ଲାଇକେରା,କିରିମେରାକୁ ITDA ମାନ୍ୟତା

0
  • ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା
  • ଝାରସୁଗୁଡ଼ା ସମନ୍ୱିତ ଉନ୍ନୟନ ସଂସ୍ଥା ଭାବେ ନାମିତ ଏହି 
  • ନୂତନ ସଂସ୍ଥା ପାଇଁ ୯ଟି ନୂଆ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

ଭୁବନେଶ୍ୱର,//TATKAL ODISHA//:

ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ଲାଇକରା ଓ କିରୀମେରା ITDA ବ୍ଲକ ମାନ୍ୟତା ପାଇଛି I ଉକ୍ତ ଦୁଇ ବ୍ଲକରେ ମୁଖ୍ୟତଃ ଗଣ୍ଡ, ଭୁଇଆଁ, ଓ କିସାନ୍ ବର୍ଗର ଆଦିବାସୀମାନେ ରହୁଥିବା ବେଳେ ମୁଣ୍ଡା, କୋଲ୍ହ,  ଓରାଓଁ, ଶବର, ଖରିଆ ଓ ସାରା ବର୍ଗର ଆଦିବାସୀମାନେ ମଧ୍ୟ ଅଛନ୍ତି। ଲାଇକେରାରେ ଆଦିବାସୀଙ୍କ ସଂଖ୍ୟା ୫୧.୭୮ ପ୍ରତିଶତ ହୋଇଥିବା ବେଳେ କିରୀମେରାରେ ଏହା ୧୮.୪୬ ପ୍ରତିଶତ।

 ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଓ କିରୀମେରା — ଏହି ଦୁଇଟି ବ୍ଲକକୁ  ନୂତନ  ଭାବରେ  ଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଇଁ  ରାଜ୍ୟ ସରକାର 9ଟି ନୂତନ ପଦବୀକୁ ମଞ୍ଜୁରୀ ଦେଇଛନ୍ତି. ଏହା ଅଧୀନରେ ଲାଇକେର ଓ କିରୀମେରା ବ୍ଲକର ସମସ୍ତ ଗାଁ ଏହି ନୂତନ ଆଇଟିଡିଏ ଅଧୀନରେ ରହିବ।

     ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏହି ନୂତନ ପଦବୀକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ବାରା ଏହି ଦୁଇଟି ବ୍ଲକରେ ଜନଜାତି ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏହି ନୂତନ ପଦବୀ ଗୁଡିକ ହେଲା ଗୋଟିଏ ପ୍ରକଳ୍ପ ପ୍ରଶାସକ , ଗୋଟିଏ ସ୍ବତନ୍ତ୍ର ଅଧିକାରୀ , ଜଣେ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର , ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟର , ଜଣେ ଆକାଉଣ୍ଟାଣ୍ଟ, ଜଣେ ହେଡ କ୍ଲାର୍କ, କନିଷ୍ଠ ଷ୍ଟେନୋ ଗ୍ରାଫର- ୧, ଜଣେ ବରିଷ୍ଠ କ୍ଲର୍କ ଓ ଜଣେ କନିଷ୍ଠ କ୍ଲର୍କ।

Leave A Reply

Your email address will not be published.