ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସାଙ୍ଗରେ ଅଛନ୍ତି ଉପମୁଖ୍ୟମନ୍ତୀ କେଭି ସିଂଦେଓ, ପ୍ରଭାତୀ ପରିଡା
ଭୁବନେଶ୍ୱର//TATKAL ODISHA//
ଜୁନ 12ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବରିଷ୍ଠ ବିଜେପି ନେତା ମୋହନ ମାଝୀ ଗୃହ ପ୍ରବେଶ କରିଛନ୍ତି । ଅର୍ଥାତ ଲୋକସେବା ଭବନରେ ଥିବା ତୃତୀୟ ମହଲାରେ ପାଦ ଥାପିଛନ୍ତି I
ମୁଖ୍ୟମନ୍ତ୍ରୀ ପ୍ରବେଶ ପୂର୍ବରୁ ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋରେ ପୁଷ୍ପମାଲ୍ୟ କରିଛନ୍ତି I ତାପରେ ପୂଜା ପାଠରେ ସାମିଲ ହୋଇଛନ୍ତି I
ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଅଛନ୍ତି ଉପମୁଖ୍ୟମନ୍ତୀ କେଭି ସିଂଦେଓ, ପ୍ରଭାତୀ ପରିଡା ଓ ଅନ୍ୟ ମନ୍ତ୍ରୀମାନେ I
ଏହି ଅବସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକସେବା ପାଇଁ ମୁଁ ଜୀବନକୁ ଉତ୍ସର୍ଗ କରିଛି I ଭବିଷ୍ୟତରେ ବି କରିବି I ଓଡ଼ିଆ ଅସ୍ମିତା ରକ୍ଷା ଦିଗରେ ସର୍ବଦା ଯତ୍ନଶୀଳ ହେବି I
“ଲୋକସେବା ପାଇଁ ମୁଁ ଜୀବନକୁ ଉତ୍ସର୍ଗ କରିଛି I ଭବିଷ୍ୟତରେ ବି କରିବି I ଓଡ଼ିଆ ଅସ୍ମିତା ରକ୍ଷା ଦିଗରେ ସର୍ବଦା ଯତ୍ନଶୀଳ ହେବି” – ମୋହନ ମାଝୀ, ମୁଖ୍ୟମନ୍ତ୍ରୀ
ଉଲ୍ଲେଖନୀୟ ଯେ,୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ସେ ବିଧାନସଭାରେ ଉପସଚେତକ ଥିଲେ ମୋହନ। ମୋହନ ମାଝୀ କେନ୍ଦୁଝରରୁ ବିଧାୟକ ହୋଇଛନ୍ତି, ସେ କେନ୍ଦୁଝରରୁ ୪ ଥର ବିଧାୟକ ହୋଇଛନ୍ତି ।