ମାଡ଼ି ଆସୁଛି ବାତ୍ୟା ‘ଗୁଲ୍-ଆବ୍’

0
  • ଘଣ୍ଟାକୁ 90 କିମି ବେଗରେ ପବନ-
  •  କଳିଙ୍ଗପଟ୍ଟନମରେ  ସ୍ଥଳଭାଗ ଛୁଇଁବ
  • କନ୍ଧମାଳ, ଗଞ୍ଜାମ, ରାୟଗଡ଼ା ଓ ଗଜପତି ଅତିପ୍ରବଳ ବର୍ଷା
  • କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ପ୍ରବଳ ବର୍ଷା


ଭୁବନେଶ୍ୱର,//TATKAL ODISHA//


ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର  ସୃଷ୍ଟି ହୋଇଥିବା  ଲଘୁଚାପ ଶନିବାର ସକାଳ ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇ ସ୍ଥଳଭାଗମୁହାଁ ହେଉଛି I ସମୁଦ୍ର ଭିତରେ ତାହା ବାତ୍ୟାର ରୂପ ନେଇଛି I ଏହାର ନାମ ରହିଛି  “ଗୁଲ ଆବ”। ରବିବାର ସନ୍ଧ୍ୟା ସୁଦ୍ଧା ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ବିଶାଖାପାଟଣା ମଧ୍ୟ ଦେଇ ଅତିକ୍ରମ କରିବ I କଳିଙ୍ଗପାଟନମ ନିକଟରେ ବାତ୍ୟା  ସ୍ଥଳଭାଗ ଛୁଇଁବ I

ବାତ୍ୟାର ଗତି ପଥ


   ଭାରତୀୟ ପାଣିପାଗ ବିଭାଗ ଆକଳନ କରାଯାଇଛି। ଏହାର ପ୍ରଭାବରେ ଘଣ୍ଟାକୁ 90 କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବ I


ଦକ୍ଷିଣ ଓଡ଼ିଶାର କନ୍ଧମାଳ, ଗଞ୍ଜାମ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଲର୍ଟ ଜାରି ହୋଇଛି I


 ଏହି ସମୟରେ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା ରହିଛି I

Leave A Reply

Your email address will not be published.