ଶିଳ୍ପ ପାଇଁ ଜମି ନେଇ ଭଡ଼ାରେ ଲଗାଉଛନ୍ତି ଉଦ୍ୟୋଗୀ

0
  • ଭୁବନେଶ୍ୱର ଚନ୍ଦ୍ରଶେଖରପୁରରୁ ବରୁଣେଇ ପର୍ଯ୍ୟନ୍ତ ଜମି ଭଡ଼ାରେ ଲାଗିଛି
  • ଜମି ଉଦ୍ଧାର ପାଇଁ ବିଧାୟକମାନଙ୍କ ସହଯୋଗ ଲୋଡ଼ିଲେ ଶିଳ୍ପ ମନ୍ତ୍ରୀ
  • ଭୁବନେଶ୍ୱର//TATKAL ODISHA//

ଶିଳ୍ପ ପାଇଁ ଲିଜ ଆକାରରେ ଜମି ନେଇଥିବା ଉଦ୍ୟୋଗୀମାନେ କୌଣସି ପ୍ରକଳ୍ପ ନ କରି ଉକ୍ତ ଖାଲି ଜମିକୁ ଭଡ଼ାରେ ଲଗାଉଛନ୍ତି I ଏସବୁ ଜମିଗୁଡିକୁ ଫେରାଇ ଆଣିବା ପାଇଁ ଅଦାଲତରେ ମାମଲା ୠଜୁ ହୋଇଛି I ତେବେ ଜମି ଉଦ୍ଧାର ନିମନ୍ତେ ବିଧାୟକଙ୍କ ସହଯୋଗ କରନ୍ତୁ ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ କୁମାର ଦେଓ ବିଧାନସଭାରେ ପ୍ରକାଶ କରିଛନ୍ତି I

ଶୁକ୍ରବାର ପ୍ରଶ୍ନୋତ୍ତର କାର୍ଯ୍ୟକାଳରେ ଶାସକ ବିଧାୟକ ଧ୍ରୁବଚରଣ ସାହୁଙ୍କ ମୂଳପ୍ରଶ୍ନ ଏବଂ କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ଓ ତାରା ପ୍ରସାଦ ବାହିନୀପତିଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦେଓ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକ ହଜାରେ ଦିନରେ ହଜାରେ ଶିଳ୍ପ ପ୍ରତିଷ୍ଠା କରିଥିଲେ I ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟୋଗୀଙ୍କୁ ଅର୍ଥ ଯୋଗାଇ ଦେବା ନିମନ୍ତେ ରାଜ୍ୟ ଅର୍ଥ ନିଗମ ବି କାର୍ଯ୍ୟ କରିଥିଲା I ଏହା ରାଜ୍ୟରେ ପ୍ରଥମ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ଥିଲା I ମାତ୍ର ତାହା ଫେଲ ମାରିଥିଲା I ଏହାର କାରଣ ହେଉଛି ସେତେବେଳେ ଶିଳ୍ପ ପାଇଁ ଭିତ୍ତଭୂମି ଓ ମାନସିକତା ନ ଥିଲା I ସେଥିପାଇଁ ବିରୋଧୀ ଦଳ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ I ତେବେ ଶିଳ୍ପ ପାଇଁ ମୂଲ୍ୟବାନ ଜମି ନେଇ ଉଦ୍ୟୋଗୀମାନେ ପ୍ରାୟ 30 ବର୍ଷ ଧରି ଅନ୍ୟ କାମରେ ଲଗାଉଛନ୍ତି I ଭଡ଼ାରେ ବି ଲାଗୁଛି ସେଇ ଜମି I ଏସବୁ ଜମି ଉଦ୍ଧାର ହେବା ଦରକାର I ବିଧାୟକମାନେ ସହଯୋଗ କଲେ ଜମି ଉଦ୍ଧାର ହୋଇ ପାରିବ ବୋଲି ଶିଳ୍ପ ମନ୍ତ୍ରୀ

Leave A Reply

Your email address will not be published.