ମାତା ବୈଷ୍ଣୋଦେବୀ ମନ୍ଦିରରେ ଅଘଟଣ : ଦଳଚକଟାରେ 16 ମୃତ

0
  • ଗୁରୁତ୍ତର ଆହତଙ୍କ ସଂଖ୍ୟା 40 ଟପିଲା-
  • ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କ୍ଷତିପୂରଣ
  • କଟରା , ଜାମ୍ମୁ//TATKALODISHA//
  • ରିପୋର୍ଟ // ଏସ. ମଖନ //
  • ଜମ୍ମୁ ସ୍ଥିତ ମାତା ବୈଷ୍ଣୋଦେବୀ ମନ୍ଦିରରେ ନୂଆବର୍ଷ କାରଣରୁ ଅସମ୍ଭବ  ଭିଡ଼ ଯୋଗୁଁ ଦଳଚକଟାରେ 16 ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି I ପ୍ରାୟ   ଚାଳିଶରୁ ଅଧିକ ଦର୍ଶନାର୍ଥୀ  ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି I
ମା
  •  ଶୁକ୍ରବାର ବିଳମ୍ବିତ ରାତିରେ ଯାତ୍ରୀମାନେ ମାତା ବୈଷ୍ଣୋଦେବୀ ମନ୍ଦିରରେ ମାଙ୍କ ଦର୍ଶନ ପାଇଁ ଭିଡ଼ କରିଥିଲେ I କୌଣସି କଥାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା I  ପ୍ରଥମେ ଯୁକ୍ତି ତର୍କ ହୋଇ ଠେଲାପେଲା ଆରମ୍ଭ ହୋଇଥିଲା I ଫଳରେ ଅନ୍ୟ ଯାତ୍ରୀମାନେ ପ୍ରାଣ ବିକଳରେ ଦୌଡିବାକୁ ଲାଗିଲେ I ଏଥିଯୋଗୁଁ ଦଳାଚକଟାରେ ଜଣେ ପରେ ଜଣେ ପ୍ରାଣ ହରାଇଥିଲେ I ବର୍ତ୍ତମାନସୁଦ୍ଧା 16 ଜଣଙ୍କର ମୃତ୍ୟୁ ହୋଇଥିବା ସହିତ ଚାଳିଶରୁ ଉର୍ଦ୍ଧ୍ବ ଆହତ ହୋଇଥିବା କୁହାଯାଇଛି I
  • ରାତ୍ରି ପ୍ରାୟ 2.46ରେ ଏଭଳି ଅଘଟଣ ଘଟିଥିଲା I
ଦଳଚକଟାରେ ଯାତ୍ରୀ ମୃତ
  • ମୃତାହତଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି I
    ସମସ୍ତ ମୃତଦାହତଙ୍କୁ କଟରା ଓ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରତ୍ୟେକଙ୍କୁ ଦଶ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଗୁରୁତରଙ୍କୁ ୫୦ହଜାର ତାଙ୍କର କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି I
  • ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି I
  • ଏବେ ସାମୟିକ ଭାବେ ମା’ଙ୍କ ଦର୍ଶନ ବନ୍ଦ ରହିଛି I

Leave A Reply

Your email address will not be published.