ମାଡ଼ି ଆସୁଛି ବାତ୍ୟା ‘ଦାନା’
- 23ରେ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପନେବ
- 24ରେ ଲ୍ୟାଣ୍ଡ କରି ତାଣ୍ଡବ ରଚିବ
- ଆସନ୍ତା 24 ଓ 25 ତାରିଖ ଗୁରୁତ୍ବପୂର୍ଣ୍ଣ: ଆଇଏମଡି
- ନୂଆଦିଲ୍ଲୀ,ଭୁବନେଶ୍ୱର // TATKAL ODISHA//
ମାଡ଼ି ଆସୁଛି ବାତ୍ୟା ‘ଦାନା’। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଏହି ବାତ୍ୟା ଧୀରଚଳନ କରି ଉପକୂଳ ମୁହାଁ ହେଉଛି I ଆଗାମୀ 48 ଘଣ୍ଟା ପରେ ତାହା ଅଧିକ ଘନୀଭୂତ ହୋଇ ତାଣ୍ଡବ ରଚିବ I ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିବ I
ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) କହିଛି ଯେ, ଏବେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆସନ୍ତା 22ରେ ଅବପାତର ରୂପ ନେବ ଏବଂ 23ରେ ଅଧିକ ଘନୀଭୂତ ବାତ୍ୟା ରୂପ ନେବ I 24ରେ ଲ୍ୟାଣ୍ଡ କରିବ I
ବାତ୍ୟା ଓଡିଶା-ପଶ୍ଚିମବଙ୍ଗ ମଧ୍ଯବର୍ତ୍ତି ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡ କରିବ ବୋଲି ପୂର୍ବାନୁମାନ କରାଯାଇଛି ।
“ବାତ୍ୟାର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି 100ରୁ 140 କିମି ପର୍ଯ୍ୟନ୍ତ ରହିବ I ପରେ ପବନର ବେଗ ବଡ଼ିବ ବୋଲି ଆମେରିକା ନେଭାଲ ଓ ଜର୍ମାନୀ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି ”
ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ,ବର୍ତ୍ତମାନ ସୁଦ୍ଧା ମହାବାତ୍ୟା ହେବାର ସମ୍ଭାବନା ନାହିଁ । କିନ୍ତୁ ବାତ୍ୟାର ପ୍ରକୋପ ଅଧିକ ରହିପାରେ। ଏହି ସମୟରେ ସାମୁଦ୍ରିକ ଜୁଆର ମଧ୍ୟ ଆସିପାରେ ।ତେଣୁ 23ରୁ ଓଡିଶା ଉପକୂଳରେ 45 କିମି ବେଗରେ ପବନ ବହିବ । ଏଥିପାଇଁ ଆସନ୍ତା 24 ଓ 25 ତାରିଖ ଗୁରୁତ୍ବପୂର୍ଣ୍ଣ ।
ଅନ୍ୟପକ୍ଷରେ ବାତ୍ୟା ରୂପ ନେବା ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି 24ରେ ଉପକୂଳ ଛୁଇଁବ । ସେତିକିବେଳେ ପବନର ବେଗ ଘଣ୍ଟା ପ୍ରତି 100ରୁ 140 କିମି ପର୍ଯ୍ୟନ୍ତ ରହିବ I ପରେ ପବନର ବେଗ ବଡ଼ିବ ବୋଲି ଆମେରିକା ନେଭାଲ ଓ ଜର୍ମାନୀ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି I