ରାଜ୍ୟର ସବୁ ଅଞ୍ଚଳରେ ସମାନ ଅଭିବୃଦ୍ଧି ସୁନିଶ୍ଚିତ କରିବେ ମୋ ସରକାର : ରାଜ୍ୟପାଳ

0

ଭୁବନେଶ୍ୱର //TATKAL ODISHA//

ପ୍ରତ୍ୟେକ ଆଭିମୁଖ୍ୟରେ ଲୋକ ହିଁ ପ୍ରଥମ I ମୋ ସରକାର ଅତ୍ୟାବଶ୍ୟକ ସେବା ଯୋଗାଇବା, ଜୀବିକା ସୁଯୋଗ ସୃଷ୍ଟି କରିବା ଓ ଭିତ୍ତିଭୂମି ବିକାଶ ପାଇଁ ପ୍ରତିଶୃତିବଦ୍ଧ I ଆମେ ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣକୁ ପ୍ରାଥମିକତା ଦେଉଛୁ I ରାଜ୍ୟର ସମସ୍ତ ଅଞ୍ଚଳରେ ସମାନ ଅଭିବୃଦ୍ଧି ସୁନିଶ୍ଚିତ କରିବାକୁ ପ୍ରୟାସ କରୁଛୁ I

ସପ୍ତଦଶ ଓଡ଼ିଶା ବିଧାନସଭାର ତୃତୀୟ ତଥା ବଜେଟ ଅଧିବେଶନର ପ୍ରଥମ ଦିନରେ ଅଭିଭାଷଣ ପ୍ରସଙ୍ଗରେ ଏହା କହିଛନ୍ତି ରାଜ୍ୟପାଳ ଡ଼ ହରିବାବୁ କମ୍ଭମପାଟି I

ସେ ଗୃହକୁ ସମ୍ବୋଧିତ କରି କହିଛନ୍ତି ଯେ, ମୋ ସରକାରର ମୁଖ୍ୟ ଆଭିମୁଖ୍ୟ ହେଉଛି -ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବ କା ପ୍ରୟାସ I ସେଥିପାଇଁ ଆଠ ମାସର ସରକାର ବହୁ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇ ଉଦାହରଣ ସୃଷ୍ଟି କରିଛି I

ମୋ ସରକାର କଣସବୁ ବଡ଼ ନିଷ୍ପତ୍ତି ନେଇଛନ୍ତି…

  • ସୁଭଦ୍ରା ଯୋଜନା କାର୍ଯ୍ୟକରି ମହିଳାଙ୍କୁ ସଶକ୍ତିକରଣ କରିଛନ୍ତି I
  • ଧାନର ଏମଏସପି କ୍ୟୁଣ୍ଟାଲ ପିଛା ଅଧିକ 800 ଟଙ୍କା ଦେଉଛନ୍ତି I
  • ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲି ଗଣତି ମଣତି କରୁଛନ୍ତି I
  • ଶସ୍ୟ ବିଭିଧକରଣ କରି ଦୁଇ ଲକ୍ଷ ହେକ୍ଟର ଜମିରେ ଡାଲି, ପନିପରିବା ତୈଳ ବିଜ ଚାଷ ପାଇଁ ପ୍ରୋତ୍ସାହନ କରିଛନ୍ତି I
  • ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି I

ରାଜ୍ୟପାଳ କହିଛନ୍ତି ଯେ, ୨୦୨୪ ଜୁଲାଇ ପହିଲାରୁ ମୋ ସରକାର “ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ” ମାଧ୍ୟମରେ ନିୟମିତ ଜନଶୁଣାଣି ଆୟୋଜନ କରୁଛନ୍ତି, ଯେଉଁଥିରେ ପ୍ରତ୍ୟକ୍ଷ ଅଭିଯୋଗର ସମାଧାନ ଓ ପ୍ରତିକାରାତ୍ମକ ପଦକ୍ଷେପ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦିଆଯାଉ ପାଉଛି । ଏହି ସକ୍ରିୟ ଆଭିମୁଖ୍ୟ ମୋ ସରକାରଙ୍କ ସେବା ପ୍ରଦାନ ବ୍ୟବସ୍ଥା ଉପରେ ଜନ ଜନସାଧାରଣଙ୍କ ଆସ୍ଥାକୁ ଯଥେଷ୍ଟ ଥେଷ୍ଟ ପୁନଃସ୍ଥାପିତ କରିଛି ଏବଂ ଏକ ସ୍ବଚ୍ଛ, ଉତ୍ତରଦାୟୀ ଏବଂ ନାଗରିକ-କେନ୍ଦ୍ରିତ ଶାସନ ମଡେଲ ନିର୍ମାଣ ପାଇଁ ଆମର ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଛି ।

ରାଜ୍ୟପାଳ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନାଗରିକଙ୍କଠ ହଜାରରୁ ଅଧିକ କ ଅଭିଯୋଗ ଆବେଦନ ଆସିଛି, ଯାହାର ସମାଧାନ ହାର ପ୍ରାୟ ୮୦ ପ୍ରତିଶତ ରହିଛି ।ଓଡ଼ିଶାବାସୀଙ୍କ ସମସ୍ୟା ଓ ଆହ୍ୱାନର ମୁକାବିଲା ଦିଗରେ ମୋ ସରକାର ଦୃଢ ରହିଛନ୍ତି । ବାସ୍ତବପକ୍ଷେ, ଏହା ଏକ ଲୋକଙ୍କ ସରକାର, ଯେଉଁଠାରେ ନାଗରିକମାନେ ବିକାଶ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥାନ୍ତି । ଓଆରଟିପିଏସ୍ ଅଧ୍ୱନିୟମ ଅଧୀନରେ ଥିବା ସେବା ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଏକ ଶୃଙ୍ଖଳିତ ଆଭିମୁଖ୍ୟକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉଛି । ଏହାର ଶୁଭାରମ୍ଭ ପରଠାରୁ ନାଗରିକ ସେବା ପ୍ରଦାନ ପୋର୍ଟାଲ ସୁବିଧାଜନକ, ସ୍ବଚ୍ଛ ଏବଂ ୨୪ ଘଣ୍ଟିଆ ସର୍ବସାଧାରଣ ସେବା ଉପଲବ୍ଧ କରାଯାଇଛି ଡିସେମ୍ବର ୨୦୨୪ ଶେଷ ସୁଦ୍ଧା ପୋର୍ଟାଲରେ ୬୩୯ଟି ସେବା ହୋଇଛି, ଯାହା ଦ୍ବାରା ୭୪ ଲକ୍ଷରୁ ଅଧିକ ଉପଯୋଗିତା ସମ୍ଭବ ହୋଇଛି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି I

ଉଲ୍ଲେଖନୀୟ ଯେ, ଫେବୃଆରୀ ୧୩ ରୁ ଆରମ୍ଭ ହୋଇ ଏପ୍ରିଲ ଯାଏ ଏହି ଅଧିବେଶନ ଚାଲିବ। ଅଧିବେଶନରେ ମୋଟ୍‍ ୨୯ଟି କାର୍ଯ୍ୟଦିବସ ରହିବ ।

2025ର ପ୍ରଥମ ଅଧିବେଶନ କାରଣରୁ ରାଜ୍ୟପାଳ ହରିବାବୁ କୁମ୍ଭମପତି ଗୃହକୁ ସମ୍ବୋଧିତ କରି ଅଧିବେଶନ କରିବା ପରେ ୧୪ ଏବଂ ୧୫ ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ସେଥିପାଇଁ ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ ଭବନରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ବୁଧବାର ସାକ୍ଷାତ କରି ବିସ୍ତୃତ ଆଲୋଚନା କରିଥିଲେ I

“ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫେବୃଆରୀ ୧୭ ରେ ୨୦୨୫-୨୬ ବର୍ଷ ପାଇଁ ବାର୍ଷିକ ବଜେଟ୍ ଉପସ୍ଥାପନ କରିବେ ଏବଂ ମାର୍ଚ୍ଚ ୨୯ ରେ ଆପ୍ରୋପ୍ରେସନ ବିଲ୍ ଉପସ୍ଥାପିତ ହୋଇ ପାରିତ ହେବ ।”

 

ବଜେଟ୍‌ ସମ୍ପର୍କୀୟ ଆଲୋଚନା ଫେବୃଆରୀ ୨୦ ଏବଂ ୨୧ ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଧାର୍ଯ୍ୟ ଅନୁଦାନ ଉପରେ ଆଲୋଚନା ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଜାରି ରହିବ ।

Leave A Reply

Your email address will not be published.