ସୌମ୍ୟ ବାବୁଙ୍କ ପୁଣି କାହିଁକି ତେରଛା ବାଣ?

0

ଚର୍ଚ୍ଚା : ସିଧାସଳଖ, ଅଥଚ ହାଲକା !!

ଭୁବନେଶ୍ୱର// TATKAL ODISHA//ANALYSIS//

କେଇ ଦିନ ନୀରବତା ପରେ ପୁଣି ଝଡ଼ I ସମ୍ବାଦର ସମ୍ପାଦକ ତଥା ବିଜେଡିର ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପୁଣି ମାରିଛନ୍ତି ତେରଛା ବାଣ I

ଏଥର ସିଧାସଳଖ କହିଥିଲେ ହେଁ କିଛି ପ୍ରସଙ୍ଗରେ ହାଲକା ଅଟାକ କରିଥିବା ଚର୍ଚ୍ଚା ହେଉଛି I

ନିଜ ସମ୍ବାଦ ଦୈନିକ ଖବର କାଗଜରେ ‘ଆମ ଘରର ହାଲଚାଲ’ ସ୍ତମ୍ଭରେ ଜନ୍ମଦିନର ଅନୁଚିନ୍ତା ଶୀର୍ଷକ ସ୍ତମ୍ଭରେ ସୌମ୍ୟବାବୁ ଏଭଳି ଟାର୍ଗେଟ କରିଛନ୍ତି ।

ହେଲେ ଅନେକ ପ୍ରଶ୍ନ କରନ୍ତି … ସୌମ୍ୟ ବାବୁ ଗୋଟିଏ ଅନୁଶାସିତ ଦଳର ଥାଇ କେମିତି ବାରମ୍ବାର ଏଭଳି କଥା ଲେଖି ପାରୁଛନ୍ତି? ଜଣେ ରାଜନେତା ଭାବେ ନା’ ସମ୍ପାଦକ ଭାବେ ତାଙ୍କର ସ୍ପଷ୍ଟ ମତ ଦେଉଛନ୍ତି? ତାଙ୍କ ମନରେ କାହିଁକି ଏତେ ଗୁସ୍ସା??

  • ସୌମ୍ୟ ବାବୁ କ’ଣ କହିଛନ୍ତି ଆସନ୍ତୁ ଦେଖିବା..
  • ସୌମ୍ୟ ବାଣ : ଏକ

ଅତୀତରେ ଏ ସମ୍ପର୍କରେ ଉଲ୍ଲେଖ କରି ଏହି ସ୍ତମ୍ଭରେ ‘ବୃତ୍ତ, ପାର୍ଟି ଓ ମାଟି’ର ଶୀର୍ଷକରେ ଏକ ଆଲୋଚନା ରଖିଥିଲି। ଆଜି ତାହା ମୋତେ ଅଧିକ ପ୍ରାସଙ୍ଗିକ ମନେ ହେଉଛି। ଗଣମାଧ୍ୟମର ବ୍ୟକ୍ତି ହିସାବରେ ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନର ପକ୍ଷଧର ହୋଇ ନିରପେକ୍ଷତାକୁ ତ୍ୟାଗ କରିଥିବା କଥା କହୁଛୁ। କିନ୍ତୁ ଅନେକ ସମୟରେ ବ୍ୟକ୍ତିଗତ ବ୍ୟାବସାୟିକ ସ୍ବାର୍ଥ ଆଗରେ ମୁଣ୍ଡ ନୁଆଁଇବାକୁ ମଧ୍ୟ ବାଧ୍ୟ ହେଉଛୁ। ରାଜନୈତିକ ଦଳରେ ଥାଇ ଦଳର ସ୍ବାର୍ଥକୁ ଆଖିରେ ରଖି ଅନେକ ପ୍ରସଙ୍ଗରେ ନିରବ ରହିବାକୁ ଉଚିତ ମଣୁଛୁ।”

  • ସୌମ୍ୟ ବାଣ :ଦୁଇ

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ସାରା ଓଡ଼ିଶାକୁ ହେଲିକପ୍ଟରରେ ବୁଲି ସାଧାରଣ ଜନତାଙ୍କ ସହିତ ସାକ୍ଷାତ କରୁଛନ୍ତି ଏବଂ ସେମାନଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରୁଛନ୍ତି। ଏହି ପ୍ରାୟୋଜିତ କାର୍ଯ୍ୟକ୍ରମରେ କେତେ ପଇସା ଖର୍ଚ୍ଚ ହେଉଛି ତାହାର ହିସାବ କାହା ପାଖରେ ନାହିଁ | ସଚିବଙ୍କର ଓଡ଼ିଶା ଗସ୍ତ ସମ୍ପୂର୍ଣ୍ଣ ହେଲାବେଳକୁ ପ୍ରାୟ ୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବ ବୋଲି ଆନୁମାନିକ ଆକଳନରୁ ଜଣାପଡ଼ିଛି।”

  • ସୌମ୍ୟ ବାଣ :ତିନି

 ବାବୁ ପୁଣି କହିଛନ୍ତି..

” ‘ମନ୍ତ୍ରୀ ବଡ଼ କି ସଚିବ ବଡ଼’ ପ୍ରଶ୍ନର ଉତ୍ତର ଯାହା ହେଇଥାଉନା କାହିଁକି ‘ପାର୍ଟି ବଡ଼ କି ମାଟି ବଡ଼’ ନିଶ୍ଚିତ ଭାବରେ ଅଧିକ ପ୍ରାସଙ୍ଗିକ। ଏହାର ଉତ୍ତର ମୋର ସାଥୀ ବିଜେଡିର ବନ୍ଧୁମାନେ କିପରି ଦେବେ ମୁଁ ଜାଣେନାହିଁ। ଅନେକଙ୍କ ମତରେ ପାର୍ଟି ରହିଲେ ସିନା ମାଟି ରହିବ ! କିନ୍ତୁ ମୋ ବିଚାରରେ ମାଟି ଓ ପାର୍ଟିର ଦ୍ବନ୍ଦ୍ବ ହେଲେ ମାଟି ହିଁ ସବୁବେଳେ ଜିତିବ। ଆଜି ଆମେ କିନ୍ତୁ ନିର୍ବାଚନ ସର୍ବସ୍ଵ ରାଜନୈତିକ ବ୍ୟବସ୍ଥାରେ ଆଗାମୀ ନିର୍ବାଚନକୁ ଏକମାତ୍ର ଲକ୍ଷ୍ୟ ଭାବେ ଗ୍ରହଣ କରି ମାଟିର ସ୍ବାର୍ଥକୁ ଅଣଦେଖା କରୁଛୁ। ଓଡ଼ିଶାର ଜଳ, ଜମି, ଜଙ୍ଗଲ ଓ ଶକ୍ତି, ଶିକ୍ଷା, ସ୍ବାସ୍ଥ୍ୟ କଥା ବିଚାର କଲେ ସବୁ କ୍ଷେତ୍ରରେ ଆମର ଉତ୍କଳ ଜନନୀ ଆଜି ଅବହେଳିତ ଓ ଲୁଣ୍ଠିତ ହେଲାଭଳି ମନେ ହେଉଛନ୍ତି। ଏ ବିଷୟରେ ଆଲୋଚନା କରିବାକୁ କେହି ପ୍ରସ୍ତୁତ ନୁହନ୍ତି। ବର୍ତ୍ତମାନର ଅନୁକୂଳ ଆର୍ଥିକ ପରିସ୍ଥିତିକୁ ଦେଖି ଆମେ ଆହ୍ଲାଦିତ ହେଉଛୁ ଏବଂ ଭାବୁଛୁ ଏ ଅବସ୍ଥା ସବୁକାଳ ପାଇଁ ରହିବ”

  • ସୌମ୍ୟ ବାଣ : ଚାରି

ଶେଷରେ ସୌମ୍ୟ ବାବୁ ନିଜ ଖବର କାଗଜ ‘ସମ୍ବାଦ’ କଥା ସମ୍ପର୍କରେ କହିଛନ୍ତି…

ଓଡ଼ିଶାର ଜନସାଧାରଣ ଆମକୁ ଏକ ପ୍ରମୁଖ ଗଣମାଧ୍ୟମ ଅନୁଷ୍ଠାନ ଭାବରେ ବହୁ ବର୍ଷରୁ ସ୍ବୀକୃତି ଦେଇଛନ୍ତି । ଏବେ ମଧ୍ୟ ତାହା ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ ଅତୁଟ ରହିଛି। ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କର ଏକ ଭରସାର ଦଳ ଏକଥା ଆମର ବିରୋଧୀମାନେ ସୁଦ୍ଧା ସ୍ବୀକାର କରୁଛନ୍ତି।”

ତେବେ ଓଡ଼ିଆ ସାମ୍ବାଦିକତା ଜଗତରେ ଜଣେ ଦ୍ରୁଣାଚାର୍ଯ୍ୟ ଭାବେ ସ୍ୱତନ୍ତ୍ର ପରିଚୟ ପାଇଥିବା ସୌମ୍ୟ ବାବୁଙ୍କ ଏହି ବିବାଦୀୟ ଓ ଚର୍ଚ୍ଚିତ ଲେଖା ଉପରେ ପ୍ରତିକ୍ରିୟା ପାଇବା ସ୍ୱାଭାବିକ I ହେଲେ କଣ ହେଉଛି ତାହା ଦେଖିବା କଥା I

ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଖଣ୍ଡପଡାର ପୂର୍ବତନ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକ I ତାଙ୍କ ଟ୍ୱିଟରେ ସୌମ୍ୟ ବାବୁଙ୍କ ନାଁ ନ ଧରି “ସୈତାନର ବେଦ ପାଠ” ବୋଲି କଟାକ୍ଷ କରିଛନ୍ତି …

Leave A Reply

Your email address will not be published.