ହକି ବିଶ୍ୱକପ ଆନ୍ଥେମ : ଇତିହାସ ରଚିଲେ ପ୍ରେମ୍ ଆନନ୍ଦ୍ ଓ ସୁଖ୍ ବିନ୍ଦର ଯୋଡ଼ି
- ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିଅମରେ ହେବ ଲୋକାର୍ପିତ
- ମୁମ୍ବାଇ,ରାଉରକେଲା, ଭୁବନେଶ୍ୱର// TATKAL ODISHA//
- *************************
- ମୁମ୍ବାଇରୁ –କଳାକୃଷ୍ଣ ମହାରଣା
- ଭୁବନେଶ୍ୱରରୁ – ମାନସ ରଞ୍ଜନ ପାତ୍ର
- *****************************
ଓଡ଼ିଶାର ପୁଣି ଥରେ ଟେକ ରଖିଛନ୍ତି ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରେମ୍ ଆନନ୍ଦ୍ I ନିଜ କ୍ଯାରୀଅରରେ ଟ୍ରାଇବାଲ ଆନ୍ଥେମ ପ୍ରସ୍ତୁତ ସହ ୭୦ରୁ ଅଧିକ ଓଡ଼ିଆ ସିନେମା ଏବଂ ହିନ୍ଦୀ, ମରାଠୀ, ବେଙ୍ଗଲୀର ପ୍ରାୟ ଦଶଟି ଫିଲ୍ମର ସଂଗୀତ ନିର୍ଦେଶନା ଦେଇଥିବା ପ୍ରେମ ଆନନ୍ଦ ହକି ବିଶ୍ୱକପ-2023 ପାଇଁ ଏବେ ହକି ଫେଡେରସନ୍ ଅଫ୍ ଇଣ୍ଡିଆ ର, “ଆନ୍ଥେମ୍” କରି ଆନ୍ତର୍ଜାତୀୟ ସ୍ତରରେ ଖୁବ ଚର୍ଚ୍ଚିତ ହୋଇଛନ୍ତି I
2018 ହକି ବିଶ୍ୱକପରେ ଆନ୍ଥେମ ପ୍ରସ୍ତୁତ କରିଥିଲେ କ୍ଷତାନାମା ସଂଗୀତ ନିର୍ଦେଶକ ଏ ଆର ରହମନ…2023 ହକି ବିଶ୍ୱକପରେ ଓଡ଼ିଆ ପୁଅ ପ୍ରେମ ଆନନ୍ଦ…
- ହକି ବିଶ୍ୱ କପ ‘ଆନ୍ଥେମ‘କୁ ବଲିଉଡର ଖ୍ୟାତନାମା ଗୀତିକାର ସମୀର ରଚନା କରିଥିବା ବେଳେ ସୁଖ୍ ବିନ୍ଦର ସିଂ କଣ୍ଠ ଦାନ କରିଛନ୍ତି I
- ଗୁରୁବାର ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିଅମରେ ଉକ୍ତ ବହୁ ଚର୍ଚ୍ଚିତ ଆନ୍ଥେମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି I
ପ୍ରେମ୍ ଆନନ୍ଦ୍ ଏଭଳି ଜଣେ ଏକ ବ୍ଯକ୍ତି, ଯିଏ ଆମ ରାଜ୍ଯର ରାଜ୍ଯପାଳ ପ୍ରଫେସର୍ ଗଣେଶୀଲାଲଙ୍କୁ ନେଇ ଉତ୍କଳ ଜନନୀ ଗୀତ କରିଛନ୍ତି ଓ ବିନା ବାଦ୍ୟ ଯନ୍ତ୍ର ରେ ଶ୍ରୀମନ୍ଦିରର ଗୀତ କରି ‘ଏକାପଲା’ର ନୂଆ ପରମ୍ପରା ସୃଷ୍ଟି କରିଛନ୍ତି I ନିକଟରେ ସେ ଜୀ ଟିଭି ପାଇଁ ଏକ ଚର୍ଚ୍ଚିତ ହିନ୍ଦୀ ଆଲବମ ଗୀତ ପ୍ରସ୍ତୁତ କରିଥିଲେ I
ହକି ଇଣ୍ଡିଆର ନିର୍ଦେଶ କ୍ରମେ ହକି ବିଶ୍ୱକପ-2023 ପାଇଁ ପ୍ରେମ୍ ଆନନ୍ଦ୍ ପ୍ରସ୍ତୁତ କରିଥିବା ଆନ୍ଥେମ ନିମନ୍ତେ ପ୍ରତିଟି ଓଡିଆ ଗର୍ବିତ ହୋଇଛନ୍ତି I
- କେବେ ହକି ବିଶ୍ୱକପ?
ଚଳିତ ବର୍ଷ ଜାନୁଆରୀ ୧୩ରୁ ୨୯ ମଧ୍ୟରେ ପୁରୁଷ ହକି ବିଶ୍ୱକପ୍ ଖେଳ ଏକାଥରେ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜନ ହେବ । ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ଆୟୋଜନ ହେଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହୋତ୍ସବ ।
ଏଥିପାଇଁ କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶ ଆଜି ଗର୍ବିତ ହୋଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକର ହକି ବିଶ୍ୱକପ୍ ପାଇଁ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ହୋଇଥିଲା । ସେଥିପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ତରଫୁରୁ ବିଭିନ୍ନ ମନ୍ତ୍ରୀ ବିଭନ୍ନ ରାଜ୍ୟ ଗସ୍ତ କରି ହକି ମହୋତ୍ସବରେ ସାମିଲ ହେବା ପାଇଁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି ।