ରାଜସ୍ୱ ମନ୍ତ୍ରୀ ମାନିଲେ, ଓଡ଼ିଶାର ୭ ଜିଲ୍ଲାରେ ସୀମା ବିବାଦ

0


ଭୁବନେଶ୍ୱର//ତତ୍କାଳ ଓଡିଶା//  

ଓଡ଼ିଶାର ୭ଟି ଜିଲ୍ଲାରେ ପଡ଼ୋଶୀ ରାଜ୍ୟମାନଙ୍କ ସହିତ ସୀମା ବିବାଦ ରହିଛି । ସେହି ଜିଲ୍ଲାଗୁଡ଼ିକ ହେଲା: ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ନୂଅ।ପଡ଼ା, କୋରାପୁଟ, ଗଞ୍ଜାମ ଓ ଗଜପତି ।

ବର୍ତମାନ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ତରଫରୁ ଦାୟର ହୋଇଥିବା ଅଦାଲତ ଅବମାନନା ମାମଲା ବିଚାରଧୀନ ରହିଛି ବୋଲି ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରକାଶ କରିଛନ୍ତି ।
ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଓ ତାରା ବାହିନୀପତିଙ୍କ ପୃଥକ ପ୍ରଶ୍ନର ଉ ରରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପ୍ରକାଶ କରିଛନ୍ତି ଯେ, ଓଡ଼ିଶାର ବିଭିନ୍ନ ଜିଲ୍ଲାର ସୀମାରେ ଥିବା ସ୍ଥାନମାନଙ୍କରେ ଅ।ନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ରାଜସ୍ୱ ବିଭାଗର ସ୍ଥାନୀୟ ତହସିଲଦାର, ବ୍ଲକ୍ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ସରକାରୀ ଅଫିସରଙ୍କ ପ୍ରୋତ୍ସାହନରେ ଭୂମି ଦଖଲ ଓ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଥିବା ସରକାରଙ୍କ ଦୃଷ୍ଟିକୁ ଆସିନାହିଁ I କୋଟିଆରେ  ତିନୋଟି ଗ୍ରାମ ଗଞ୍ଜାଇପଦର, ଫାଟୁସିନେରି ଓ ଫାଗୁଣସିନେରିକୁ ଅ ।ନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବା ଘଟଣା ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆସିଛି । ଏ ବାବଦରେ ସୁପ୍ରିମକୋର୍ଟରେ ଓଡ଼ିଶା ସିରକାର ଅଦାଲତ ଅବମାନନା ମାମଲା ଦାଖଲ କରିଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାକୁ ଗ୍ରହଣ କରି ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ସେହିପରି ରାଜ୍ୟ ସରକାର କୋଟିଅ । ଗ୍ରାମପୁଞ୍ଜ ବାବଦରେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ଏବଂ ଏହା ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ । ଅ।ନ୍ଧ୍ର ସରକାର କେଉଁ ସମ୍ପତ୍ତି ଉପରେ ଦୃଷ୍ଟି ରଖିଛନ୍ତି ସେ ସମ୍ପର୍କିତ ନିର୍ଦ୍ଧିଷ୍ଟ ତଥ୍ୟ ସରକାରଙ୍କ ପାଖରେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.