ମାଳ ମାଳ ନକଲି ଶିକ୍ଷକ: ଧରିବା ପାଇଁ ସରକାରୀ ଅଭିଯାନ ସୁରୁ

0
  • ବିଇଓ, ଡିଇଓଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ

ଭୁବନେଶ୍ୱର//TATKAL ODISHA//

ରାଜ୍ୟରେ ଏବେ ମାଳ ମାଳ ନକଲି ଶିକ୍ଷକ I ଏହି ନକଲି ସ୍କୁଲ ଶିକ୍ଷକଙ୍କୁ ଧରିବା ପାଇଁ ରାଜ୍ୟ ସରକାର ଅଭିଯାନ ଆରମ୍ଭ କରିଛନ୍ତି । ବିଇଓ ଏବଂ ଡିଇଓଙ୍କୁ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର. ଆୟର ଏହି ସୂଚନା ଦେଇଛନ୍ତି I

ସେ କହିଛନ୍ତି ଯେ, ବ୍ଲକ ଶିକ୍ଷାଧିକାରୀଙ୍କୁ ଯାଞ୍ଚ କରି ଏତଲା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନେକ ଏତଲା ବି ହୋଇଛି ଓ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଛି। କିଛି ନକଲି ଶିକ୍ଷକ ବହିଷ୍କାର ବି ହୋଇଛନ୍ତି।

ହାଇକୋର୍ଟରେ ପିଆଇଏଲ ହୋଇଛି। ଏତଲା ସ୍ଥିତି ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାହାର ତଥ୍ୟ ଆମେ ମାଗିଛୁ। ଯେତେବେଳେ ଶିକ୍ଷକ ନିଯୁକ୍ତି ହୋଇଥିଲା, ସେମାନେ ଜାଲି ଦସ୍ତାବିଜ ଦେଇଥିବା ଅଭିଯୋଗ ଆସିଥିଲା। ବିଇଓ ଏବଂ ଡିଇଓଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ବୋଲି ଶ୍ରୀ ଆୟର ସ୍ପଷ୍ଟ କରିଛନ୍ତି I

Leave A Reply

Your email address will not be published.