ସାମ୍ବାଦିକଙ୍କ ପେନସନ ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର

0

ଘୋଷଣା କଲେ ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମି

  • ମାସିକ ଥିଲା 5000/-
  • ମାସିକ ହେବ 8000/-
  • ଡେରାଡୁନ ,ଉତ୍ତରାଖଣ୍ଡ//TATKAL ODISHA//

ସାମ୍ବାଦିକମାନଙ୍କ ପାଇଁ ଖୁସି ଖବର I ଉତ୍ତରାଖଣ୍ଡ ସରକାର ସାମ୍ବାଦିକମାନଙ୍କ ପାଇଁ ଥିବା ପେନସନ ପରିମାଣ ବୃଦ୍ଧି କରିଛନ୍ତି I ଏନେଇ ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି।

ମାସିକ ପାଞ୍ଚ ହଜାର ଟଙ୍କା ମିଳୁଥିଲା I ଏବେ ମିଳିବ ଆଠ ହଜାର ଟଙ୍କା।

ସୋମବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମି ଏହି ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଉତ୍ତରଖଣ୍ଡ ରାଜ୍ୟ ପୂର୍ବରୁ ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ କରିଆସୁଛି। ତାହା ଜାରି ରହିବ I ଏଣିକି ସାମ୍ବାଦିକମାନେ ଚଳିତ ମାସରୁ ବର୍ଦ୍ଧିତ ପେନସନ ପାଇବେ I

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ତରଫରୁ ସାମ୍ବାଦିକଙ୍କ ଡେରାଡୁନରେ ରହିବାର ବନ୍ଦୋବସ୍ତ କରାଯିବ। ତେଣୁ ସଂପୃକ୍ତ ସାମ୍ବାଦିକମାନେ ପୂର୍ବରୁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗକୁ ଅବଗତ କରାଇବେ।

Leave A Reply

Your email address will not be published.