ସ୍ୱାସ୍ଥ୍ୟ ବିଭାଗରୁ କାହିଁକି ହଟିଲେ ପ୍ରଦୀପ୍ତ ମହାପାତ୍ର?

0
  • EXCLUSIVE //ଭୁବନେଶ୍ବର//TATKAL ODHISHA//
  • ANALYSIS //ସଂଗୀତା ମହାନ୍ତି//


 ଦୀର୍ଘ ଛୁଟିରେ ଯାଇଥିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର I ସ୍ୱାସ୍ଥ୍ୟଗତ କାରଣରୁ ସେ ଛୁଟି ନେଇଥିବା ସେତେବେଳେ ସ୍ପଷ୍ଟ କରିଥିଲେ I ଛୁଟି ଶେଷରେ ସେ ତାଙ୍କ ନିଜ ଦାୟିତ୍ୱକୁ ଫେରିବା କଥା I ହେଲେ ତାହା ହେଲାନି I ତାଙ୍କୁ ମିଳିଛି ନୂଆ ଦାୟିତ୍ବ । ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ ବା ଓଏଫଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

  • କଣ ପାଇଁ ସେ ଦୀର୍ଘ ଛୁଟିରେ ଯାଇଥିଲେ?
  • * କାହିଁକି ତାଙ୍କର ବିଭାଗ ବଦଳିଲା? 
  •  “ପିକେଏମ’କ୍ରାଇସିସ ମ୍ୟାନେଜର” ଭାବେ ଓଡ଼ିଶାରେ ବେଶ ପରିଚିତ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ନେଇ ଏବେ ଏଭଳି  ଅସମାହିତ ପ୍ରଶ୍ନ ଅଧିକାଂଶଙ୍କ ମନରେ ସୃଷ୍ଟି ହୋଇଛି I ତେବେ ତାଙ୍କର ଛୁଟି ଯିବା କଥା ପ୍ରଥମେ TATKAL ODHISHAରେ ରିପୋର୍ଟ ପ୍ରକାଶ ପାଇଥିଲା I ପ୍ରକାଶ ପାଇବା ପରେ ତାଙ୍କର ପ୍ରତିକ୍ରିୟାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା I ସେତେବେଳେ ଶ୍ରୀ ମହାପାତ୍ର କହିଥିଲେ, “ଛୁଟିରେ ଯିବା କଥା ସତ I ଦେହ ମୋର ଭଲ ନାହିଁ I ଏକ ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଯିବି  I ଏହାକୁ ଭିନ୍ନ ଅର୍ଥରେ ନେବା ଠିକ ନୁହେଁ I ଛୁଟି ସରିଲେ ପୁଣି ନିଜ କାର୍ଯ୍ୟରେ ଯୋଗ ଦେବି I” 
  •  ଏଥିରୁ ଜଣାପଡୁଥିଲା ଯେ, ପ୍ରଦୀପ୍ତ ବାବୁ ପୁଣି ନିଜ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱକୁ ଫେରିବେ I ହେଲେ ତାହା ହେଲାନି I ଛୁଟି ସରିଲା ପରେ ସେ ଓଏଫଡିସି ଅଧ୍ୟକ୍ଷ ଦାୟିତ୍ୱ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି I ହଠାତ ସେ ଛୁଟିରେ ଯିବା ଏବଂ ବିଭାଗ ବଦଳିବାକୁ ନେଇ ପୂର୍ବତନ କିଛି ପ୍ରଶାସକ ସହଜରେ ଗ୍ରହଣ କରି ନାହାନ୍ତି I ସେମାନଙ୍କ ମତ, ସରକାର ଯାହା ଚାହିଁବେ ତାହା କରିପାରିବେ I ଯେ’କୌଣସି ପ୍ରଶାସକର ବିଭାଗ ଯେ’କୌଣସି ସମୟରେ ବଦଲାଇ ପାରିବେ I ହେଲେ ପ୍ରଦୀପ୍ତଙ୍କ କ୍ଷେତ୍ରରେ କଣ ଘଟିଲା, ସେ ଦୀର୍ଘ ଛୁଟିରେ କାହିଁକି ଗଲେ ଏବଂ ପୁଣି ବିଭାଗ କେଉଁ କାରଣରୁବଦଳିଲା, ତାହା ସ୍ପଷ୍ଟ ହେଲା ନାହିଁ I ଯେଉଁ କାରଣରୁ ଏତେ ଚର୍ଚ୍ଚା I “ 
  • ତାଙ୍କ ବଦଳିର ଦୁଇଟି କାରଣ ହୋଇପାରେ I ପ୍ରଥମତଃ ସେ ସରକାର ଚାହୁଁଥିବା କାର୍ଯ୍ୟ କରି ନ ଥିବେ I ଦ୍ଵିତୀୟରେ ବିନାନୁମତିରେ କିଛି ନିଷ୍ପତ୍ତି ନେଇଥିବେ!! ଫଳରେ ସରକାରଙ୍କ ସହ ତାଙ୍କର ମତ ପାର୍ଥ୍ୟକ ହୋଇ ଥାଇ ପାରେ I ଉଭୟ ସରକାର ଓ ପ୍ରଦୀପ୍ତ ତାହାକୁ ଅସ୍ବୀକାର କରିଥିଲେ ହେଁ ଲୋକସେବା ଭବନରେ ଚର୍ଚ୍ଚା ଜୋର ଧରିଛି I”
  • ତୃତୀୟ କାରଣ ବି ଗୋଟିଏ ଥିବାର କୁହାଯାଉଛି I ତାହା ହେଉଛି ରାଜ୍ୟର “ସର୍ବୋଚ୍ଚ ପଦବୀ”କୁ ନେଇ ବିବାଦ ଥାଇପାରେ??
  • ତେବେ ଆଗାମୀ ଦିନରେ ଗଣମାଧ୍ୟମରେ ଏହାକୁ ନେଇ ବାରମ୍ବାର ତର୍ଜମା ହୋଇପାରେ I ଶ୍ରୀ ମହାପାତ୍ର ବିଭିନ୍ନ ପ୍ରଶ୍ନର ସମ୍ମୁଖୀନ ହେବା ସହ ଉତ୍ତର ରଖିବାକୁ ବାଧ୍ୟ ହେବେ I ସରକାରଙ୍କ ପକ୍ଷରୁ ମଧ୍ୟ ତାହା ସ୍ପଷ୍ଟ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି I
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି
  • ପ୍ରକାଶିତ ବିଜ୍ଞପ୍ତିରେ କିଏ କେଉଁଠିକି ଗଲେ??
  • ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ ବା ଓଏଫଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ହେବା ପରେ ଉକ୍ତ ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ ଅଧ୍ୟକ୍ଷ ଦାୟିତ୍ବରେ ଥିବା ପରାଗ ଗୁପ୍ତାଙ୍କୁ ପବ୍ଲିକ୍ ଏଣ୍ଟରପ୍ରାଇଜ୍ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ବରିଷ୍ଠ  ଆଇଏଏସ ବିଜୟ ଆରୋରାଙ୍କୁ ମଧ୍ୟ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଜିଏ ଓ ପିଜି ଡିପାର୍ଟମେଣ୍ଟର ଓଏସଡି ହୋଇଛନ୍ତି ବିଜୟ ଆରୋରା ।
  • ଦେଖନ୍ତୁ TATKAL ODHISHAର ପୂର୍ବ ରିପୋର୍ଟ..

ଛୁଟିରେ ଗଲେ ପ୍ରଦୀପ୍ତ ମହାପାତ୍ର

ଛୁଟିରେ ଗଲେ ପ୍ରଦୀପ୍ତ ମହାପାତ୍ର

Leave A Reply

Your email address will not be published.