ଲୋକ ଜନଶକ୍ତି ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ: ଓଡ଼ିଶାରେ ଥାପିଲା ପାଦ

0

ପୁରୀ //TATKAL ODISHA//

ସ୍ୱର୍ଗତ ପଦ୍ମଶ୍ରୀ ରାମ ବିଳାସ ପାଶୱାନଙ୍କ ଦ୍ୱାରା ଗଠିତ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ ) କେନ୍ଦ୍ରରେ ସରକାର କରିଥିବା NDA ଦଳର ଦୃଢ ସମର୍ଥକ ତଥା ସହଯୋଗୀ ଦଳ | ଏବେ ଓଡିଶାରେ ପାଦ

ବର୍ତ୍ତମାନ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ )ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାନ୍ୟବର ଚିରାଗ ପାଶୱାନ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି |

2024 ମସିହାରେ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ ) ଓଡିଶା ପ୍ରଦେଶର କାର୍ଯ୍ୟକର୍ତ୍ତା ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଭାରତୀୟ ଜନତା ପାର୍ଟିକୁ ନିର୍ବାଚନ ମଇଦାନରେ ସହଯୋଗର ହାତ ବଢ଼ାଇ ରାଜ୍ୟରେ ଡବଲ ଇଂଜିନ ସରକାର ଗଢିବାରେ ସହଯୋଗ କରିଛନ୍ତି |

ଏହି ଦଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ 23/03/25 ରେ ପୁରୀରେ ଅନୁଷ୍ଠିତ ହୋଇଯାଇଛି |ଏହି ଦଳର ଓଡିଶା ରାଜ୍ୟ ପ୍ରଭାରୀ ରବି ଟୀକୁ ଜି,ରାଜ୍ୟ ଉପ ସଭାପତି ତଥା ରାଜ୍ୟ ସଭାପତି ଦାୟିତ୍ୱ ରେ ଥିବା ଶରତଚନ୍ଦ୍ର ରଣବିଡା,ରାଜ୍ୟ ମହିଳା ସେଲ ସଭାପତି ବନିତା ପ୍ରଧାନ ଓ ରାଜ୍ୟ ସମ୍ପାଦକ ରତ୍ନାକର ସ୍ୱାଇଁ ତଥା ଜିଲ୍ଲାର ଜିଲ୍ଲା ସଭାପତିମାନେ ଉପସ୍ଥିତ ଥିଲେ |

ଏଥିରେ ଆଗାମୀ କାର୍ଯ୍ୟପନ୍ଥା ଓ ଆସୁଥିବା ପଂଚାୟତ ନିର୍ବାଚନରେ ଦଳ ଭାଗନେବାପାଇଁ ପ୍ରସ୍ତୁତି ଆରମ୍ଭ କରିଅଛି |

Leave A Reply

Your email address will not be published.