ସୁଲୋଚନା ବିଏମସିର ନୂଆ ମେୟର

0
  • 61 ହଜାରରୁ ଅଧିକ ଭୋଟରେ ବିଜୟୀ
  • କେଉଁ ୱାର୍ଡରୁ କିଏ କର୍ପୋରେଟର ଜାଣନ୍ତୁ..
  • ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ : ସୁଲୋଚନା

ଭୁବନେଶ୍ୱର//TATKAL ODISHA//

ଭୁବନେଶ୍ୱର ମହାନଗର ନିଗମ ବା ବିଏମସିର ନୂଆ ମେୟର ହୋଇଛନ୍ତି ସୁଲୋଚନା ଦାସ I ବିଜୟୀ ହେବା ପରେ ସେ କହିଥିଲେ, ଭୁବନେଶ୍ୱରବାସୀ ନବୀନ ବାବୁଙ୍କ ନେତୃତ୍ୱ ଓ ବିଜୁ ଜନତା ଦଳ ପ୍ରତି ଆସ୍ଥା ରଖିଛନ୍ତି, ମୁଁ ଭୁବନେଶ୍ୱରବାସୀଙ୍କ ନିକଟରେ କୃତଜ୍ଞ, ମୋର ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କୁ ଦେବି, ଯିଏ ମୋତେ ଭୁବନେଶ୍ୱରବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି I

ବିଜେଡ଼ି ପ୍ରାର୍ଥୀ ସୁଲୋଚନା ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ଡ. ସୁନୀତି ମୁଣ୍ଡ୍ ଙ୍କୁ ୬୧ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ।

ସୁଲୋଚନା ୧, ୭୪, ୫୬୨ ଭୋଟ ପାଇଥିଲା ବେଳେ ସୁନୀତି ୧, ୧୩, ୪୧୯ ଭୋଟ ପାଇଛନ୍ତି । କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମିଳିଛି ୧୧ହଜାର ୬ ଖଣ୍ଡ ଭୋଟ I

କେଉଁ ୱାର୍ଡରୁ କିଏ??

ଭୁବନେଶ୍ୱର କର୍ପୋରେଟର


ୱାର୍ଡ 1- ମିହିର ରାଉତ ,ବିଜେଡି, ବିଜୟୀ
ୱାର୍ଡ 2-ମୋନାଲିସା ବେହେରା, ବିଜେଡି,ବିଜୟୀ
ୱାର୍ଡ 6-ପ୍ରୀତିନନ୍ଦା ରାଉତରାୟ,ବିଜେଡି, ବିଜୟୀ
ୱାର୍ଡ 26-ଭାରତୀ ସିଂ,ବିଜେଡି,ବିଜୟୀ
ୱାର୍ଡ 35- ରଞ୍ଜୁଲତା ରାୟ,ବିଜେଡି,ବିଜୟୀ
ୱାର୍ଡ 36-ଅଲିଅଳି ମଲିକ,ବିଜେଡି,ବିଜୟୀ
ୱାର୍ଡ 37-ବନ୍ଦିତା ପାଲ, ସ୍ୱାଧୀନ,ବିଜୟୀ
ୱାର୍ଡ 38-ପଦ୍ମଜା ପ୍ରିୟଦର୍ଶିନୀ ଜେନା,ବିଜେଡି,ବିଜୟୀ
ୱାର୍ଡ 39-ଗୀତାଞ୍ଜଳି ସାହୁ,ବିଜେପି,ବିଜୟୀ
ୱାର୍ଡ 40-ଆସିୟା ବେଗମ,ବିଜେଡି,ବିଜୟୀ
ୱାର୍ଡ 41-କବିତା ସ୍ୱାଇଁ,ବିଜେଡି,ବିଜୟୀ
ଓ୍ବାର୍ଡ ନଂ ୩ ଲକ୍ଷ୍ମୀପ୍ରିୟା ପରିଡା, ବିଜେପି ବିଜୟୀ
ଓ୍ବାର୍ଡ ନଂ ୪ ସୁକୁମାର ସାହୁ , ବିଜେପି ବିଜୟୀ
ଓ୍ବାର୍ଡ ନଂ ୫ ମିନୁଶ୍ରୀ ଖୁଣ୍ଟିଆ ବିଜେଡି ବିଜୟୀ
ଓ୍ବାର୍ଡ ନଂ ୭ ଯଶୋଧାରା ପ୍ରଧାନ ବିଜେପି ବିଜୟୀ
ଓ୍ବାର୍ଡ ନଂ ୯ ସୁଷମା ସାହୁ, ସ୍ବାଧୀନ ବିଜୟୀ
ଓ୍ବାର୍ଡ ନଂ ୧୦ ସେକ୍ ନୁରହାସନ୍, ବିଜେଡି ବିଜୟୀ
ଓ୍ବାର୍ଡ ନଂ ୨୩ କିରଣ ବାଳା ମାଝୀ, ବିଜେଡି ବିଜୟୀ
ଓ୍ବାର୍ଡ ନଂ ୨୫ ମାନସୀରାଣୀ ସୁନ୍ଦର ରାୟ, ବିଜେଡି ବିଜୟୀ
ଓ୍ବାର୍ଡ ନଂ ୨୭ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ବିଜେଡି ବିଜୟୀ
ଓ୍ବାର୍ଡ ନଂ ୪୪ ଅଜିତ୍ ବେହେରା, ବିଜେଡି ବିଜୟୀ
ଓ୍ବାର୍ଡ ନଂ ୪୫ ଅମରେଶ ଜେନା, ବିଜେଡି ବିଜୟୀ
ଓ୍ବାର୍ଡ ନଂ ୪୬ ପୁଷ୍ପା ରାଉତ, ସ୍ବାଧୀନ ବିଜୟୀ
ଓ୍ବାର୍ଡ ନଂ ୪୭ ସମିତା ମହାନ୍ତି, ବିଜେଡି ବିଜୟୀ

ଓ୍ବାର୍ଡ ନଂ ୪୮ ସୁଚିତ୍ରା ପାତ୍ର, ବିଜେପି ବିଜୟୀ
ଓ୍ବାର୍ଡ ନଂ ୫୯ ବିରଞ୍ଚୀ ମହାସୁପକାର, ବିଜେଡି ବିଜୟୀ
ଓ୍ବାର୍ଡ ନଂ ୬୧ ଶିବନାରାୟଣ ରାୟ , ବିଜେଡି ବିଜୟୀ
ଓ୍ବାର୍ଡ ନଂ ୬୨ ଚାରୁଲତା ସାମନ୍ତରାୟ, ବିଜେଡି ବିଜୟୀ

Leave A Reply

Your email address will not be published.