ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି : ସାତପଡ଼ାରୁ ଜହ୍ନିକୁଦା ଯାଏଁ ବ୍ରିଜ୍‌ ନିର୍ମାଣ ହେଉ

0


* ପଞ୍ଚମ ଶ୍ରେଣୀ ଛାତ୍ରର ସ୍ମାରକ ପତ୍ର ଆଧାରରେ ମୁଖ୍ୟମନ୍ତ୍ରୀ,  କେନ୍ଦ୍ର ସଡ଼କ ମନ୍ତ୍ରୀଙ୍କୁ ଚିଠି
* ପୁରୀ କୃଷ୍ଣପ୍ରସାଦ ବ୍ଲକର ପୂର୍ବ ଉପକୂଳକୁ ଭାରତମାଳା ପ୍ରକଳ୍ପରେ ସାମିଲ କରିବା ପାଇଁ ଅନୁରୋଧ କଲେ 
ନୂଆଦିଲ୍ଲୀ/ ଭୁବନେଶ୍ବର,//ତତ୍କାଳ ଓଡିଶା//
 ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଚଳର ବିକାଶ ତଥା ଉତ୍ତମ ଯୋଗାଯୋଗ ସ୍ଥାପନ କରିବା ପାଇଁ ଫଚମ ଶ୍ରେଣୀ ଛାତ୍ର ଶିଶପ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ମାରକ ପତ୍ର ଲେଖୁଛନ୍ତି । ଏହି ପତ୍ର ଆଧାରରେ ଶ୍ରୀ ପ୍ରଧାନ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ହ୍ରଦର ପୂର୍ବ ଉପକୂଳକୁ ଭାରତମାଳା ପ୍ରକଳ୍ପରେ ସାମିଲ କରିବା ଏବଂ ସାତପଡ଼ାରୁ ଜହ୍ନିକୁଦା ଯାଏଁ ବ୍ରିଜ ନିର୍ମାଣ  ଉପରେ ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପୃଥକ ପୃଥକ ପତ୍ର ଲେଖି ଅନୁରୋଧ କରିଛନ୍ତି ।
   ଗୁରୁବାର ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି,  କୃଷ୍ଣପ୍ରସାଦ ଅଂଚଳର ବିଶପ ପ୍ରଧାନ ନିଜ ପିତାମାତାଙ୍କ ସହଯୋଗରେ ଯୁକ୍ତିଯୁକ୍ତ କାରଣ ଦର୍ଶାଇ ଏକ ଅବେଦନ ପତ୍ର ମୋତେ ପଠାଇଛନ୍ତି । ନିଠିରେ ଉଲ୍ଲେଖ ରହିଛି ଯେ, କୃଷ୍ଣପ୍ରସାଦ ବ୍ଲକର ୯୬ଟି ଗାଁ କେବଳ ପାଣି ଜରିଆରେ ପୁରୀ ମୁଖ୍ୟାଳୟ ସହ ସଂଯୋଗ ସ୍ଥାପନା କରୁଛି,  ଯେଉଁ କାରଣରୁ ଜରୁରୀକାଳୀନ ସମୟରେ ଦୈନିକ ଯାତାୟତ କରୁଥିବା ଲୋକ, ଶିଶୁ, ମହିଳା ଏବଂ ବୃଦ୍ଧମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି I କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ହ୍ରଦର ପୂର୍ବ ଉପକୂଳକୁ ଭାରତମାଳା ପ୍ରକଳ୍ପରେ ସାମିଲ କରିବା ପାଇଁ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି I ସରକାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡ଼ାରୁ ଜହ୍ନିକୁଦା ଯାଏଁ କ୍ଲିକ୍ ନିର୍ମାଣ କରିବା ଉଚିତ୍ I ଏହା ବିଚ୍ଛିନ୍ନାଚଳ ଗୁଡିକୁ ମୁଖ୍ୟ ସ୍ରୋତ ସହ ଯୋଜିକ ଏବଂ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ସହାୟକ ହେବ ବୋଲି ଉଲ୍ଲେଖ ରହିଛି ।
ଏହାକୁ ଦୃଷ୍ଟିରେ ରଖୁ ପୁଜା କୃଷ୍ଣପ୍ରସାଦ ଦୁକର କଲ୍ୟାଣ ଦୃଷ୍ଟିରୁ ଏହି ମାମଲା ଉପରେ ଦୃଷ୍ଟି ଦେବା ସହ ସଠିକ୍ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.