ରାଜ୍ୟସଭା ଦୌଡ଼ : ମମତାଙ୍କ ସ୍ଥାନରେ ମନମୋହନ?
ସେପ୍ଟେମ୍ବର 3ରେ ରାଜ୍ୟସଭା ଉପନିର୍ବାଚନ
ଭୁବନେଶ୍ୱର//TATKAL ODISHA //
ଏକୋଇଶି ମାସ କାର୍ଯ୍ୟକାଳ ବାକି ଥାଇ ନିଜ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିବା ମମତା ମହାନ୍ତଙ୍କ ସ୍ଥାନରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯିବେ I
ଏନେଇ ଦିଲ୍ଲୀ ହାଇକମାଣ୍ଡ ସବୁଜ ସଂକେତ ଦେଇଥିବା ଏକ ସୂତ୍ରରୁ ଜଣାପଡିଛି I ସେପ୍ଟେମ୍ବର 3ରେ ରାଜ୍ୟସଭା ଉପନିର୍ବାଚନରେ ତାହା ସ୍ପଷ୍ଟ ହୋଇଯିବ I ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ଏହି ଆସନରେ ବିଜୟୀ ହେବା ନିଶ୍ଚିତ I
ମିଳିଥିବା ତଥ୍ୟାନୁସାରେ ମନମୋହନଙ୍କୁ କିଛି ଦିନ ପୂର୍ବରୁ ଦିଲ୍ଲୀ ଡକା ଯାଇ ବିସ୍ତୃତ ଆଲୋଚନା କରାଯାଇଛି I କେନ୍ଦ୍ର ନେତୃତ୍ୱ ଯାହା ଚାହିଁବେ ସେଥିରେ ସେ ରାଜି ଥିବା ଦର୍ଶାଇଛନ୍ତି I କାରଣ ଗତ ନିର୍ବାଚନରେ ମନମୋହନଙ୍କ କାର୍ଯ୍ୟ ଦକ୍ଷତାକୁ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ପସନ୍ଦ କରିଥିବାରୁ ଏଭଳି ନିଷ୍ପତ୍ତି ହୋଇଛି I
ତେବେ ମନମୋହନଙ୍କୁ ଦୁଇଟି ଅଫର ଦିଆଯାଇଛି I
ପ୍ରଥମଟି ହେଉଛି -ରାଜ୍ୟସଭା ଓ ଦ୍ବୀତୀୟଟି ହେଉଛି -ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ I
ଅନ୍ୟ ଦୁଇ ବରିଷ୍ଠ ନେତା ବି ତାଲିକାରେ ଥିଲେ ହେଁ ପଛରେ ପଡ଼ିଯାଇଛନ୍ତି I ସେମାନେ ହେଉଛନ୍ତି –ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ I