ସୁରେନ୍ଦ୍ର-ଉପନ୍ୟାସ-ତ୍ରିମୂର୍ତ୍ତି

0
  • ଅସିତ ମହାନ୍ତି
  • ***************************
  • TATKAL ODISHA//ସାହିତ୍ୟ//
  • +++++++++++++++++++++

।। ସୁରେନ୍ଦ୍ର-ଉପନ୍ୟାସ-ତ୍ରିମୂର୍ତ୍ତି ।।

ଗତ ଜୁନ୍ ୨୧ ତାରିଖ ଥିଲା ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ-ଶତବାର୍ଷିକୀ ବର୍ଷର ଶେଷ ଦିନ। ସେଦିନ ସେ ପୂରଣ କଲେ ତାଙ୍କ ଜନ୍ମର ୧୦୦ ବର୍ଷ। ଏବେ ସେ ୧୦୧ ବର୍ଷରେ।

ଆଜି ସୁରେନ୍ଦ୍ର ମହାନ୍ତି ନିଜ ଶରୀରରେ ନାହାନ୍ତି। କିନ୍ତୁ ସେ ଅମର ରହିଛନ୍ତି ନିଜର ସାରସ୍ଵତ କୃତିଗୁଡ଼ିକ ମଧ୍ୟରେ। କ୍ରିକେଟ୍ ପରିଭାଷାରେ କହିଲେ- ତାଙ୍କ ସାହିତ୍ୟର ଆଦର ଦୃଷ୍ଟିରୁ, ଏବେ ସେ “ଓ୍ବାନ୍ ଜିରୋ ଓ୍ବାନ୍- ନଟ୍ ଆଉଟ୍।”

ସୁରେନ୍ଦ୍ର ଶତବାର୍ଷିକୀ ଅବସରରେ, ତାଙ୍କର ସମଗ୍ର ସାହିତ୍ୟକୃତିକୁ ପାଠକ-ପାଠିକାଙ୍କ ପାଇଁ ନୂଆ ଭାବରେ ପ୍ରକାଶ କରିବାକୁ ‘ଆମ ଓଡ଼ିଶା’ ନିଷ୍ପତ୍ତି ନେଇଥିଲା। ସୁରେନ୍ଦ୍ର ମହାନ୍ତି ଥିଲେ ‘ସମ୍ବାଦ’ର ପ୍ରଥମ ସଂପାଦକ। ତେଣୁ ଏହା ପଛରେ ସୌମ୍ୟରଂଜନ ସାର୍ ଙ୍କର ପ୍ରେରଣା ଓ ପ୍ରୋତ୍ସାହନ ଥିଲା। ଆମେ ଖୁସି, ଯେ ତାଙ୍କ ପରିବାରର ଉତ୍ତରାଧିକାରୀମାନଙ୍କ ପକ୍ଷରୁ ଏଥିପାଇଁ ଆମକୁ ସାଗ୍ରହ ଅନୁମତି ମିଳିଛି।

ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସସମୂହ ମଧ୍ୟରେ ବିଶେଷ ଓ ମର୍ଯ୍ୟାଦାବନ୍ତ ସ୍ଥାନର ଅଧିକାରୀ ଶ୍ରୀଜଗନ୍ନାଥ ତଥା ଓଡ଼ିଶାର ଇତିହାସକୁ ନେଇ ରଚିତ ତାଙ୍କର ତିନି ପ୍ରସିଦ୍ଧ ଉପନ୍ୟାସ- ‘ନୀଳଶୈଳ’, ‘ନୀଳାଦ୍ରି ବିଜୟ’ ଓ ‘କୃଷ୍ଣାବେଣୀରେ ସନ୍ଧ୍ୟା’। ଆଗକୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଥିବାରୁ, ସେଇ ତିନି ଉପନ୍ୟାସକୁ ଆମେ ‘ସୁରେନ୍ଦ୍ର ରଚନା ସମଗ୍ର’ର ପ୍ରଥମ ଖଣ୍ଡ ଭାବରେ ପ୍ରକାଶ କରିବାକୁ ଚାହିଁଥିଲୁ। ଫଳରେ ‘ସମ୍ବାଦ-ଆମ ଓଡ଼ିଶା’ ଆନୁକୂଲ୍ୟରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଗତ ୨୧ ଜୁନ୍ ରେ ତାହା ଉନ୍ମୋଚିତ ହୋଇଥିଲା।

‘ସମ୍ବାଦ’ରେ ଲେଖୁଥିବା ‘ସାହିତ୍ୟିକ ପାଣିପାଗ’ର ଗୋଟିଏ ଲେଖାରେ ଏ ତିନି ଉପନ୍ୟାସକୁ ମୁଁ “ସୁରେନ୍ଦ୍ର-ଉପନ୍ୟାସ-ତ୍ରିମୂର୍ତ୍ତି” ବୋଲି କହିଛି। ଓଡ଼ିଶାର ତଥା ଶ୍ରୀଜଗନ୍ନାଥଙ୍କର ଇତିହାସକୁ ଜାଣିବା ପାଇଁ ଏ ତିନି ଉପନ୍ୟାସରେ ପ୍ରଚୁର ଉପାଦାନ ରହିଛି। ଏପରି ଉପନ୍ୟାସ ସମଗ୍ର ଓଡ଼ିଆ ସାହିତ୍ୟରେ ଆଉ କେହି ବି ଲେଖିନାହାନ୍ତି।

ପାଠକ-ପାଠିକାଙ୍କ ପାଇଁ ଏହି ତିନି ଉପନ୍ୟାସ ଏବେ ଏକତ୍ର ଉପଲବ୍ଧ। ପ୍ରାୟ ୯୦୦ ପୃଷ୍ଠାର ଏହି ‘ପ୍ରଥମ ଅର୍ଘ୍ୟ’ ର ମୂଲ୍ୟ ୯୦୦ ଟଙ୍କା ରହିଥିଲେ ମଧ୍ୟ, ଏବେ ଏହାକୁ ଆକର୍ଷଣୀୟ ରିହାତିରେ ଯୋଗାଇ ଦିଆଯାଉଛି। ଆଗ୍ରହୀ ପାଠକ-ପାଠିକା ଘରେ ବସି ଏହା ପାଇପାରିବାର ବ୍ୟବସ୍ଥା ମଧ୍ୟ ‘ଆମ ଓଡ଼ିଶା’ ପକ୍ଷରୁ ହୋଇଛି। ୯୪୩୭୧୦୭୫୪୪ ମୋବାଇଲ୍ ରେ ଯୋଗାଯୋଗ କରି ସେମାନେ ଏହି ସୁଯୋଗ ନେଇ ପାରିବେ।

ସୁରେନ୍ଦ୍ର ମହାନ୍ତିଙ୍କର ଅନ୍ୟ ସମସ୍ତ ରଚନା ମଧ୍ୟ କ୍ରମାନ୍ୱୟରେ ପାଠକ-ପାଠିକାଙ୍କ ପାଇଁ ଏହିପରି ସୁଲଭ ମୂଲ୍ୟରେ ଉପଲବ୍ଧ ହେବ।

Leave A Reply

Your email address will not be published.