ସିବିଆଇ, ଇଡି ନିର୍ଦେଶକଙ୍କ କାର୍ଯ୍ୟ ଅବଧି ୫ ବର୍ଷ ବୃଦ୍ଧି : କେନ୍ଦ୍ର ଆଣିଲା ଅଧ୍ୟାଦେଶ

0
  • ନୂଆଦିଲ୍ଲୀ//TATKAL ODHISHA//

ସିବିଆଇ ଓ ଇଡି ନିର୍ଦେଶକ ପଦବିର ଅବଧ 5 ବର୍ଷକୁ ବୃଦ୍ଧି ହେବ I ପୂର୍ବରୁ ତାହା 2 ବର୍ଷ ଥିଲା I କେନ୍ଦ୍ର ସରକାର ଏନେଇ ଆଣିଛନ୍ତି ଅଧ୍ୟାଦେଶ ଆଣିଲେ ।

  • ଚୟନ କମିଟି ସୁପାରିଶ ଆଧାରରେ ଏଣିକି ପ୍ରତି ବର୍ଷ ସମୀକ୍ଷା କରି ୫ ବର୍ଷ ପର୍ଯ୍ୟନ୍ତ ଅବଧି ବଢ଼ାଇ ପାରିବେ କେନ୍ଦ୍ର ସରକାର।
  • ସିବିଆଇ ନିର୍ଦେଶକ ବାଛୁଥିବା ୩-ଜଣିଆ ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଦସ୍ୟ ରହିଛନ୍ତି।
  • ହେଲେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ ୫-ଜଣିଆ ଅଫିସର କମିଟି ଇଡି ନିର୍ଦେଶକଙ୍କୁ ବାଛିଥାଏ।

୧୯୯୭ ପୂର୍ବରୁ ଯେକୌଣସି ସମୟରେ ସରକାର ଚାହିଁଲେ ସିବିଆଇ ନିର୍ଦେଶକଙ୍କୁ ବଦଳାଇ ପାରୁଥିଲେ। ମାତ୍ର ବିନୀତ ନାରାୟଣ କେସରେ ସୁପ୍ରିମକୋର୍ଟ ସିବିଆଇ ନିର୍ଦେଶକଙ୍କୁ ସ୍ୱାଧୀନ ଭାବେ କାମ କରିବାର ସୁଯୋଗ ଦେବା ପାଇଁ ତାଙ୍କ ନିଯୁକ୍ତି ଅବଧିକୁ ଅତି କମରେ ୨ ବର୍ଷ ରଖିବା ପାଇଁ ନିର୍ଦେଶ ଦେଇଥିଲେ।

Leave A Reply

Your email address will not be published.