ସୁଷମ ଖାଦ୍ୟ,ଉତ୍ତମ ଜୀବନଶୈଳୀ ଦ୍ୱାରା ବିଭିନ୍ନ ରୋଗରୁ ମିଳିପାରିବ ଉପଶମ
- ସମ୍ରେ ଜାତୀୟ ପୋଷଣ ଦିବସ ପାଳିତ
- ଭୁବନେଶ୍ୱର//TATKAL ODISHA //
ସୁଷମ ଖାଦ୍ୟ ଓ ଉତ୍ତମ ଜୀବନଶୈଳୀ ଦ୍ୱାରା ବିଭିନ୍ନ ରୋଗରୁ ଉପଶମ ମିଳିପାରିବ । ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ବୁଧବାର ଜାତୀୟ ପୋଷଣ ଦିବସ ପାଳିନ ଅବସରରେ ବହୁ ବିଶିଷ୍ଟ ଡାକ୍ତର ମତପୋଷଣ କରିଛନ୍ତି ।
ସୋଆର କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବାବେଳେ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ସମୀର ସାହୁ, ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଗିରିଶ୍ କୁମାର ପତି ଏବଂ ଡକ୍ଟର ମନ୍ଜିତ୍ କାନୁନ୍ଗୋ, କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ଶକ୍ତି ବେଦାନ୍ତ ମିଶ୍ର, ଶିଶୁ ରୋଗ ବିଭାଗର ପ୍ରଫେସର ସ୍ୱରୂପ କୁମାର ବିଶୋଇ, ଖାଦ୍ୟ ଓ ପୋଷଣ ବିଭାଗର ମୁଖ୍ୟ ଡାକ୍ତର ପୁଷ୍ପାଞ୍ଜଳୀ ମିଶ୍ର ଓ ନର୍ସିଂ ସୁପରିଟେଣ୍ଡେଣ୍ଟ ମୀନତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ସୁଷମ ଖାଦ୍ୟ ଓ ଉତମ ଜୀବନଶୈଳୀ ଦ୍ୱାରା କିପରି ବିଭିନ୍ନ ରୋଗରୁ ଉପଶମ ମିଳିପାରିବ ସେ ବିଷୟରେ ଆଲୋକପାତ କରିଥିଲେ ।
ଗତ ସେପ୍ଟେମ୍ବର ୪ରୁ ପୋଷଣ ମାସ ପରିପ୍ରେକ୍ଷୀରେ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ୩ ଭାଗରେ ବିଭକ୍ତ କରାଯାଇଥିଲା ।
ପ୍ରଥମ ଏବଂ ଦ୍ୱିତୀୟ ସପ୍ତାହରେ ମାଗଣା ଖାଦ୍ୟ ତାଲିକା ପ୍ରସ୍ତୁତି ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସେହିପରି ତୃତୀୟ ସପ୍ତାହର ୨୮ରେ ଥେରାପିଇୟୁଟିକ୍ ଖାଦ୍ୟ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀରେ ବିଭିନ୍ନ ରୋଗ ଯେପରିକ ଡାଇବେଟିସ୍ , କ୍ୟାନସ୍ର, କିଡନୀ ସମସ୍ୟା, ଥାଇରଏଡ୍ ଭଳି ସମସ୍ୟା ଏବଂ ସେଥି ନିମନ୍ତେ ଖାଦ୍ୟ ତାଲିକା, ରେନ୍ବୋ ଡାଏଟଏବଂ ଖାଦ୍ୟର ନମୁନା ପ୍ରଦର୍ଶନୀ କରାଯାଇଥିଲା ।
ଏହି ପ୍ରଦର୍ଶନୀ ଦ୍ୱାରା ବିଭିନ୍ନ ପ୍ରାନ୍ତରୁ ଆସୁଥିବା ରୋଗୀ ଓ ସେମାନଙ୍କ ସଂପର୍କୀୟ, ହସ୍ପିଟାଲର କର୍ମଚାରୀମାନେ ବିଶେଷ ଭାବରେ ଉପକୃତ ହୋଇପାରିଛନ୍ତି । କାର୍ଯ୍ୟକ୍ରମରେ ହସ୍ପିଟାଲ୍ର ଶ୍ରେଷ୍ଠ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ସିନିୟର ଡାଇବେଟିସିଆନ୍ ସୂର୍ଯ୍ୟଶିଖା ମହାନ୍ତି, ସୁନିତା ନାଗ୍, ସୁଖଦା ମହାପାତ୍ର, ସୁଶ୍ରୀ ତନୟା ବରାଳ,ଚନ୍ଦ୍ରିମା ସେନାପତି ଓ ରୋଜାଲିନ୍ ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
*****************************************************