ଶ୍ରୀମନ୍ଦିରରେ ‘ମାଜଣା’ ଓ ‘ଏକାନ୍ତ’ ନୀତି
ପୁରୀ, ଭୁବନେଶ୍ୱର //ତତ୍କାଳ ଓଡିଶା //
ଫାଲ୍ଗୁନ କୃଷ୍ଣ ଷଷ୍ଠୀ ତିଥି ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସକାଳ ଧୂପପରେ ‘ମାଜଣା’ ଏବଂ ସନ୍ଧ୍ୟା ଧୂପ ପରେ ‘ଏକାନ୍ତ ନୀତି’ ପାଳିତ ହୋଇଥିଲା ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱାର ଫିଟା ନୀତି ପ୍ରତଃ ଘ.୫.୫୫ ରେ ସମ୍ପନ୍ନ ହୋଇ, ଭିତର ଶୋଧ ସକାଳ ଘ.୬.୩୦ ଏବଂ ମଙ୍ଗଳ ଆଳତି ଘ.୬.୪୦ ରେ ଶେଷ ହୋଇ ପରବର୍ତ୍ତି ଦୈନଦିନ ନୀତି ମାନ ବଢିଥିଲା । ସକାଳ ଧୂପ ଘ.୧୧.୧୫ ରେ ଶେଷ ହେବାପରେ ମାଜଣା ନୀତି ପାଇଁ ପାଳିଆ ମାହାଜନ ମାନେ ରତ୍ନସିଂହାସନରୁ ମା’ଲକ୍ଷ୍ମୀ, ମା’ସରସ୍ଵତୀ ଙ୍କୁ ଏବଂ ପ୍ରଭୁ ଶ୍ରୀମଦନମୋହନଙ୍କୁ ଦଖିଣି ଘରୁ ନେଇ ଘ.୧୧.୫୫ ରେ ମାଜଣା ମଣ୍ଡପ ଠାରେ ବିଜେ କରାଇଥିଲେ , ପର୍ବଯାତ୍ରା ଯୋଗାଣିଆଙ୍କ ଠାରୁ ମାଜଣା ଜିନିଷ।ତ ନେଇ ପୂଜାଠ। ‘ କଲାପରେ ମହାଜନେ ଠାକୁର,ଠାକୁରାଣୀ ଙ୍କୁ ମାଜଣା କରି ଖଟ ଉପରେ ବସାଇଥିଲେ ଏହାପରେ ପୂଜାପଣ୍ଡା ସାମନ୍ତେ ପୂଜାରେ ବସିଥିଲେ, ପୂଜା ବଢ଼ିଲାପରେ କର୍ପୂର ଆଳତି ସହ ଅରୁଆ ଚାଉଳ ଓ ଅକ୍ଷତ ଦ୍ୱାରା ବନ୍ଦାପନା ଜାରି ମାଜଣା ନୀତି ସମ୍ପନ୍ନ କରିଥିଲେ, ମଧ୍ୟାହ୍ନ ଧୂପ ଛେକ ଅପରାହ୍ନ ଘ.୨.୧୫ ରେ ଆସିଲାପରେ ମହାଜନେ ଠାକୁର, ଠାକୁରାଣୀଙ୍କୁ ରତ୍ନସିଂହାସାନକୁ ଏବଂ ଶ୍ରୀମଦନମୋହନଙ୍କୁ ଦଖିଣି ଘରକୁ ବିଜେ କରାଇଥିଲେ ଏବଂ ପାଳିଆ ପୁଷ୍ପାଳକ ମାନେ ଠାକୁରାଣୀଙ୍କୁ ଶ୍ରୀଅଙ୍ଗ ଲାଗି କରାଇଥିଲେ ।
ତତ୍ପରେ ମହାପ୍ରଭୁଙ୍କ ମଧ୍ୟାନ ଧୂପ ଅପରାହ୍ନ ଘ.୩.୦୫ ଶେଷ ହୋଇ ୨ୟ ଭୋଗମଣ୍ଡପ ଘ.୪.୪୦ ରେ ଶେଷ ହେବାପରେ ପାଣିପଡି ମହାପ୍ରଭୁଙ୍କ ମଇଲମ ପରେ ସନ୍ଧ୍ୟା ଆଳତି ବେଶ ବଢ଼ି ସନ୍ଧ୍ୟା ଆଳତି ଘ.୬.୩୦ ରେ ସମ୍ପନ୍ନ ହୋଇଥିଲା, ସନ୍ଧ୍ୟା ଧୂପ ପରେ ଠାକୁର, ଠାକୁରାଣୀଙ୍କ ଏକାନ୍ତ ନୀତି ପାଇଁ ସନ୍ଧ୍ୟା ଆଳତି ବେଶ ସମୟରେ ଦୁଇଟି ଆଜ୍ଞା ମାଳ ଲାଗି କରାଯାଇଥିଲା, ସନ୍ଧ୍ୟା ଧୂପ ଶେଷ ହୋଇ ପ୍ରସାଦ ବାହାରି ପାଣି ପଡିଲା ପରେ, ମାହାଜନ ସେବକ ମାନେ ଶ୍ରୀମଦନ – ମୋହନଙ୍କୁ ଦଖିଣି ଘରୁ ନେଇ ସିଂହାସନରେ ବିଜେ କରାଇବେ, ପୂଜାପଣ୍ଡା ସାମନ୍ତେ ଆଜ୍ଞା ମାଳ ଲାଗି କଲାପରେ ଏକାନ୍ତ ନୀତି ପାଇଁ ପାଲିଙ୍କିରେ ଠାକୁର, ଠାକୁରାଣୀଙ୍କୁ ବିଜେ କରାଇ ପଟୁଆରରେ ନେଇ ଲକ୍ଷ୍ମୀ ମନ୍ଦିର ଜଗମୋହନ ଠାରେ ବିଜେ ହେଲାପରେ, ସେଠାରେ ପୂଜାପଣ୍ଡା ସାମନ୍ତେ ପୂଜାରେ ବସି ଭୋଗ, କର୍ପୂର ଓ ବଳିତା ଆଳତି ହୋଇ ଅକ୍ଷତ ବନ୍ଦାପନା ପରେ ଏକାନ୍ତ ନୀତି ସମ୍ପନ୍ନ ହୋଇଥାଏ । ଏହାପରେ ଠାକୁର, ଠାକୁରାଣୀ ବାହୁଡା ବିଜେ ହୋଇ ସାତପାହାଚ ବାଟେ ଗାରଦ ନିକଟ ଜଗମୋହନରେ ଓଲାହିଲା ପରେ ମାହାଜନ ସେବକ ମାନେ ମା’ଲକ୍ଷ୍ମୀ ଠାକୁରାଣୀ ଙ୍କୁ ସିଂହାସନକୁ ଏବଂ ଶ୍ରୀମଦନମୋହନ ଙ୍କୁ ଦଖିଣି ଘରକୁ ବିଜେ କଲାପରେ ମହାପ୍ରଭୁଙ୍କ ମଇଲମ,ଚନ୍ଦନ ଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଅନୁଷ୍ଟିତ ହେବାପରେ ରାତ୍ର ପହୁଡ଼ ସମ୍ପନ୍ନ ହୋଇଥିଲା I