ସାମ୍ବାଦିକଙ୍କୁ ସ୍କୁଲ ପ୍ରବେଶ କଟକଣା: ତେଜିଲା ବିବାଦ

0
  • ପ୍ରତ୍ୟାହାର ହେଉ ଗଣଶିକ୍ଷା ବିଭାଗର ଗଣମାଧ୍ୟମ ବିରୋଧୀ ନିର୍ଦ୍ଦେଶନାମା: ଓୟୁଜେ
  • ରାଜ୍ୟଵ୍ୟାପୀ ଆନ୍ଦୋଳନ ବିଭିନ୍ନ ସଂଗଠନର ଚେତାବନୀ

ଭୁବନେଶ୍ୱର,//TATKAL ODISHA//

ସାମ୍ବାଦିକଙ୍କୁ ବିଦ୍ୟାଳୟ ପରିସରରେ ପୁରାଇ ନଦେବା ଓ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁ ଜେ)ଦୃଢ ବିରୋଧ କରିଛି। ଏଭଳି ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିନେବା ୟୁନିଅନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛି।

TATKAL ODISHAରେ ଏନେଇ ଏକ୍ସକ୍ଲୁସିଭ ରିପୋର୍ଟ ପ୍ରକାଶ ପାଇବା ପରେ ରାଜଧାନୀ ସମେତ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି I ଫଳରେ ଓୟୁଜେ ସମେତ ବିଭିନ୍ନ ସାମ୍ବାଦିକ ସଂଗଠନ ଏହାକୁ ବିରୋଧ କରିବା ସହ ରାଜ୍ୟବ୍ୟାପୀ ଆନ୍ଦୋଳନ ଧମକ ଦିଆଯାଇଛି I

ରାଜ୍ୟ ବ୍ୟାପୀ ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଦୃଢ ନିନ୍ଦା କରିଛନ୍ତି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଗଣମାଧ୍ୟମ ବିରୋଧୀ ସର୍କୁଲାରକୁ ତୁରନ୍ତ ପ୍ରତ୍ୟାହାର କରିନେବା ଲାଗି ସେ ଦାବି ଜଣାଇଛନ୍ତି।

ଓୟୁଜେ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ କହିଛନ୍ତି ଯେ, ରାଜ୍ୟରେ ବିଦ୍ୟାଳୟରେ ଚାଲିଥିବା ଅବ୍ୟବସ୍ଥା ଓ ଭିତ୍ତିଭୂମି ଅଭାବ ସମ୍ପର୍କରେ ଲଗାତାର ଭାବେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି।

ଏଥିରେ ଅସହିଷ୍ଣୁ ହୋଇ ବିଭାଗୀୟ ଅଧିକାରୀ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି, ଯାହାକି ଗଣମାଧ୍ୟମ ଓ ସାମ୍ବାଦିକଙ୍କ ପ୍ରତି ଚରମ ଅପମାନ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମ ପ୍ରତି ଏଭଳି କଟକଣା ଆଦୌ ସ୍ଫ୍ରୁହନୀୟ ନୁହେଁ ବୋଲି ମତ ପ୍ରକାଶ ପାଇଛି I

  • ଦେଖନ୍ତୁ TATKAL ODHISHAର ପୂର୍ଵ EXCLUSIVE ରିପୋର୍ଟ…

//EXCLUSIVE//
*ସାମ୍ବାଦିକ, କ୍ୟାମେରାମ୍ୟାନଙ୍କୁ ସ୍କୁଲ ପ୍ରବେଶ ମନା: ନୂଆ ବିବାଦର ଆୟାମରମ୍ଭ

ସାମ୍ବାଦିକ, କ୍ୟାମେରାମ୍ୟାନଙ୍କୁ ସ୍କୁଲ ପ୍ରବେଶ ମନା

Leave A Reply

Your email address will not be published.