ସଫଳ ଶିକ୍ଷୟିତ୍ରୀରୁ ସଫଳ କୃଷି ପ୍ରୋତ୍ସାହିକା
- ***************************************
- ଶିକ୍ଷୟତ୍ରୀ ଭାବେ କ୍ୟାରିଅର ଆରମ୍ଭ I ‘ମୋ ସ୍କୁଲ’ ଅଭିଯାନରେ ସାମିଲ ହୋଇ ଛାତ୍ର ଛାତ୍ରୀଙ୍କ ମହଲରେ ବେଶ ସେ ଥିଲେ ଆଦର୍ଶ I ଏହି ସଫଳତା ତାଙ୍କୁ ଆଉ ଏକ ପାହାଚ ଚଢିବାର ପ୍ରେରଣା ଦେଲା I ପରେ ସେ ସମାଜସେବିକା ଭାବେ ନିଜ ଜୀବନକୁ ଉତ୍ସର୍ଗ କଲେ I ପୁଣି ଏବେ ଧାନ ଚାରା ରୋପଣ ସହ ଜୈବିକ କୃଷିର ବାର୍ତ୍ତା ଦେଇ ଖୁବ ଚର୍ଚ୍ଚିତ ହୋଇଛନ୍ତି I ସେ ହେଉଛନ୍ତି..ବାଲେଶ୍ୱର ମାଟିର ଝିଅ, ରେମୁଣା ନିର୍ବାଚନ ମଣ୍ଡଳୀର ସମିତି ସଭ୍ୟା ଓ ସମାଜସେବୀକା –ଶାନ୍ତା ଦାସ I
- *****************************************
- ରେମୁଣା, ବାଲେଶ୍ୱର//TATKAL ODISHA //
ଆଜିକାଲି ଯୁବ ପିଢ଼ି ଚାଷକାର୍ଯ୍ୟ ପ୍ରତି ବିମୁଖ ହେଉଥିବା ବେଳେ ଉଚ୍ଚଶିକ୍ଷିତା ତଥା ସମାଜସେବାକୁ ନିଜର ବ୍ରତଭାବେ ଗ୍ରହଣ କରିଥିବା ଶ୍ରୀମତୀ ଶାନ୍ତା ଦାସ ବିଲକୁ ଯାଇ ଧାନ ଚାରା ରୋପଣ କରିବା ସ୍ଥାନୀୟ ଅଞ୍ଚଳରେ ଆଲୋଚ୍ୟ ବିଷୟ ହୋଇଛି I
ଜଣାଶୁଣା ସମାଜସେବୀ ତଥା ବରୁଣସିଂ ଗ୍ରାମପଞ୍ଚାୟତର ସମିତିସଭ୍ୟା ଶ୍ରୀମତୀ ଶାନ୍ତା ଦାସ ଆଜି ନିଜ ପଞ୍ଚାୟତରେ ଚାଷୀ ମାନଙ୍କ ସହ ବିଭିନ୍ନ ଚାଷ ସମସ୍ୟା ନେଇ ଆଲୋଚନା କରିବା ସହ ନିଜେ ବିଲକୁ ଯାଇ ଧାନ ଚାରା ରୋପଣ କରିଥିଲେ I ଏଥି ସହିତ ବିହନ, ସାର, କିଟନାଶକ ଆଦି ସମସ୍ୟା ସମ୍ପର୍କରେ ଲୋକଙ୍କ ଠାରୁ ପଚାରି ବୁଝିବା ସହ ଏହାର ସମାଧାନ କରିବା ଦିଗରେ କଣ ପଦକ୍ଷେପ ନେଇ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ I
ରାସାୟନିକ ସାର ଓ କୀଟନାଶକ ବଦଳରେ ଜୈବିକ ସାର ଓ କିଟନାଶକ ବ୍ୟବହାର କରି କିପରି ଜମିର ଉର୍ବରତା ବୃଦ୍ଧି ସହ ପରିବେଶକୁ ରକ୍ଷା କରାଯାଇ ପାରିବ ସେ ନେଇ ଶ୍ରୀମତୀ ଦାସ ଚାଷୀମାନଙ୍କୁ ସଚେତନ କରିଥିଲେ I
ସମାଜସେବୀ ଶାନ୍ତା ଦାସଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ବେଶ ପ୍ରଶଂସା କରିଛନ୍ତି I