ସୂଚନା ଓ ଲୋକସମ୍ପର୍କ ବିଭାଗ: ମଞ୍ଜୁରୀପ୍ରାପ୍ତ ପଦବୀ ୧୦୫୦, ଖାଲି ପଡିଛି ୫୫୦

0


କାମ ଚଳାଉଛନ୍ତି ଏକ କନସଲଟାଣ୍ଟ, ୨୯ ଠିକା କର୍ମଚାରୀ, ୧୧ ଆଡହକ, ୯ ଆଉଟ ସୋର୍ସ କର୍ମଚାରୀ

ଭୁବନେଶ୍ୱର,//TATKAL ODISHA//
ସୂଚନା ଓ ଲୋକସମ୍ପର୍କ ବିଭାଗରେ ଥିବା ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟ ଅଧାରୁ ଅଧିକଖାଲି ପଡିଛି । କାମ ଚଳାଇବା ପାଇଁ ବିଭାଗରେ ଜଣେ କନସଲଟାଣ୍ଟ, ୨୯ ଜଣ ଠିକା କର୍ମଚାରୀ, ୧୧ଜଣ ଆଡହକ କର୍ମଚାରୀ ଓ ୯ଜଣ ଆଉଟ ସୋର୍ସଡ୍ କର୍ମଚାରୀ ନିୟୋଜିତ ହୋଇଛନ୍ତି ।


 ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ତାଙ୍କ କହିଛନ୍ତି ଯେ,ବିଭାଗରେ ଚାରି ବର୍ଗରେ ୧୦୫୦ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ୫୫୦ଟି ପଦବୀ ଖାଲି ପଡିଛି । କ ବର୍ଗରେ ଥିବା ୧୦୭ଟି ପଦବୀରୁ ୫୦ଟି ଖାଲି ପଡିଥିବାବେଳେ ଖ ବର୍ଗରେ ଥିବା ୩୦୭ଟି ପଦବୀରୁ ୧୬୮ଟି, ଗ ବର୍ଗରେ ଥିବା ୩୩୮ ପଦବୀରୁ ୧୬୭ ଟି ଓ ଘ ବର୍ଗରେ ଥିବା ୨୯୮ଟି ପଦବୀରୁ ୧୬୫ଟି ଖାଲି ପଡିଛି ।


 ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଠିକାରେ ଥିବା ଜଣେ କନସଲଟାଣ୍ଟଙ୍କ ମାସିକ ପାଉଣା ୭୦,୦୦୦ ଟଙ୍କା ହୋଇଥିବାବେଳେ ୨୯ଜଣ ଠିକା କର୍ମଚାରୀଙ୍କ ଦରମା ୧୦ ରୁ ୩୫ ହଜାର ଟଙ୍କା ମଧ୍ୟରେ ରହିଛି । ୧୧ଜଣ ଆଡହକ କର୍ମଚାରୀଙ୍କ ମଧ୍ୟରୁ ୪ଜଣଙ୍କର ମାସିକ ବେତନ ମୂଳଦରମା ୪୯୩୦, ଗ୍ରେଡ୍ ପେ- ୧୭୭୫ ଟଙ୍କା ତଥା ଷଷ୍ଠ ବେତନ ଆୟୋଗ ଆଧାରରେ ମହଙ୍ଗା ଭତ୍ତା ଓ ଅନ୍ୟାନ୍ୟ ଭତ୍ତା ପାଉଛନ୍ତି । ଅବଶିଷ୍ଟ ୭ଜଣଙ୍କର ମୂଳ ଦରମା ୫୨୦୦ ସହିତ ୧୯୦୦ ଟଙ୍କାର ଗ୍ରେଡ୍ ପେ ଓ ଷଷ୍ଠ ବେତନ ଆୟୋଗ ଆଧାରରେ ମହଙ୍ଗା ଭତ୍ତା ଓ ଅନ୍ୟାନ୍ୟ ଭତ୍ତା ପାଉଛନ୍ତି ।


ତେବେ ୯ଜଣ ଆଉଟସୋର୍ସଡ୍‌ କର୍ମଚାରୀଙ୍କ ମଧ୍ୟରୁ ଜଣେ ପରାମର୍ଶଦାତା ମାସିକ ୯୦,୦୦୦ ଟଙ୍କା ପାଉଣା ପାଉଥିବାବେଳେ ଆଉ ଜଣେ ମାସକୁ ୭୫,୦୦୦ ଟଙ୍କା ଓ ଅନ୍ୟ ଜଣେ ମାସକୁ ୨୮,୪୦୦ ଟଙ୍କା ପାଉଛନ୍ତି । ଅବଶିଷ୍ଟ ୬ଜଣ କର୍ମଚାରୀ ମାସକୁ ୧୩,୯୦୦ ଟଙ୍କା କରି ପାଉଣା ପାଉଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି I

Leave A Reply

Your email address will not be published.