ରାଉରକେଲାରେ ବିଶ୍ୱର ସର୍ବବୃହତ ହକି ଷ୍ଟାଡିଅମ
- ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
- 20,000 ଦର୍ଶକ ଖେଳ ଦେଖି ପାରିବେ
- ରାଉରକେଲା, ଭୁବନେଶ୍ୱର//TATKAL ODISHA //
ବିଶ୍ୱର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଉଦଘାଟନ ହେବ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗୁରୁବାର ଗସ୍ତ କରି ଏହାକୁ ଅପରାହ୍ନ 4ଟା 25ରେ ଲୋକାର୍ପିତ କରିବେ I ଏଥିସହିତ ସୁନ୍ଦରଗଡ଼ରେ ନିର୍ମିତ ମେଡିକାଲ କଲେଜର ମଧ୍ୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ହକି ବିଶ୍ୱକପ ପୂର୍ବରୁ ରାଉରକେଲା ସହରରେ ‘ମୋ ବସ’ ସେବାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ଉକ୍ତ ଷ୍ଟାଡିଅମରେ 2023 ହକି ବିଶ୍ୱକପ ଖେଳ ହେବ I ଷ୍ଟାଡିଅମରେ ଏକାଥରେ କୋଡିଏ ହଜାରରୁ ଅଧିକ ଦର୍ଶକ ବସି ଖେଳ ଦେଖି ପାରିବେ I ଭିନ୍ନକ୍ଷମଙ୍କ ନିମିତ୍ତ ସମ୍ପୂର୍ଣ୍ଣ ସୁଗମ I ରେକର୍ଡ 15 ମାସର ଅବଧି ଭିତରେ ଷ୍ଟାଡିଅମ ନିର୍ମାଣ ହୋଇଛି I
ଉଦଘାଟନ ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର ଖେଳାଳୀ, ବରିଷ୍ଠ ଖେଳାଳି ଉପସ୍ଥିତ ରହିବେ। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ରାଜା କ୍ରୀଡା ସଚିବ ଆର ଭିନିଲ କ୍ରୀଷ୍ଣା ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିଛନ୍ତି ।