛନ୍ତି ଓଡ଼ିଆ ପୁଅ ତଥା ଓଲିଉଡ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ I
ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି, ହେଲେ ତାହା ସତI ହକି ବିଶ୍ୱକପ-2023 ପାଇଁ ଏବେ ହକି ଫେଡେରସନ୍ ଅଫ୍ ଇଣ୍ଡିଆର, “ଆନ୍ଥେମ୍” ପ୍ରସ୍ତୁତ କରିଛନ୍ତି I ତାହା ଏବେ ଆନ୍ତର୍ଜାତୀୟ ସ୍ତରରେ ଖୁବ ଚର୍ଚ୍ଚିତ ହୋଇଛି I
- ହକି ବିଶ୍ୱ କପ ‘ଆନ୍ଥେମ‘କୁ ବଲିଉଡର ଖ୍ୟାତନାମା ଗୀତିକାର ସମୀର ରଚନା କରିଥିବା ବେଳେ ସୁଖ୍ ବିନ୍ଦର ସିଂ କଣ୍ଠ ଦାନ କରିଛନ୍ତି I
- ଗୁରୁବାର ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିଅମରେ ଉକ୍ତ ବହୁ ଚର୍ଚ୍ଚିତ ଆନ୍ଥେମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବାକୁ ଯାଉଛନ୍ତି I
ନିଜ କ୍ଯାରୀଅରରେ ଟ୍ରାଇବାଲ ଆନ୍ଥେମ ପ୍ରସ୍ତୁତ ସହ ୭୦ରୁ ଅଧିକ ଓଡ଼ିଆ ସିନେମା ଏବଂ ଦଶଟି ହିନ୍ଦୀ, ମରାଠୀ, ବେଙ୍ଗଲୀର ପ୍ରାୟ ଫିଲ୍ମର ସଂଗୀତ ନିର୍ଦେଶନା ଦେଇଥିବା ପ୍ରେମ ଆନନ୍ଦ ଓଡ଼ିଶାର ପୁଣି ଥରେ ଟେକ ରଖିଛନ୍ତି I
TATKAL ODISHAକୁ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ସବୁ ଅସମ୍ଭବ ସମ୍ଭବ ହୋଇଛି I ହକି ବିଶ୍ୱକପ-2023 ପାଇଁ ‘ଆନ୍ଥେମ’ ପ୍ରସ୍ତୁତ କରି ମୁଁ ଧନ୍ୟ I ଏଥିପାଇଁ ମୁଁ ହକି ଇଣ୍ଡିଆକୁ ହୃଦୟରୁ କୃତଜ୍ଞତା ଜଣାଇବା ସହ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଉଛି I
- କେବେ ହକି ବିଶ୍ୱକପ?
ଚଳିତ ବର୍ଷ ଜାନୁଆରୀ ୧୩ରୁ ୨୯ ମଧ୍ୟରେ ପୁରୁଷ ହକି ବିଶ୍ୱକପ୍ ଖେଳ ଏକାଥରେ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜନ ହେବ । ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ଆୟୋଜନ ହେଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହୋତ୍ସବ ।
ଏଥିପାଇଁ କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶ ଆଜି ଗର୍ବିତ ହୋଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକର ହକି ବିଶ୍ୱକପ୍ ପାଇଁ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ହୋଇଥିଲା । ସେଥିପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ତରଫୁରୁ ବିଭିନ୍ନ ମନ୍ତ୍ରୀ ବିଭନ୍ନ ରାଜ୍ୟ ଗସ୍ତ କରି ହକି ମହୋତ୍ସବରେ ସାମିଲ ହେବା ପାଇଁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ।
- ଦେଖନ୍ତୁ / ଶୁଣନ୍ତୁ ଆନ୍ଥେମ…