ଲୋୟର ପିଏମଜି ରଣକ୍ଷେତ୍ର : ବହୁ ଆହତ

0

  • ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି ବେଳେ ପୋଲିସର ଲାଠିଚାର୍ଜ 

ଭୁବନେଶ୍ୱର//TATKAL ODISHA//

ମମିତା ମେହେର ମର୍ଡର ମିଷ୍ଟ୍ରିକୁ ନେଇ ସାତ ଦିନ ଧରି   ବିଧାନସଭା ଅଚଳ। ଏନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା । ହତ୍ୟାକାଣ୍ଡ ସମ୍ପୃକ୍ତି ଅଭିଯୋଗ  ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର  ଦାବି ସହ ଘଟଣାର ସିବିଆଇ ତଦନ୍ତ ଦାବିରେ  ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି କରାଯାଇଛି। ହେଲେ ପୋଲିସ ସହ ଧସ୍ତାଧସ୍ତି ହୋଇ ଅନେକ ଆହତ ହୋଇଛନ୍ତି I

ମମିତାଙ୍କୁ ନ୍ୟାୟ ଦେଵା ନେଇ ବିଜେପି ଯୁବ ମୋର୍ଚ୍ଚାର ରାଲି

  ଲୋୟର ପିଲଏମଜି କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଯାଇଥିଲା I

  ମମିତା ମେହେରାଙ୍କୁ ନ୍ୟାୟ ଦାବିରେ ବିଜେପି ଯୁବମୋର୍ଚ୍ଚା ବିଧାନସଭା ଆଡକୁ ମାଡି ଯାଇଥିଲା । ବ୍ୟାରିକେଡ ଭାଙ୍ଗି ବିଧାନସଭା ଆଗକୁ ଯିବାକୁ ଉଦ୍ୟମ ବେଳେ ଯୁବମୋର୍ଚ୍ଚା କର୍ମୀ ପୋଲିସ ସହ ମୁହାଁମୁହିଁ  ହୋଇଥିଲେ ।

ଫଳରେ ପୋଲିସ ଲାଠି ଚାର୍ଜ କରିଥିଲା I ବିଜେପି ଯୁବ କର୍ମୀ ଢେଲାପଥର ମାଡ କରିଥିଲେ ଇ 

 ଏଥିରେ ଆନ୍ଦୋଳନକାରୀଙ୍କ ସମେତ ପୋଲିସ ବି ଆହତ ହୋଇଥିବା ଜଣାପଡିଛି I 

Leave A Reply

Your email address will not be published.