ସ୍ବପ୍ନ ସାକାର : T20 ବିଶ୍ୱ ବିଜୟୀ ମୁକୁଟ’ ପିନ୍ଧିଲା ଅଷ୍ଟ୍ରେଲିଆ

0

  • ଦୁବାଇ//TATKAL ODHISHA//:

ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ I ସ୍ବପ୍ନ ହେଲା ସାକାର I ଅଷ୍ଟ୍ରେଲିଆ T20 ବିଶ୍ୱ ଚାମ୍ପିୟନ ହୋଇଛି I ପ୍ରଥମ ଥର ପାଇଁ ଫାଇନାଲରେ ପ୍ରତିଦ୍ବନ୍ଦୀ ନ୍ୟୁଜଲାଣ୍ଡକୁ  ପରାସ୍ତ କରି ଏହି ‘ବିଶ୍ୱ ବିଜୟୀ ମୁକୁଟ’ ପିନ୍ଧିବାରେ ଗୌରବ ଲାଭ କରିଛି । ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡର ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି।

ବିଜୟୀ ହେବା ପରେ ଅଷ୍ଟ୍ରେଲିଆ ଦଳ

   ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୨ ରନ ସଂଗ୍ରହ କରିଥିଲା । ପ୍ରଥମ ୧୧ ଓଭରରେ ମାତ୍ର ୭୬ ରନ କରିଥିଲେ ହେଁ  ଅଧିନାୟକ କେନ ୱିଲିୟମସନଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ଦଳ ୧୭୦ ରନ ପାର କରାଇଥିଲା  । କେନ ୱିଲିୟମସନ୍ ମାତ୍ର ୪୮ ବଲ ଖେଳି ୮୫ ରନ ସଂଗ୍ରହ କରିଥିଲେ । ଆରମ୍ଭରୁ ଧୀମା ଖେଳୁଥିବା ବେଳେ ୧୫ ଓଭର ପରେ ସେ ଧୂଆଁଧାର ଖେଳ ଆରମ୍ଭ କରିଥିଲା ।

 ଅଷ୍ଟ୍ରେଲିଆ ୧୭୨ ରନର ପିଛା କରୁଥିବା ମାତ୍ର ୨ ୱେକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ୱାର୍ନର ଓ ମିଚେଲ ମାରର୍ସଙ୍କ ଅର୍ଦ୍ଧଶତକ ବଳରେ ଦଳ ନ୍ୟୁଜଲାଣ୍ଡକୁ ସହଜରେ ପରାସ୍ତ କରିବାରେ ସକ୍ଷମ ହୋଇଛି ।

୫ ଥର ଦିନିକିଆ ବିଶ୍ଵ କପ୍ ଜିତିଥିବା ଅଷ୍ଟ୍ରେଲିଆ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଜିତିବାରେ ସକ୍ଷମ ହୋଇଛି। ଦଳ ଏହା ପୂର୍ବରୁ ୨୦୧୦ରେ ଫାଇନାଲ୍‌ରେ ପ୍ରବେଶ କରିଥିଲା। କିନ୍ତୁ ଇଂଲଣ୍ଡ ହାତରୁ ପରାଜିତ ହୋଇଥିଲା।

ପୂର୍ବରୁ ୨୦୧୫ରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ଦିନିକିଆ ବିଶ୍ଵ କପ୍‌ ଫାଇନାଲ୍‌ରେ ପରାସ୍ତ କରିଥିଲା। ୨୦୧୯ ଦିନିକିଆ ବିଶ୍ଵ କପରେ ମଧ୍ୟ ନ୍ୟୁଜିଲାଣ୍ଡକୁ ଉପ ବିଜେତାରେ ସନ୍ତୁଷ୍ଟ ହେବାକୁ ପଡିଥିଲା।

Leave A Reply

Your email address will not be published.