ସାରା ରାଜ୍ୟରେ ଶନିବାର,ରବିବାର ‘ସଟଡାଉନ’

0

ଭୁବନେଶ୍ୱର //ତତ୍କାଳ ଓଡିଶା//

ସମଗ୍ର ରାଜ୍ୟର ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‍ଡାଉନ୍‍ ଜାରି ହେବ I ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା I

ଶ୍ରୀ ଜେନା କହିଥିଲେ,ଆସନ୍ତା ୨୪ ତାରିଖରୁ ଲାଗୁ ହେବ I ମାତ୍ର ଜରୁରୀ ସେବାକୁ ସଟ୍‍ଡାଉନ୍‍ରୁ ବାଦ୍‍ ଦିଆଯାଇଛି I
1. ବାହାଘରରରେ ସର୍ବମୋଟ୍‍ ଯୋଗଦେବେ ୫୦ ଜଣ
ଯୋଗଦେବାକୁ ଥିବା ଲୋକଙ୍କ ତାଲିକା ୨୪ଘଣ୍ଟା ପୂର୍ବରୁ ପ୍ରଶାସନକୁ ଦେବାକୁ ପଡିବ I

2. ଯାତ୍ରା ଓ ମୁକ୍ତାକାଶ ରଙ୍ଗମଞ୍ଚ ସମ୍ପୂର୍ଣ ବନ୍ଦ

3. ନାଇଟ୍ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ । ସପ୍ତାହାନ୍ତ ସଟଡାଉନ ସମୟରେ ଦୋକାନ ବଜାର ବନ୍ଦ ରହିବା ସହ ଅତ୍ୟାବଶ୍ୟକ ସେବା ଜାରି ରହିବ । ମେଡିସିନ ଓ ଆମ୍ବୁଲାନ୍ସ ସେବା ପୂର୍ବଭଳି ଜାରି ରହିବ । ଯଦି ଏହି ସମୟରେ କୌଣସି ବ୍ୟକ୍ତି ନିୟମର ଉଲ୍ଲଂଘନ କରନ୍ତି I

4.: ବିବାହ ଶୋଭାଯାତ୍ରା କଲେ ଗାଡି, ମାଇକ୍‍, ବ୍ୟାଣ୍ଡପାର୍ଟି ଜବତ ସହିତ କଠୋର କାର୍ଯ୍ୟାନୁଷ୍ଠାନ
5. : ହୋଟେଲ ରେଷ୍ଟୁରାଣ୍ଟରେ ବାହାର ଲୋକ ବସି ଖାଇବା ଉପରେ ଲାଗିଲା କଟକଣା
6. କେବଳ ଘରକୁ ଖାଇବା ସାମଗ୍ରୀ ଆଣିହେବ

Leave A Reply

Your email address will not be published.