ସିବିଏସସି ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ସଫଳତା
ଭୁବନେଶ୍ୱର//TATKAL ODISHA//
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର (ସିଵିଏସଇ) ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ଶତପ୍ରତିଶତ ସଫଳତା ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଆଣିଦେଇଥିବାବେଳେ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଥିଲା I
ଚଳିତ ବର୍ଷ ୨୦୨୪-୨୫ ଦଶମ ଶ୍ରେଣୀରେ ସୋହନ ପ୍ରଧାନ ୯୮. ୮% ରଖି ବିଦ୍ୟାଳୟ ଟପ୍ପର ହୋଇଥିଵାବେଳେ, ଦ୍ଵିତୀୟ ସ୍ଥାନରେ ସାଇ ସ୍ମରଣିକା ସେଠି ୯୬% ଓ ସିଦ୍ଧାର୍ଥ ମିତ୍ର ୯୫. ୬% ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ସେହିପରି ଦ୍ୱାଦଶ ଶ୍ରେଣୀର ବାଣିଜ୍ୟ ବିଭାଗରେ ସିଦ୍ଧାର୍ଥ ପାଲଙ୍କି ୯୬% ରଖି ବିଦ୍ୟାଳୟର ଟପ୍ପର ହୋଇଥିଵାବେଳେ, ସିମ୍ପଲ ପଟ୍ଟନାୟକ ଦ୍ଵିତୀୟ ସ୍ଥାନ ଓ ଲକ୍ଷ୍ୟ ଅଗ୍ରୱାଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l
ବିଜ୍ଞାନ ବିଭାଗରେ ଅନିକେତ ଦାସ ୯୧.୪% ମାର୍କ ରଖି ବିଦ୍ୟାଳୟର ଟପ୍ପର ହୋଇଥିବାବେଳେ, ଦ୍ଵିତୀୟ ସ୍ଥାନରେ ସାକିବ ଅକତର ଓ ସୌମ୍ୟଲୋକ ମହାରଣା ତୃତୀୟ ସ୍ଥାନ ଅଧିକାର କରିଛନ୍ତି l

ଆଦିତ୍ୟ ବିର୍ଲା ଗ୍ରୁପ ସ୍କୁଲର ଶିକ୍ଷା ବିଭାଗର ଉପଦେଷ୍ଟା ଡ଼. ଏସ ଗାଙ୍ଗୁଲି କୃତି ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ l
ଏହି ସଫଳତା ପାଇଁ ଆଦିତ୍ୟ ବିର୍ଲା ସ୍କୁଲର ଅଧ୍ୟକ୍ଷ ଏଲ. ଏନ. ଦାଶ, ମେଣ୍ଟର ଡାଫନି ଅଙ୍ଗର, ଆଡମିନ ଅଫିସର ଏନ. ସାହୁ ସମସ୍ତ ଛାତ୍ରଛାତ୍ରୀ,ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ l