ସତ୍ୟବ୍ରତ ସାହୁଙ୍କ କଣ୍ଠରେ ପୁଣି ନୂଆ ଭଜନ: ‘ମାଟି ଦୀପଟିଏ କର ମହାପ୍ରଭୁ’
ଭୁବନେଶ୍ୱର//TATKAL ODISHA//
ମାଟି ଦୀପଟିଏ କର ମହାପ୍ରଭୁ…
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆଉ ଏକ ଶ୍ରୁତି ମଧୁର ଭକ୍ତିଗୀତ ବୋଲିଛନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସତ୍ୟବ୍ରତ ସାହୁ I
ଗୀତ ରଚନା କରିଛନ୍ତି ମଧୁସୂଦନ ଦାଶ I
ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ ଥିବା ଶ୍ରୀ ସାହୁ ନିଜର କର୍ମ ବ୍ୟସ୍ତତା ଭିତରେ ସମୟ ବାହାର କରି ସଂଗୀତ ସାଧନାରେ ବ୍ରତୀ ହୋଇଛନ୍ତି I ମହାପ୍ରଭୁଙ୍କ ପାଦ ପଦ୍ମରେ ନିଜକୁ ଉତ୍ସର୍ଗ କରି ସାରା ଜୀବନ ଏମିତି ଗୀତ ବୋଲୁଥିବି ବୋଲି TATKAL ODISHAକୁ ସେ କହିଛନ୍ତି I
ଏଥର ଭଜନଟି ବେଶ ନିଆରା ଓ ମନଛୁଆଁ…
ଶୁଣିଲେ ଆପଣଙ୍କ ମନ ଭାବ ଓ ଭକ୍ତିରେ ତଲ୍ଲୀନ ହୋଇଯିବ I ଶୁଣନ୍ତୁ…