ଶ୍ରୀମନ୍ଦିର ପ୍ରଶାସନ ସାଇତିବ ନାହିଁ ‘ତିନି ରଥ’

0

ପୁରୀ, ଭୁବନେଶ୍ୱର//TATKAL ODISHA//

ବହୁ ଆଡମ୍ବର ଲଘୁ କ୍ରିୟା I 

ମହାପ୍ରଭୁଙ୍କ ତିନି ରଥ ସାଇତି ରଖାଯିବ I ଭାବ ଓ ଭକ୍ତିରେ ତନ୍ମୟ ହୋଇ କରୋନା ପ୍ରଥମ ଲହରରେ ବଡ଼ଦାଣ୍ଡରେ ସୁଚକ୍ଷୁରେ ଦେଖି ନ ଥିବା ଭକ୍ତ ଓ ଶ୍ରଦ୍ଧାଳୁ ସାଇତି ରଖାଯାଇଥିବା ଏଇ ରଥକୁ ଦେଖିବେ I ଖୁବ ଭଲ ନିଷ୍ପତ୍ତି ଥିଲା I ହେଲେ ତାହା କାର୍ଯ୍ୟକାରୀ ହେଲାନି I ଫଳରେ ସାରା ବିଶ୍ୱରେ ଭକ୍ତମାନେ ହତାଶ ହୋଇଛନ୍ତି I 

‘ତତ୍କାଳ ଓଡ଼ିଶା’ରେ ରଥ ସାଇତିବା କଥା ପ୍ରଥମେ ରିପୋର୍ଟ ପ୍ରକାଶ ପାଇଥିଲା I ଏହାକୁ ଭିତ୍ତିକରି  ଶ୍ରୀମନ୍ଦିର ପରିଚାଳନା କମିଟିଜଗନ୍ନାଥବଲ୍ଲଭ ପରିସରରେ ପ୍ରସ୍ତାବିତ ସଂଗ୍ରହାଳୟରେ ତିନି ରଥ ସାଇତି ରଖିବାକୁ ନିଷ୍ପତ୍ତି ନେଇଥିଲା I ସେଥିପାଇଁ  
 ମହାରଣା, ଲୋଇ ସେବକଙ୍କୁ ଲଗାଇ ତିନି ରଥର ବିଭିନ୍ନ ଅଂଶକୁ ଅକ୍ଷତ ବି ଖୋଲାଗଲା। ଜଗନ୍ନାଥ ବଲ୍ଲଭ ବ୍ୟାଖ୍ୟାନ କେନ୍ଦ୍ର ଓ ଶ୍ରୀଗୁଣ୍ଡିଚା ମନ୍ଦିରକୁ ତାହା  ସ୍ଥାନାନ୍ତର କରାଗଲା I ହେଲେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କାର୍ଯ୍ୟ ଚୂଡାନ୍ତ ହୋଇଥିଲା ବେଳେ ଟେକ୍ନିକାଲ୍ କମିଟି ଏହାକୁ ଖାରଜ କରି ଦେଇଛି I ଫଳରେ  ମହାପ୍ରଭୁଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଛି ।     

   ହଁ, ନାହିଁ ଭିତରେ ଶେଷ ମୁହୂର୍ତ୍ତରେ 2020 ଜୋଭିଡ କଟକଣା ଭିତରେ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ୧୪୪ ଧାରା ଜାରି କରାଯାଇ ରଥଯାତ୍ରା କରାଯାଇଥିଲା। ବିନା ଭକ୍ତରେ ପ୍ରଥମ ଥର ପାଇଁ ରଥ ଟାଣିଥିଲେ ସେବାୟତ I ଏହି ଐତିହାସିକ ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ ଏହି ରଥଯାତ୍ରାର ସ୍ମୃତିକୁ ଭବିଷ୍ୟତ ପିଢିଙ୍କ ପାଇଁ ସାଇତି ରଖିବାକୁ ଯୋଜନା କରିଥିଲା। ସେ ସମୟରେ ଏହି ନିଷ୍ପତିକୁ ଫ୍ରଶସା କରିଥିଲେ ଭକ୍ତ ଓ ସେବାୟତ I କିନ୍ତୁ ବୈଷୟିକ କମିଟି ସହ ଆଲୋଚନା ନ କରି ସଂରକ୍ଷଣ ଚିନ୍ତା କରିଥିଲା ଶ୍ରୀମନ୍ଦିର ପ୍ରଶାସନା I
    ଓସିସି କରିଆରେ ପ୍ରାୟ ୫ ଲକ୍ଷ ଟଙ୍କା ଏ ବାବଦକୁ ଖର୍ଚ୍ଚ ବି କରାଯାଇଛି । ଏତେ ସବୁ ଆୟୋଜନ ପରେ ବୈଷୟିକ କମିଟି ଶେଷ ମୁହୂରରେ ସ୍ଥାନାଭାବର କାରଣ ଦର୍ଶାଇ ଏହି ନିଷ୍ପତ୍ତିକୁ ଖାରଜ କରି ଦେଇଥିଲା । ଫଳରେ ସବୁ ବିଭ୍ରାଟ ଏଇଠୁ ସୃଷ୍ଟି ହେଲା I ବିନା ତର୍ଜମା କରି ଏହି ନିଷ୍ପତ୍ତି ନେଇଥିବାରୁ ଲକ୍ଷାଧିକ ଟଙ୍କା ପାଣିରେ ପଡିଲା I 
    ପ୍ରଶାସନର ଭୁଲ ପାଇଁ ବ୍ୟୟ ହୋଇଥିବା ଏହି ଟଙ୍କାର କିଏ ଭଜଣା କରିବ ତାଙ୍କୁ ନେଇ ଉଠିଛି ପ୍ରଶ୍ନ I

  • ଦେଖନ୍ତୁ TATKAL ODISHAର ପୂର୍ବ ରିପୋର୍ଟ..

Tatkal odishaର ମହାପ୍ରଭାଵ: ତିନି ରଥ ସାଇତିବେ ସରକାର

Tatkal odishaର ମହାପ୍ରଭାଵ: ତିନି ରଥ ସାଇତିବେ ସରକାର

Leave A Reply

Your email address will not be published.