ଶୀତ ଅଧିବେଶନ ଆରମ୍ଭରୁ ହଟଗୋଳ, ଗୃହ ମୁଲତବୀ

0

ଭୁବନେଶ୍ୱର//TATKAL ODISHA //

ସପ୍ତଦଶ ବିଧାନସଭାର ଶୀତ କାଳୀନ ଅଧିବେଶନ ଆରମ୍ଭରୁ ଉଷ୍ଣ ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟଙ୍କ ହଟଗୋଳ ଯୋଗୁଁ ଗୃହ ଚାଲିବା ସମ୍ଭବ ହୋଇ ନାହିଁ I ଫଳରେ ବାଚସ୍ପତି ସୁରମା ପାଢ଼ୀ 11ଟା 31ରୁ 12ଟା 25 ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି I

ଧାର୍ଯ୍ୟ ସମୟ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି I ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଙ୍ଗତ ସଦସ୍ୟମାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ ।ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କଲେ ମୁଖ୍ୟମନ୍ତ୍ରୀ।ପୁର୍ବତନ ମନ୍ତ୍ରୀ ସମୀର ଦେ ,ପୂର୍ବତନ ଜ଼ଦସ୍ୟ ଧନେଶ୍ୱର ମାଝୀ, ପୂର୍ବତନ ସଦସ୍ୟ ମକରଧ୍ୱଜ ପ୍ରଧାନ, ପୂର୍ବତନ ସଦସ୍ୟ ନିରଞ୍ଜନ ପ୍ରଧାନ,ପୂର୍ବତନ ସଦସ୍ୟ ଉତ୍କଳ କେଶରୀ ପରିଡା, ପୂର୍ବତନ ସଦସ୍ୟ ପୂର୍ଣ ଚନ୍ଦ୍ର ମାଝୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିବଙ୍ଗତ ସଦସ୍ୟ ମାନଙ୍କ ଅମର ଆତ୍ମାର ସଦ୍ଗତି କାମନା ନିମନ୍ତେ ପ୍ରାର୍ଥନା କରିଥିଲେ। ପ୍ରତ୍ୟକ ଦିବଙ୍ଗତ ସଦସ୍ୟଙ୍କ ବିଷୟରେ ସ୍ମୃତିଚାରଣ କରିଥିଲେ ନବୀନ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଦିବଙ୍ଗତ ସଦସ୍ୟଙ୍କ ସ୍ମୃତିଚାରଣ କରିଥିଲେ। ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଦିବଙ୍ଗତ ସଦସ୍ୟଙ୍କ ଉଦ୍ଧେଶ୍ୟରେ ସମବେଦନା ଜଣାଇଥିଲେ।

ଶେଷରେ ବାଚସ୍ପତି ସୁରମା ପାଢ଼ୀ ଶୋକ ପ୍ରସ୍ତାବ ସହ ସ୍ୱର ମିଳାଇ 1 ମିନିଟ ନିରବ ପ୍ରାର୍ଥନା କରିଥିଲେ ସମସ୍ତ ସଦସ୍ୟ ବୃନ୍ଦ I

Leave A Reply

Your email address will not be published.