ସତ୍ୟ ସୁନ୍ଦର ଭଞ୍ଜଙ୍କୁ ଆକ୍ରମଣ କରିଥିବା ଦୁର୍ବୁତ୍ତ ଚି଼ହ୍ନଟ

0

  • ଲୁଟ ମୋବାଇଲ ବି ମିଳିଥିବା ସୂଚନା

ଭୁବନେଶ୍ୱର //TATKAL ODISHA//

ସମୟ’ ଖବର କାଗଜର ବରିଷ୍ଠ ସହ ସମ୍ପାଦକ ସତ୍ୟ ସୁନ୍ଦର ଭଞ୍ଜଙ୍କ ଉପରେ ଆକ୍ରମଣ କରିଥିବା ଦୁଇ ଦୁର୍ବୁତ୍ତ ଧରାପଡ଼ିଛନ୍ତି I ମୋବାଇଲ ବି ମିଳିଛି I

   ଦୁର୍ବୁତ୍ତ ଏବେ ହାଜତରେ ଅଛନ୍ତି I ମୋବାଇଲ ପୋଲିସ ପାଖରେ ଅଛି I ଭଞ୍ଜବାବୁଙ୍କୁ ଭୁବନେଶ୍ୱର ପୋଲିସ ଡିସିପି ଉଚିତ ପ୍ରମାଣପତ୍ର ଦେଇ ମୋବାଇଲ ନେଇ ଯିବାକୁ କହିଛନ୍ତି I ହସ୍ପିଟାଲ ‘ଡ୍ରେସିଂ’ ପରେ ଶ୍ରୀ ଭଞ୍ଜ ପୋଲିସ ଷ୍ଟେସନ ଯାଇ ମୋବାଇଲ ଆଣିବେ ବୋଲି TATKAL ODISHAକୁ ଜଣାଇଛନ୍ତି I

ଉଲ୍ଲେଖନିୟ ଯେ, ଗତ କାଲି ଶୁକ୍ରବାର ସକାଳେ ଶ୍ରୀ ଭଞ୍ଜ ମର୍ନିଙ୍ଗ ୱାକରେ ଯାଉଥିଲା ସମୟରେ ଡେଲଟା ଛକରେ ଦୁର୍ବୁତ୍ତ ଆକ୍ରମଣ କରିଥିଲେ I ବାଇକ୍‌ରେ ୨ ଜଣ ଯୁବକ ହଟାତ ଆସି ତାଙ୍କ ପାଖକୁ ଆସି ଫୋନ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ I ଫୋନ୍‌ ନଦେବାରୁ ଲୁହା ରଡ୍‌ରେ ତାଙ୍କୁ ଅତି ନିର୍ମମ ଭାବ ମୁଣ୍ଡରେ ଆଘାତ କରି ମୋବାଇଲ ଲୁଟ କରି ନେଇଥିଲେ I ଗୁରୁତ୍ତର ଭାବେ ଆହତ ହୋଇଥିଲେ I ସେ ସମ୍ପୂର୍ଣ୍ଣ ଶରୀର ତାଙ୍କର ରକ୍ତରେ ଜୁଡୁବୁଡୁ ହୋଇଥିଲେ I

  • ଦେଖନ୍ତୁ TATKALODISHAର ପୂର୍ବ ରିପୋର୍ଟ…

ଦୁର୍ବୁତ୍ତଙ୍କ ଆକ୍ରମଣ : ରାଜଧାନୀ ହସ୍ପିଟାଲରେ ଚିକିତ୍ସାଧୀନ

ଦୁର୍ବୁତ୍ତଙ୍କ ମରଣାନ୍ତକ ଆକ୍ରମଣ :ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ଲହୁ ଲୁହାଣ

Leave A Reply

Your email address will not be published.