ସୁରକ୍ଷା କଡ଼ାକଡି ଥିବାବେଳେ ରାଜଧାନୀ ବିଚ୍ ରାସ୍ତାରେ ପୁଲିସ ମିତ୍ରଙ୍କୁ ବୀଭତ୍ସ ହତ୍ୟା
- ଲୋକ ଭିଡ଼ ଓ ସାମ୍ବାଦିକଙ୍କ ସମ୍ମୁଖରେ ଘଟଣା
ଭୁବନେଶ୍ୱର //TATKAL ODISHA//
ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ସୁରକ୍ଷା କଡ଼ାକଡି ଥିବା ବେଳେ ରାଜଧାନୀ ବିଚ୍ ରାସ୍ତାରେ ପୁଲିସ ମିତ୍ରଙ୍କୁ ବୀଭତ୍ସ ହତ୍ୟା କରିଛନ୍ତି ଦୁର୍ବୁତ୍ତ I କିଏ ଓ କାହିଁକି ବୀଭତ୍ସ ଭାବେ ହତ୍ୟା କଲା ତାର କାରଣ ଅସ୍ପଷ୍ଟ ଥିଲେ ହେଁ ପୋଲିସର ପାରିବା ପଣିଆକୁ ଖୋଲା ଚାଲେଞ୍ଜ କରିଥିବା ଚର୍ଚ୍ଚା ଜୋର ଧରିଛି I
ସୂଚନାନୁସାରେ ରସୁଲଗଡ଼ ନିକଟ ଓଭରବ୍ରିଜ ତଳେ ଲୋକ ଗହଳି ଭିତରେ ଉକ୍ତ ଯୁବକ ତଥା ପୁଲିସ ମିତ୍ରଙ୍କ ମୁଣ୍ଡ ଉପରେ ଖଣ୍ଡାରେ ଆକ୍ରମଣ କରିଛନ୍ତି ଚାରି ଦୁର୍ବୃତ୍ତ I ଫଳରେ ଯୁବକର ମୁଣ୍ଡ ଦୁଇ ଫାଳ ହୋଇ ଯାଇଥିଲା I ଘଟଣା ସ୍ଥଳରେ ଯୁବକର ପ୍ରାଣ ବାୟୁ ଉଡ଼ି ଯାଇଥିଲା I
ମୃତକ ଜଣକ ବିଏମ୍ସି ସଫେଇ କର୍ମଚାରୀ ସଂଘ ସଭାପତି ଅଛନ୍ତି I ତାଙ୍କ ନାଁ ସହଦେବ ନାୟକ ବୋଲି କୁହାଯାଉଛି I ସେ ମଧ୍ୟ ପୁଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ I
ସବୁଠାରୁ ଦୁଃଖର କଥା, ସାମ୍ବାଦିକମାନେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଯାଉଥିଲା ବେଳେ ହତ୍ୟା କାଣ୍ଡ ଘଟିଥିଲା I ହଠାତ ସାମ୍ବାଦିକମାନେ କିଛି ବୁଝିବା ପୂର୍ବରୁ ଦୁର୍ବୁତ୍ତମାନେ ହତ୍ୟା କରି ଉଭାନ ହୋଇ ଯାଇଥିଲେ I ଏପରିକି ରକ୍ତ ଛିଟା ବି ଜଣେ ଜାତୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପଡିଥିଲା I
ଥାନା ଠାରୁ ଅଳ୍ପ ଦୂରରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିବା ସୁରକ୍ଷା ଉପରେ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି I