ସମ୍ଭାବ୍ୟ ବାତ୍ୟା ନେଇ 7 ଜିଲ୍ଲାରେ ଆଲର୍ଟ

0
  • ଆଗୁଆ ସତର୍କ ରହିବା ସହ ଅତ୍ୟାବଶ୍ୟକ ସମାଗ୍ରୀ ମହଜୁଦ ରଖ : ସତ୍ୟବ୍ରତ ସାହୁ

ଭୁବନେଶ୍ୱର//TATKAL ODISHA//

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇସାରିଛି । ତାହା କ୍ରମଶଃ ଘନିଭୂତ ହୋଇ ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ବାତ୍ୟାର ନାଁ ରହିଛି ସି-ତ୍ରାଙ୍ଗ I

ବାତ୍ୟା ସି-ତ୍ରାଙ୍ଗ

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଭାବିତ ୭ ଜିଲ୍ଲାରେ ଆଲର୍ଟ ଜାରି ହୋଇଛି । ସେଇ ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ଜଗତ୍‌ସିଂହପୁର,କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ ଓ ଖୋର୍ଦ୍ଧା । ଏସବୁ ଜିଲ୍ଲାରେ ଆଗୁଆ ସତର୍କ ରହିବା ସହ ଅତ୍ୟାବଶ୍ୟକ ସମାଗ୍ରୀ ମହଜୁଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି ।

ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁ ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସମୀକ୍ଷା ବୈଠକ ଶେଷରେ ସେ କହିଛନ୍ତି ଯେ, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ମୁଖ୍ୟ କାର୍ଯ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ଜିଲ୍ଲାର ପଦାଧିକାରୀମାନେ ବି ନିଜର ହେଡ୍‌କ୍ୱାର୍ଟର ନଛାଡିବା ପାଇଁ ପରାମର୍ଶ ଦିଆଯାଇଛି । ଆଗାମୀ ଆସନ୍ତା ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ସମ୍ଭାବ୍ୟ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ।

ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଏବଂ ସଂଲଗ୍ନ ପୂର୍ବଦିଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପରବର୍ତ୍ତୀ ସମୟରେ ତାହା ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗତିକରିବ । ୨୧ରୁ ବର୍ଷା ଆରମ୍ଭ ହୋଇପରେ । ୨୨ କିମ୍ବା ୨୩ ବେଳକୁ ଲଘୁଚାପଟି ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ବୋଲି ପୂର୍ବନୁମାନ କରାଯାଇଛି । ରାଜ୍ୟ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.