ମାଡ଼ି ଆସୁଛି ତୃତୀୟ ପଶ୍ଚିମା ଝଡ଼
- ୩୦ରୁ ତାର ପ୍ରଭାବ ଅଧିକ
ଭୁବନେଶ୍ୱର//TATKAL ODISHA//
ମାଡ଼ି ଆସୁଛି ତୃତୀୟ ପଶ୍ଚିମା ଝଡ଼ I ୨୯ରୁ ଏହି ପଶ୍ଚିମାଝଡ ଆରମ୍ଭ ହେବ I ୩୦ରୁ ତାର ପ୍ରଭାବ ଅଧିକ ରହିବ I ପବନର ବେଗ ଘଣ୍ଟା ପ୍ରତି 30ରୁ 40କିମି ହେବ I
ପାଣିପାଗ ବିଭାଗ ଘଡ଼ଘଡ଼ି ବର୍ଷା ନେଇ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ,
୩୧ରେ ପଶ୍ଚିମା ଝଡ଼ରେ ସର୍ବାଧିକ ପ୍ରଭାବ ରହିବ I ଝଡ଼-ପବନ, ବିଜୁଳି ଘଡଘଡି ସହ ଭାରି ବର୍ଷା ( ୭ ରୁ ୧୧ ସେମି) ହେବ I
୧ ଅପ୍ରେଲରେ ବି ଝଡ଼-ପବନ ସହ ବିଜୁଳି ମାରିବ ବୋଲି ସାଟେଲାଇଟ ରିପୋର୍ଟରୁ ସ୍ପଷ୍ଟ ହୋଇଛି I