ସପ୍ତାହାନ୍ତ ସଟଡାଉନ୍ : କେଉଁମାନେ ମୁକ୍ତ?

0

  • ପୋଲିସ ପଇଁତରା ମାରୁଛି ସବୁଠି 
  • କୋଭିଡ କଟକଣା କଠୋର
  • ଜରୁରୀ ସେବାକୁ ବାଦ

ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର, କୋରାପୁଟ //ତତ୍କାଳ ଓଡିଶା//

ସପ୍ତାହାନ୍ତ ସଟଡାଉନ୍ । ସାରା ରାଜ୍ୟରେ ସହରାଞ୍ଚଳରେ ଲାଗୁ ହୋଇଛି ଏହି ସଟଡାଉନ୍ I ସବୁଠି ରାସ୍ତା ଖାଁ ଖାଁ I ସବୁ ସହରରେ ପୋଲିସ ପଇଁତରା ମାରୁଛି I ଅମାନିଆଙ୍କ ଯାଆ ଆସ ଉପରେ କଡାକଡି ନଜର ରଖାଯାଇଛି I ବିଶେଷକରି ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର, କୋରାପୁଟ ଆଦି ସହରରେ କୋଭିଡ କଟକଣା ଅଧିକ ହୋଇଛି I ବନ୍ଦ ରହିଛି ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ସାଧାରଣ ଗାଡ଼ିମୋଟର ଚଳାଚଳ ।

   କଟକ – ଭୁବନେଶ୍ୱର ଟୁଇନ୍ ସିଟିରେ ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ କରାଯାଇଛି । କଟକରେ ୨୫ଟି ଓ ଭୁବନେଶ୍ୱରରେ ୪୩ଟି ସ୍ଥାନରେ ଚେକିଂ କରାଯାଉଛି I କଟକରେ ୧୨ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ଅଛନ୍ତି । ସେହିପରି ଭୁବନେଶ୍ୱରରେ ମୁତୟନ ଅଛନ୍ତି ୨୦ ପ୍ଲାଟୁନ ଫୋର୍ସ ଓ ୧୫୦ ଅଫିସର । ମୋ ବସ୍ ସେବା ବନ୍ଦ ରହିଛି ।  କେବଳ ଷ୍ଟେସନ ଓ ଏୟାରପୋର୍ଟରୁ ଯାତ୍ରୀଙ୍କୁ ନେବା ଆଣିବା ଜାରି ରହିଛି । 

ଅମାନିଆଙ୍କ ଉପରେ କଡ଼ା ନଜର ରହିଛି । ଜରୁରୀ କାମ ନଥାଇ ଯେଉଁମାନେ ବାହାରକୁ ବାହାରୁଛନ୍ତି ସେମାନଙ୍କୁ ଯାଞ୍ଚ କରାଯାଉଛି ।

କେବଳ ଜରୁରୀ ସେବାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅନୁମତି ମିଳିଛି I

Leave A Reply

Your email address will not be published.