ସିସୋର’ର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ

0
  • TATKAL ODISHA //EXCLUSIVE //
  • ପୂର୍ବରୁ ସିସୋରର ୨୫୨ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି ଇଡି

ଭୁବନେଶ୍ୱର//ମାନସ ରଞ୍ଜନ ପାତ୍ର //
ମୁମ୍ବାଇ // କଳାକୃଷ୍ଣ ମହାରଣା //


ଚିଟଫଣ୍ଡ ନେଇ ସିବିଆଇ ପୁଣି ଓଡ଼ିଶା ଫେରୁଛି ବୋଲି ଚର୍ଚ୍ଚା ଜୋର ଧରି ଥିବାବେଳେ ଚିଟଫଣ୍ଡ ସଂସ୍ଥା ସିସୋର’ର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ ହୋଇଛି I ପୂର୍ବରୁ ସିସୋରର ୨୫୨ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି ଇଡି I

ଇଡି


   ମିଳିଥିବା ସୂଚନାନୁସାରେ ‘ସିସୋର ଠାରୁ ୬ କୋଟି ନେଇଥିବା ୨ ବ୍ୟବସାୟୀ ତାହା ଫାଙ୍କି ଦେଇଥିଲେ I ତଦନ୍ତ ବେଳେ ତାହା ଜଣାପଡି ଥିଲା I  ଜଣେ ବ୍ୟବସାୟୀ ମହାରାଷ୍ଟ୍ର ଥାନେର ହୋଇ ଥିଲା ବେଳେ ଅନ୍ୟ ଜଣେ ଭୁବନେଶ୍ୱରର I


 ଉକ୍ତ ଦୁଇ ବ୍ୟବସାୟୀ ସିସୋର ଠାରୁ ଟଙ୍କା ନେଇ ଫେରାଇ ନଥିବାରୁ ସେମାନଙ୍କ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ ହୋଇଛି I

ଚିଟଫଣ୍ଡ ଘୋଟଲା ପ୍ରଘଟ ହେବା ପରେ ଏହି ସଂସ୍ଥାର ମାଲିକ ପ୍ରଶାନ୍ତ ଦାସ ଗିରଫ ହୋଇ ଜେଲ ଯାଇ ଥିଲେ I ଏଥିରେ ସମ୍ପୃକ୍ତ ବହୁ ମନ୍ତ୍ରୀ ଓ ବିଧାୟକ ସିବିଆଇ ସ୍କାନରରେ ଥିଲେ I ଏବେ ବି CBI ଓଡିଶା ଉପରେ ନଜର ରଖିଥବା ଚର୍ଚ୍ଚା ହୁଏ I

Leave A Reply

Your email address will not be published.