ସବ୍ୟସାଚୀଙ୍କୁ ଶୁଭେଚ୍ଛାର ସୁଅ

0
  • ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶା ପାଇଁ ଗୌରବର ବିଷୟ
  • ସବ୍ୟସାଚୀ ମହାପାତ୍ରଙ୍କ ‘ଶଲା ବୁଢାର ବଦଲା’ ସହ ଆଉ ଦୁଇ  ଦୁଇ ଓଡ଼ିଆ ଚଳଚ୍ଚିତ୍ରକୁ ବି ଜାତୀୟ ପୁରସ୍କାର
  • ଭୁବନେଶ୍ୱର//TATKAL ODISHA//


  
ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବିଶିଷ୍ଟ ଚଳଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ’ଶଲା ବୁଢ଼ାର ବଦଲା’କୁ ଜାତୀୟ ପୁରସ୍କାର ମିଳିଥିବାରୁ ତାଙ୍କୁ ଦେଶ ଓ ବିଦେଶରୁ ଶୁଭେଚ୍ଛାର ସୁଅ ଛୋଟିଛି I


    ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ତାଙ୍କୁ ଏହି ପୁରସ୍କାର ମିଳିଥିଲା Iସବ୍ୟସାଚୀଙ୍କ ‘ଶଲାବୁଢ଼ାର ବଦଲା’  ବ୍ୟତୀତ  ନିଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ‘ବେଷ୍ଟ ଆର୍ଟ ଆଣ୍ଡ କଲଚର’ ଫିଲ୍ମ ଭାବେ ‘ଶ୍ରୀକ୍ଷେତ୍ରରୁ ସାହି ଯାତ’କୁ ଜାତୀୟ ଫିଲ୍ମ ପୁରସ୍କୃତ ହୋଇଛି ।


 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ ହୋଇଥିବା ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ସବ୍ୟସାଚୀଙ୍କୁ ଜାତୀୟ ପୁରସ୍କାର ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟ ଦୁଇ ନିର୍ମାତାଙ୍କୁ ବି ଅଭିନନ୍ଦନ ଜଣାଇଛନ୍ତି । ଏହି ନିର୍ମାତା ଓ କଳାକାର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ପ୍ରକାଶ କରିଛନ୍ତି ।

 କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ପଶ୍ଚିମ ଓଡ଼ିଶା ସମେତ ସମଗ୍ର ରାଜ୍ୟ ତଥା ଦେଶରୁ ସବ୍ୟସାଚୀଙ୍କ ଏହି ବିରଳ ସଫଳତାକୁ ତାରିଫ୍ କରି ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଅନ୍ୟ ଦୁଇ ନିର୍ମାତାଙ୍କ ପାଇଁ ରାଜ୍ୟର ସମ୍ମାନ ଜାତୀୟ ସ୍ତରରେ ବଢ଼ିଛି ବୋଲି ମଧ୍ୟ ସେମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.