ସୋଆରେ ୫୦୦ ଆସନ ବିଶିଷ୍ଟ ଅଡିଟୋରିୟମ୍‌ ଉଦ୍‌ଘାଟିତ

0

ଭୁବନେଶ୍ୱର,//TATKAL ODISHA //

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚର।ଲ ସାଇନ୍ସ (ଆଇଏଏସ୍) ପରିସରରେ ରବିବାର ୫୦୦ ସିଟ୍ ବିଶିଷ୍ଟ ଅଡ଼ିଟୋରିୟମ୍ ଉଦ୍‌ଘାଟିତ ହୋଇଯାଇଛି।

ସୋଆ ଉପସଭାପତି ଶ୍ରୀମତୀ ଶାଶ୍ବତୀ ଦାସ ଏହି ଅଡିଟୋରିୟମକୁ ଉଦ୍‌ଘାଟନ କରିଥିଲେ ।

କାର୍ଯ୍ୟକ୍ରମରେ ଶ୍ରୀମତି ଦାସ କହିଲେ ଏହି ଅଡ଼ିଟୋରିୟମ୍ ଶିକ୍ଷକ, ଛାତ୍ରଛାତ୍ରୀ ଓ ଗବେଷକଙ୍କ ଜ୍ଞାନ ଓ ଭାବର ଆଦାନ ପ୍ରଦାନ ନିମନ୍ତେ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଆଜି ଏହି ନୂଆ ଅଡିଟୋରିୟମ୍ ପରିସରରେ ଟେଡ୍‌ଏକ୍ସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏଥିରେ ଅତିଥି ଭାବେ ଅବସର ପ୍ରାପ୍ତ ମେଜର ଜେନେରାଲ ୟଶପାଲ୍ ମୋର, ବଲିଉଡ୍ ଗୀତିକାର କୁମାର, ସଙ୍ଗୀତ ସଂଯୋଜକ ଓ କଣ୍ଠଶିଳ୍ପୀ ନୀଲେଶ୍ ଆହୁଜା, ରେଡିଓ ଜକି ରାଘବ, ଫିଲାନ୍ଥରୋପିଷ୍ଟ ଅକ୍ଷିତା ଏମ୍.ଭଞ୍ଜଦେଓ, ଇନ୍‌ଫ୍ଲୁଏନ୍ସର ଫର ଗ୍ଲୋବାଲ ଡେଭଲପ୍‌ମେଣ୍ଟାଲ ଗୋଲ୍ସ୍ କମଲ ପ୍ରକାଶ ସେଠ ଓ ପେନ୍‌ସିଲ୍‌ ଫର ଚେଞ୍ଜର ପ୍ରତିଷ୍ଠାତା ପଟ୍ଟନାୟକ ଓମ୍‌ପ୍ରିୟ ମହାନ୍ତି ଯୋଗଦେଇଥିଲେ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ପ୍ରୋ ଭାଇସ୍‌ ଚାନ୍ସେଲର ପ୍ରଫେସର ପି.କେ ନନ୍ଦ, ଆଇଏଏସ୍‌ର ଆକ୍ଟିଙ୍ଗ ଡିନ୍ ଡ. ବି.କେ ମିଶ୍ର, ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାଶ, ଆଡିସ୍‌ନାଲ ଡିନ୍ (ରିସର୍ଚ୍ଚ) ଡ. ପ୍ରିୟବ୍ରତ ପଟ୍ଟନାୟକ ଓ ଆୟୋଜକ ଅଭିଷେକ ପଟ୍ଟନାୟକ ଉପସ୍ଥିତ ରହି ନିଜ ବକ୍ତବ୍ୟ ରଖିଥିଲେ।

Leave A Reply

Your email address will not be published.