ମୁଁ ଅରୁଣ ସାହୁ : ଚାଲୁଛି ଅଳପ..ଝୁଣ୍ଟୁଛି ବେଶୀ?

0

ଭୁବନେଶ୍ୱର //TATKAL ODISHA//

ଚାଲୁଛି ଅଳପ ମୁଁ ଝୁଣ୍ଟୁଛି ବେଶୀ

ଓଡ଼ିଆ ଆଲବମ ଜଗତରେ ଏହି ସୁପର ହିଟ ଗୀତ ଆପଣ ଶୁଣିଥିବେ I ଯେତେ ଶୁଣିଲେବି ମନ ପୁରିବନାହିଁ I ମାତ୍ର ସେଇ ଗୀତର ସାରମର୍ମକୁ ଯଦି ଆପଣ ଭିତିରିଆ ବୁଝିବାକୁ ଚେଷ୍ଟା କରିବେ ତାହାଲେ ବିଧାୟକ ବାବୁ ଅରୁଣ ସାହୁଙ୍କ ଏବର ଆଚରଣ ଓ ଉଚ୍ଚାରଣ ସହ ଗୀତଟି ମେଳ ଖାଉଥିବା ହୃଦବୋଧ କରିବେ I
କଣ ହୋଇଛି କେଜାଣି? ସାହୁ ବାବୁ ଏବେ..

‘ଚାଳୁଛନ୍ତି କମ.. ଝୁଣ୍ଟୁଛନ୍ତି ବେଶୀ I ଭାବୁଛନ୍ତି ବେଶୀ, କହୁଛନ୍ତି କମ’

ଏହା ଆମେ କହୁନାହୁଁ ବିଧାନସଭା କରିଡରରେ ଖୁବ ଚର୍ଚ୍ଚା ହେଉଛି I

TATKAL ODISHA ପକ୍ଷରୁ ଏନେଇ ଖୋଜ ଖବର କରିବାରୁ ଜଣାପଡିଲା ଯେ, ବାବୁ କିଛି କାରଣରୁ ଭାରି ସିରିଏସ ଅଛନ୍ତି I ମାତ୍ର ସେ ତାଙ୍କ ଚିରାଚରିତ ସ୍ମିତହାସ୍ୟ ଷ୍ଟାଇଲରେ ସେ ଯେତେ ଯାହା କହିଲେ ବି ଭିତରେ କିଛି ରହିଯାଉଛି I ସେଇଥିପାଇଁ ସେ ଭାବନା ରାଇଜରେ.. I

ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ବଜେଟ ଉପରେ ବାବୁ ଯେଉଁଭଳି ଢଙ୍ଗରେ ସାହିତ୍ୟିକ ଭାଷାରେ ଆଟାକ କଲେ ସମସ୍ତେ ଭାବୁଥିଲେ ଏଥର ସେ ନିୟମିତ ଭାବେ ସରକାରଙ୍କୁ ଅଡୁଆରେ ପକାଇବେ I ମାତ୍ର ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନରେ ତାହା ହେଲାନି I

ଗୃହରେ ସେ ସରକାରଙ୍କୁ ସେ ଯେତେ ତୀର ମାରିବାକୁ ଯାଉଛନ୍ତି ପରେ ତାହା ବୁମେରାଙ୍ଗ ହୋଇ ଫେରି ନିଜ ଦେହରେ ବାଜୁଛି I ବାରମ୍ବାର କଟାକ୍ଷର ବି ସେ ଶିକାର ହେଉଛନ୍ତି I

ରାଜନୈତିକ କ୍ରିକେଟ ମୈଦାନରେ ସର୍ବଦା ଭଲ ଖେଳ ପ୍ରଦର୍ଶନ କରୁଥିବା ବାବୁ ଅରୁଣଙ୍କର ହେଲା କଣ? କାହିଁକି ସେ ବ୍ୟାକ ଫୁଟରେ??

ଏନେଇ କେତେକଥା ଶୁଣାଯାଉଛି I କେତେକ ଯୁବ ସାମ୍ବାଦିକ କୌତୁହଳରେ କହୁଛନ୍ତି ଅରୁଣ ଭାଇଙ୍କ ମନକୁ ଘାରିଛି ଏବେ ଦୁଇଟି ବଡ଼ ଚିନ୍ତା I ତାହା ହେଉଛି..

  • ବିଜେଡି କ୍ଷମତାକୁ ନ ଆସିବାରୁ ଭବିଷ୍ୟତ କ୍ୟାରିଅର ଚିନ୍ତା I
  • ପୂର୍ବ କେଳେଙ୍କାରୀ କେସର ‘ରି-ଓପନ’ ହେବାର ଭୟ

ଏହା ଯଦି ସତ୍ୟ ସେଇଥିପାଇଁ ହୁଏତ ବାବୁ ଅରୁଣ ଛନ୍ଦି ହୋଇଯାଉଛନ୍ତି I ତେବେ ସେ କେଉଁ ନୀତି ଆପଣେଇବା ଉଚିତ? ଜୟଦେବ ଭବନ ସମ୍ମୁଖ ଫ୍ରୀଡମ ଟ୍ରି ପାଖରେ ଛିଡା ହୋଇ କିଛି ଚେଙ୍ଗଡ଼ା ଟୋକା କହୁଥିଲେ, ‘ଭାଇଙ୍କୁ ଏବେ ନିଜ ରଙ୍ଗ ବଦଳାଇବାକୁ ପଡିବ I ନହେଲେ ଟେନସନ ସମ୍ବଳିବା କଷ୍ଟ “

ଯାହା ଚର୍ଚ୍ଚା ହେଉଛି, ବାବୁ କଥାରେ କଥାରେ ଯେତେ ‘ବାଣ’ ମାରୁଥିଲେ ହେଁ ଭିତରେ ଟିକିଏ ‘ସଫ୍ଟ’ ହୋଇଛନ୍ତି I ଯଦି ଏହା ସତ୍ୟ ତାହାଲେ ଗଣମାଧ୍ୟମ ପାଇଁ ବଡ଼ ଖବର I ହେଲେ ଅରୁଣ ଏହାକୁ ଅସ୍ବୀକାର କରି କହନ୍ତି ” ମୁଁ ଜଣେ ଦଳର ଶୃଙ୍ଖଳିତ ସଭ୍ୟ I ଦଳ ମୋତେ ବହୁତ ଦେଇଛି I ରଙ୍ଗ ବଦଳାଇବା ମୋ ଜାତକରେ ନାହିଁ I”

Leave A Reply

Your email address will not be published.