ସାମ୍ବାଦିକ ଲୋକନାଥଙ୍କ ଗୋଡ଼ରେ ବେଡି: ପ୍ରେସ କାଉନସିଲରେ ମାମଲା

0
  • ନୂଆଦିଲ୍ଲୀ,ଭୁବନେଶ୍ୱର//TATKAL ODISHA//

ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଗିରଫ କରାଯିବା ଓ ପୋଲିସ ହେପାଜତରେ ଥାଇ ଚିକିତ୍ସିତ ହେଉଥିବାବେଳେ ତାଙ୍କ ଗୋଡ଼ରେ ବେଡି ପକାଇ ରଖାଯିବା ଘଟଣା ଏବେ ଭାରତୀୟ ପ୍ରେସ କାଉନସିଲ ଙ୍କ ତଦନ୍ତ ପରିସରଭୁକ୍ତ ହୋଇଛି।

ସାରା ରାଜ୍ୟ ଓ ଦେଶରେ ହଇଚଇ ସୃଷ୍ଟି କରିଥିବା ଏହି ଅଭାବନୀୟ ଘଟଣା ସମ୍ପର୍କରେ ପ୍ରେସ କାଉନସିଲ ସଦସ୍ୟ,ଓଡ଼ିଶା ସାମ୍ବାଦିକ ୟୁନିଅନ (ଓ ୟୁ ଜେ ) ସଭାପତି ପ୍ରସନ୍ନ ମହାନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆ ନିକଟରେ ଅଭିଯୋଗ କରିଥିଲେ।ପି.ସି.ଆଇ ଆଇନ 1978 ର ଧାରା 13 ଅନୁଯାୟୀ ଏହାକୁ ଏକ ଅଭିଯୋଗ ଭାବେ କାଉନସିଲ ଗ୍ରହଣ କରିଥିବା କାଉନସିଲର ସଚିବ ଶ୍ରୀମତୀ ଅନୁପମା ଭଟ୍ଟନାଗର ପତ୍ର ଯୋଗେ ଶ୍ରୀ ମହାନ୍ତିଙ୍କୁ ଜଣାଇଛନ୍ତି।

ପ୍ରକ୍ରିୟା ଜାରିରହିଚି ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଯଥା ସମୟରେ ଅବଗତ କରାଯିବ ବୋଲି ଚିଠିରେ ସୂଚାଇ ଦିଆ ଯାଇଛି। ଏହି ଘଟଣାର ପ୍ରତିବାଦରେ ଓ ୟୁ ଜେ ପ୍ରତିବାଦ ଦିବସ ପାଳନ କରିବାକୁ ଆହ୍ବାନ ଦେଇଥିଲା ଓ ସାରା ରାଜ୍ୟରେ ସାମ୍ବାଦିକମାନେ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିଥିଲେ ।

ଏହି ଘଟଣାରେ ପୋଲିସ ବିଭାଗର ଜଣେ ତଳୁଆ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଥିବା ବେଳେ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ସାମୟିକ ବଦଳି କରାଯାଇଛି।

Leave A Reply

Your email address will not be published.