ସୁଶୋଭିତ ରଥରେ ଆରୁଢ଼ ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ
୭୪ ତମ ପ୍ରାଦେଶିକ ଭକ୍ତ ସମ୍ମିଳନୀ ନିମନ୍ତେ ଶ୍ରୀଶ୍ରୀଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ କୁଜଙ୍ଗ ସାରସ୍ୱତ ସଂଘ, ସମାଗୋଳ ଠାରେ ହୋଇଛନ୍ତି ବିଜେ
ପାରାଦ୍ୱୀପ, କୁଜଙ୍ଗ// TATKAL ODISHA//:
କୁଜଙ୍ଗ ସମାଗୋଳ ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଦେଶିକ ଭକ୍ତ ସମ୍ମିଳନୀ ନିମନ୍ତେ ଗତ ୧୭ ତାରିଖ ଦିନ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବ ଏକ ବର୍ଣ୍ଣାଢ଼୍ୟ ସୁଶୋଭିତ ରଥରେ ଆରୁଢ଼ ହୋଇ ୪ ହଜାରରୁ ଉର୍ଦ୍ଧ ଭକ୍ତମାନଙ୍କ ଗହଣରେ ମହାସମାରୋହରେ ବିଜେ କରିଛନ୍ତି ।
ଗତ ୧୩ ତାରିଖ ପୌଷ ପୂର୍ଣ୍ଣିମା ଅବସରରେ କେନ୍ଦ୍ର ଆସନ ମନ୍ଦିର ବୀରତୁଙ୍ଗ ଠାରେ ନିମନ୍ତ୍ରଣ କରାଯାଇ ୧୫ ତାରିଖ ଦିନ ସେଠାରୁ ବାହାରିଥିଲେ । ଶ୍ରୀ ଶ୍ରୀ ଠାକୁର ପ୍ରଥମେ ଗୋପ, ଚାରିଛକ ଦେଇ ଫୁଲନଖରା ଆସନ ମନ୍ଦିରରେ ମଧ୍ୟାହ୍ନ ବିଶ୍ରାମ କରି ରାତ୍ର ସମୟରେ ବାଲିକୁଦା ବସନ୍ତ ସାହୁ ଭାଇଙ୍କ ଗୃହାସନରେ ବିଶ୍ରାମ କରି ୧୬ ତାରିଖ ସକାଳୁ ସେଠାରୁ ବାହାରି ବାଲିକୁଦା ସଂଘ ଦେଇ ଜଗତସିଂହପୁର ନିକଟସ୍ଥ ପଟଣା ଗ୍ରାମର ଅମରନାଥ ପରିଡ଼ା ଭାଇଙ୍କ ଗୃହାସନରେ ମଧ୍ୟାହ୍ନ ବିଶ୍ରାମ କରିଥିଲେ ଏବଂ ରାତ୍ରରେ ଭୁତମୁଣ୍ଡାଇ ସଂଘରେ ବିଶ୍ରାମ ଗ୍ରହଣ କରିଥିଲେ ।
ଏହି ସମୟରେ ଶ୍ରୀଶ୍ରୀ ଠାକୁର ମହାରାଜଙ୍କ ସହ ବହୁ ମଟରସାଇକେଲ ସହ ୨୦ ଚାରିଚକିଆ ଯାନରେ ୩୦୦ରୁ ଉର୍ଦ୍ଧ ଭକ୍ତମାନେ ଆସୁଥିଲେ । ରାସ୍ତାର ବିଭିନ୍ନ ପ୍ରାନ୍ତରେ ଶତାଧିକ ସଂଘ, ସାଧାରଣ ଭକ୍ତ ଶ୍ରୀଶ୍ରୀ ଠାକୁର ମହାରାଜଙ୍କୁ ଉତ୍ସସିତ ଅଭ୍ୟର୍ଥନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଶିଳ୍ପ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତିନିଧି ସ୍ଥାନୀୟ ସରପଞ୍ଚ ଶ୍ରୀନିବାସ ସ୍ୱାଇଁ ନୀଳାଚଳ ସାରସ୍ୱତ ସଂଘର ସଭାପତି ଗଗାନନ୍ଦ୍ର ନାଥ ମହାପାତ୍ରଙ୍କ ସହ ରଥରେ ବସିଥିବା ବେଳେ ବିଜେପି ଜିଲ୍ଲା ସମ୍ପାଦକ ତପନ କୁମାର ତ୍ରୀପାଠୀ, ଶରଣାରବିନ୍ଦ ଓଝା, ବିଜେପି ମଣ୍ଡଳ ସଭାପତି ରଞ୍ଜନ କୁମାର ବାରିକ, ନାରାୟଣ ମହାନ୍ତି, ଅରୁପ୍ରସାଦ ମହାନ୍ତି ଏବଂ ସମାଗୋଳ ଗ୍ରାମର ମାନ୍ୟଗଶ୍ୟ ବ୍ୟକ୍ତିମାନେ ଶ୍ରୀ ଶ୍ରୀ ଠାକୁରଙ୍କ ସାଙ୍ଗେସାଙ୍ଗେ ଶେଭାଯାତ୍ରାରେ ରହି ସହଯୋଗ ପ୍ରଦାନ କରିଥିଲେ ।
ଏହି ଶୋଭାଯାତ୍ରାରେ ନୀଳାଚଳ ସାରସ୍ୱତ ସଂଘର ସମସ୍ତ କର୍ମକର୍ତ୍ତା, କୁଜଙ୍ଗ ସାରସ୍ୱତ ସଂଘର କର୍ମକର୍ତ୍ତା ତଥା ତାଜ୍ୟର ବହୁ ଶାଖା ସଂଘର ସଭ୍ୟମାନେ ଉପସ୍ଥିତ ରହି ଏହି ଶେଭାଯାତ୍ରାର ଆନନ୍ଦକୁ ଆସ୍ୱଦନ କରିଥିଲେ ।