ରାମମୟ ଭାରତ : ‘ମର୍ଯ୍ୟାଦା ପୁରୁଷୋତ୍ତମ’
- ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ପଢନ୍ତୁ କବିତା
- ଶୁଣନ୍ତୁ ରାମ ଭଜନ, ଭାବ ଭକ୍ତିରେ ତଲ୍ଲୀନ ହୁଅନ୍ତୁ
//TATKAL ODISHA//
💩🏵️💩🏵️💩🏵️💩🏵️💩🏵️💩
- ସ୍ବର୍ଣ୍ଣ ରଥ ମହାପାତ୍ର
- ***************
- ମର୍ଯ୍ୟାଦା ଅନନ୍ତ ଵ୍ୟାପ୍ତିର
ପରିସୀମା ମାପି ପାରେନା ଯେଉଁଠି
ସେଇଠି ଆଙ୍କି ହୁଏ ଶ୍ରୀରାମଙ୍କ ପ୍ରତିଛବି ।
କର୍ତ୍ତବ୍ୟ ହାତ ଓ କରଣୀର
ପରିଧି ଭିତରୁ ଡେଇଁ ପଡେ ଯେବେ
ସେଇଠି ଗଢି ହୁଏ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ।
ତ୍ୟାଗ ଓ ଉତ୍ସର୍ଗର ଉଦୟ
ଯେଉଁ ସୀମାହୀନ ଦିଗବଳୟରେ
ସେଇଠି ଝଲସେ ଶ୍ରୀରାମଙ୍କ ଦିବ୍ୟ ଜ୍ୟୋତି ।
ସତ୍ୟ ଧର୍ମର ସଂସ୍ଥାପନା
ଅବତାରରେ ଯୁଗ ସୃଷ୍ଟି କରେ ଯେଉଁଠି
ସେଇଠି ଜନ୍ମ ନିଅନ୍ତି କଷ୍ଟ କୃଷ୍ଣ ରୂପୀ ଶ୍ରୀରାମ ।
ଶୋର୍ଯ୍ୟ ବୀର୍ଯ୍ୟ ଧୈର୍ଯ୍ୟ
ନ୍ୟାୟ ଧର୍ମର ସୁରକ୍ଷା କବଚ ଯେବେ
ସେଇଠି ପ୍ରତୀକ ସେ ମର୍ଯ୍ୟାଦା ପୁରୁଷୋତ୍ତମ ।
ପାପର କ୍ଷୟ ପୂଣ୍ୟର ଜୟ
ଓଁ କାର ମନ୍ତ୍ର ପ୍ରତିଧ୍ବନିତ୍ଵ ହୁଏ ଯେଉଁ କ୍ଷେତ୍ରେ
ସେଇଠି ବନବାସ ମହାତୀର୍ଥ ହୁଏ କର୍ମ ପୂଜନ ।
ଶାନ୍ତି ମୈତ୍ରୀର ଧ୍ୱଜ
ପବନ ସୂତ ରୂପରେ ପ୍ରବାହ ଯେଣେ
ସେଇଠି ଉଡେ ଶ୍ରୀରାମଙ୍କ ବିଜୟ ପତାକା ।
ରାଜା ଏବଂ ପ୍ରଜାଙ୍କ ମନରେ
ବସୁଧୈବ କୁଟୁମ୍ବକମ୍ ଭାବ ଭବତ୍ତ୍ଵ ଯେଉଁଠି
ସେଇଠି ଚିତ୍ରିତ ହୁଏ ରାମରାଜ୍ୟ ଗାଥା ଲିପିକା ।
ଭକ୍ତର ଅସୀମ ହୃଦୟେ
ଇଶ୍ଵର ରାଇଜ ବସେଇଛନ୍ତି ଯେଉଁଠି
ସେଇଠି କରାଯାଏ ଦେବଭୂମୀ ପ୍ରତିଷ୍ଠା ।
ପ୍ରେମ ଶ୍ରଦ୍ଧା କରୁଣାର ଝର
ଗଙ୍ଗା ହେଇ ବହେ ହୁଏ ଯେଉଁ କ୍ଷେତ୍ରେ
ସେଇଠି ସଂଗମ ରଚେ ଶ୍ରୀରାମ ଚରିତ ମାନସ ।
ପିତୃ ଭକ୍ତି ଭାତୃ ପ୍ରେମ ମମତ୍ଵ
ଆରତୀ ନୈବେଦ୍ୟ ରୂପ ନିଏ ଯେଉଁଠି
ସେଇ ମାଟି ଭୂମୀ ପାଲଟେ ମର୍ତ୍ତ୍ୟ ବୈକୁଣ୍ଠ ।
ସାଧନା ତପସ୍ୟାର ନିଶବ୍ଦତା
ଶବ୍ଦବ୍ରହ୍ମରେ ମରା ରାମ ନାମ ଶ୍ରୁତି ଯେବେ
ସେଇଠି ରଚିତ ହୁଏ ରାମାୟଣ ମହାକାବ୍ୟ ।
କାମନା ବାସନା ମୋହ
ଆଦର୍ଶ ସଂସ୍କାରରେ ବାନ୍ଧି ହେଇଯାଏ ଯେବେ
ସେଇଠି ରାଜା ରାମ ଚରିତାର୍ଥେ ଯୋଗଜନ୍ମl ତପସ୍ୱୀ ।
ପୁରୁଷାର୍ଥରେ ପୁରୁଷୋତ୍ତମ
ଆତ୍ମା ଏଵଂ ପରମାତ୍ମା ଏକାକାର ଯେଉଁଠି
ସେଇଠି ସବୁ ମିଥ୍ୟା ରାମ ନାମ ହିଁ ଅଟେ ସତ୍ୟ ।
ରାମ ନାମ ଭବ୍ୟ ଶ୍ରୁତି
ତମସାରେ ଦିବ୍ୟ ଜ୍ୟୋତି ପ୍ରକାଶେ ଯେଉଁଠି
ସେଇଠି ଅନ୍ନ ହୁଏ ପ୍ରସାଦ ଜୀବନ ସ୍ୱର୍ଗ ମହାମୁକ୍ତି ।
- ©® Swarna Rath Mahapatra
Jamshedpur
ଶୁଣନ୍ତୁ… ସଞ୍ଜୟ ତ୍ରିପାଠୀଙ୍କ ରଚନାରେ ହିନ୍ଦୀରେ “ରାମ ଭଜନ”