ଶ୍ରୀଲିଙ୍ଗରାଜଙ୍କ 36.370 ଏକର ଜମି ହଡ଼ପ: ହେଉନି ଉଦ୍ଧାର

0

ଭୁବନେଶ୍ୱର//TATKAL ODISHA//

ଠାକୁର ଖାଇ ଖଟୁଳି ଖାଇଲେ…କାର୍ଯ୍ୟାନୁଷ୍ଠାନ କିଛି ନ କରି ଘୋଟଲାରେ ସାମିଲ ହେଲେ…

ଖେତ ଖାଇ ବାଡ଼ ପାର ହେଲା ଭଳି ସ୍ଥିତି ହେଲା …

ରାଜଧାନୀ ଭୁବନେଶ୍ୱରରେ ଜମି କେଳେଙ୍କାରୀର ଚାଞ୍ଚଲ୍ୟକର ଖବର ବିଭିନ୍ନ ଗଣମାଧ୍ୟମରେ କିଛି ଦିନ ଧରି ପ୍ରକାଶ ପାଇ ଚାଲିଥିବାବେଳେ ହର ହର ମହାଦେବ ଶ୍ରୀଲିଙ୍ଗରାଜଙ୍କ ଦୁର୍ମୁଲ୍ୟ ଜମି ବି ସେଥିରୁ ବାଦ ପଡିଲା ନାହିଁ I

କୋଟି କୋଟି ଟଙ୍କା ମୂଲ୍ୟର ଶ୍ରୀ ଲିଙ୍ଗରାଜଙ୍କ ଜମି ହଡ଼ପ ହେଲା I  ଲିଙ୍ଗରାଜଙ୍କ ଜମି କେଳେଙ୍କାରୀରେ ରାଜ୍ୟ ପ୍ରଶାସନର ତାଳରୁ ତଳିପା ଅଧିକାଂଶ ଏଥିରେ ସାମିଲ ଥିବା କୁହାଯାଉଛି I

  • ହେଲେ ହଡ଼ପ ଜମି ଉଦ୍ଧାର ହେଲା ନାହିଁ କାହିଁକି?

ଶ୍ରୀ ଲିଙ୍ଗରାଜଙ୍କ କେତେ ଜମି ହଡ଼ପ?

    ଅନୁସନ୍ଧାନରୁ ଜଣାପଡ଼ିଛି ଯେ’ ଶ୍ରୀଲିଙ୍ଗରାଜଙ୍କର ଭୁବନେଶ୍ୱର ସହରରେ ଥିବା ୩୬.୩୭୦ ଏକର ଜମି ହଡ଼ପ  ହୋଇଛି। ଏଭଳି ସ୍ଥିତି ହୋଇଛି ମହାପ୍ରଭୁଙ୍କ ମୋଟ୍‍ ୧୫୨୩.୮୭୯ ଏକର ଭୂସମ୍ପତ୍ତି ମଧ୍ୟରୁ  ମନ୍ଦିର କର୍ତ୍ତୃପକ୍ଷଙ୍କ ଦଖଲରେ ମାତ୍ର ୩୧.୫୫୬ ଏକର ରହିଛି। 

ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେଯେ, ଶ୍ରୀ ଲିଙ୍ଗରାଜଙ୍କ ମାତ୍ର ୦.୩୦ ଏକର ଜମି ପାଇଁ ୨୩ଟି ମାମଲା ରୁଜୁ ହୋଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ୧୯୯୦ ରୁ ୨୦୧୦ ମଧ୍ୟରେ ଜବରଦଖଲକାରୀଙ୍କ ବିରୁଦ୍ଧରେ ୨୭୨ଟି ମାମଲା ରୁଜୁ ହୋଇଛି । ଦେବତ୍ତୋର କମିଶନ ୨୨୨ଟି ୨୦୧୯ ଅକ୍ଟୋବରରେ ଫଏସଲା କରିଥିଲେ । ଜବରଦଖଲ ଉଚ୍ଛେଦ ପାଇଁ ୧୯୬ଟି ମାମଲାକୁ କମିଶନ ଖୋରଧା ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିଲେ I 

ମହାପ୍ରଭୁ ଲିଙ୍ଗରାଜଙ୍କ ଜମି ରାଜ୍ୟର କେଉଁ କେଉଁ ଜିଲ୍ଲାରେ ଅଛି ତା’ର ସଠିକ ହିସାବ ବି ରଖାଯାଇନାହିଁ I ଶ୍ରୀଲିଙ୍ଗରାଜ ପ୍ରଶାସନ କେବଳ ଧର୍ମକୁ ଆଖିଠାର ମାରିଲା ଭଳି କାର୍ଯ୍ୟ କରୁଥିବାରୁ ଏଭଳି ଅବସ୍ଥା ବୋଲି ଅଭିଯୋଗ ହୋଇଛି” ..

ତେବେ ଫଏସଲା ହୋଇଥିବା ୨୬ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ କୌଣସି ରେକର୍ଡ ନାହିଁ । ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥିବା ୧୯୬ ମାମଲା ମଧ୍ୟରୁ ୭୯ଟି ମାମଲା କେବଳ ଭୁବନେଶ୍ୱର ତହସିଲ ଅଞ୍ଚଳର । ୧୫ଟି ମାମଲାରେ ଜମି ଉଦ୍ଧାର ହୋଇଥିବାବେଳେ ୧୭ଟି ମାମଲା ଏବେ ବି ଜିଲ୍ଲାପାଳଙ୍କ ନିକଟରେ ପଡି ରହିଛି । ୪୭ଟି ମାମଲାରେ ଦୋକାନ ଓ ଅନ୍ୟାନ୍ୟ ନିର୍ମାଣ ଯୋଗୁଁ ଆଇନ୍‍ଶୃଙ୍ଖଳା ସମସ୍ୟା ସୃଷ୍ଟି ଆଶଙ୍କାରେ ଜବର ଦଖଲ ଉଚ୍ଛେଦ ସମ୍ଭବପର ହୋଇପାରୁ ନାହିଁ I 

ଭୁବନେଶ୍ୱର ମହାନଗର ନିଗମର ଗୌତମନଗରରେ ଶ୍ରୀଲିଙ୍ଗରାଜଙ୍କର ୫.୯୮୮ ଏକର ଜମି ରହିଛି । ୧୯୯୫ ମସିହାରେ ଏହି ଜମି ତତ୍କାଳୀନ ଟ୍ରଷ୍ଟବୋର୍ଡର ଟ୍ରଷ୍ଟିଙ୍କ ନାମରେ ହୋଇଥିଲା । ୨୦୧୯ ମସିହା ନଭେମ୍ବରରେ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଦର୍ଶାଇଥିଲେ ଯେ ଏହି ଜମିର ବଜାର ଦର ୬୨.୮୭ କୋଟି ଟଙ୍କା ରହିଥିଲା । ଉଭୟ ଟ୍ରଷ୍ଟ ବୋର୍ଡ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଭୂସମ୍ପତ୍ତିର ସୁରକ୍ଷା ପାଇଁ ଠିକଣା ପଦକ୍ଷେପ ନେଇନଥିବା ଅଡିଟର ଦର୍ଶାଇଛନ୍ତି ।

 .

Leave A Reply

Your email address will not be published.