ସରକାରଙ୍କ କଡ଼ା ନିର୍ଦେଶନାମା: ଶିବ ମନ୍ଦିରରେ ଗଞ୍ଜେଇ ସେବନ ମନା

0

ଭୁବନେଶ୍ୱର//TATKAL ODISHA//

ହର ହର ମହାଦେବ I ସେ ଶିବ, ସେ ମହେଶ୍ୱର, ସେ ଜଟାଧାରୀ, ସେ ଅଶୋତୋଷ, ଆଉ ସେ ନୀଳକଣ୍ଠ I

ସେ କୋପେବର ତ ତପେବର I

ଗଞ୍ଜେଇ ସହ ମହାଦେବଙ୍କ ସମ୍ପର୍କ ଖୁବ ନିବିଡ଼ I ଯୁଗ ଯୁଗ ଧରି ତାହା ଆମ ସଂସ୍କୃତି ସହ ଉତପ୍ରୋତ ଭାବେ ଜଡ଼ିତ ବୋଲି କୁହାଯାଏ I

ଶୈବପୀଠରେ ଗଂଜେଇ ବ୍ୟାନ୍ ନେଇ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ମନ୍ତବ୍ୟ
-‘ଶୈବପୀଠରେ ଗଂଜେଇ ବ୍ୟାନ୍‌କୁ ମୋର ସଂପୂର୍ଣ୍ଣ ସମର୍ଥନ ରହିଛି’
-‘ଖାଲି ଶୈବପୀଠ ନୁହେଁ, ସବୁ ଧର୍ମପୀଠରେ ନିଶାଦ୍ରବ୍ୟ ବ୍ୟବହାର ନହେଉ’

ହେଲେ ରାଜ୍ୟ ସରକାରଙ୍କ ସଂସୃତି ବିଭାଗ ଗଞ୍ଜେଇ ସେବନକୁ ନେଇ ଭାରି ଖପ୍ପା I


ଶିବ ମନ୍ଦିରରେ ଆଉ ଗଞ୍ଜେଇ ସେବନ ଚଳିବ ନାହିଁ, କଲେ ମିଳିବ ଦଣ୍ଡ I ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନୂଆ ନିର୍ଦେଶକ ଦିଲୀପ ରାଉତରାୟଙ୍କ ଦସ୍ତଖତରେ ଏଭଳି ଏକ କଡ଼ା ନିର୍ଦେଶନାମା ପ୍ରକାଶ ପାଇଛି I ରାଜ୍ୟର ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଦେଇ ଯିଏ ଉଲ୍ଲଘଂନ କରିବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି I

Leave A Reply

Your email address will not be published.